କୁଆଡ଼େ ଗଲା ବିଶ୍ୱର ସର୍ବବୃହତ୍ ବସ୍ତି ଜମି ଅଧିକାର ପ୍ରକଳ୍ପ ‘ଜାଗା ମିଶନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବସ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିବା ‘ଜାଗା ମିଶନ’ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ଜାଗା ମିଶନକୁ ବିଶ୍ୱର ସର୍ବବୃହତ୍ ବସ୍ତି ଜମି ଅଧିକାର ପ୍ରକଳ୍ପ ଭାବେ ରାଜ୍ୟ ସରକାର ଦାବି କରୁଥିବାବେଳେ ଧର୍ମକୁ ଆଖିଠାର ଭଳି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୫୧ହଜାର ବସ୍ତି ପରିବାରକୁ ଦେଇଥିବା ଜମି ଅଧିକାର ସାର୍ଟିଫିକେଟ୍ ବି କେବଳ ପ୍ରଚାର ସର୍ବସ୍ୱ […]

jaga

jaga

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବସ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିବା ‘ଜାଗା ମିଶନ’ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ଜାଗା ମିଶନକୁ ବିଶ୍ୱର ସର୍ବବୃହତ୍ ବସ୍ତି ଜମି ଅଧିକାର ପ୍ରକଳ୍ପ ଭାବେ ରାଜ୍ୟ ସରକାର ଦାବି କରୁଥିବାବେଳେ ଧର୍ମକୁ ଆଖିଠାର ଭଳି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୫୧ହଜାର ବସ୍ତି ପରିବାରକୁ ଦେଇଥିବା ଜମି ଅଧିକାର ସାର୍ଟିଫିକେଟ୍ ବି କେବଳ ପ୍ରଚାର ସର୍ବସ୍ୱ ପାଲଟିଥିବା ଜଣାପଡ଼ିଛି। ଏହି ଯୋଜନା ଆରମ୍ଭର ଦେଢ଼ବର୍ଷ ବିତିଯାଇଥିଲେ ୪୦ ପ୍ରତିଶତରୁ ଅଧିକ ବସ୍ତିରେ ଏପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବି ଆରମ୍ଭ ହୋଇପାରିନି। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଡ୍ରୋନ୍ ସହାୟତାରେ ସର୍ଭେ ପାଇଁ ‘ଟାଟା ଟ୍ରଷ୍ଟ’ ସହ ଏମଓୟୁ କରି ମଧ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ପକ୍କାଘର, ପାଇପ ଯୋଗେ ପାନୀୟ ଜଳ, ରାସ୍ତା ଓ ଶୌଚାଳୟ ଯୋଗାଇ ଦେବାର ପ୍ରତିଶ୍ରୁତି କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଛି।

ରାଜ୍ୟ ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ ମେ’ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜାଗା ମିଶନ’କୁ ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଟାଟା ଟ୍ରଷ୍ଟ୍ ସହଯୋଗରେ ଏହି ଜାଗା ମିଶନ ଅନ୍ତର୍ଗତ ସମଗ୍ର ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବସ୍ତିଗୁଡ଼ିକ ଚିହ୍ନଟ ଓ ସର୍ଭେ କରାଯାଇ ସେଠାରେ ରହୁଥିବା ପରିବାରଗୁଡ଼ିକୁ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଗସ୍ତବେଳେ ବସ୍ତି ପରିବାରଗୁଡ଼ିକୁ ମଧ୍ୟ ଜମି ପଟ୍ଟା ବଣ୍ଟନ କରିଥିଲେ।

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ହଜାର ବସ୍ତି ପରିବାରକୁ ଜମି ଅଧିକାର ସାର୍ଟିଫିକେଟ୍ ପ୍ରଦାନ କରାଯାଇ ଥିବାବେଳେ ଗତ ୬ମାସ ହେଲା ଏହି ଯୋଜନା ଏବେ କେବଳ ସର୍ଭେ ମଧ୍ୟରେ ସୀମିତ ହୋଇ ରହିଯାଇଛି। ବିଭାଗର ତଥ୍ୟ ଅନୁସାରେ ୫ଟି ମହାନଗର ନିଗମରେ ମୋଟ ୧ହଜାର ବସ୍ତିରେ ୨ଲକ୍ଷ ଲୋକ ରହୁଥିବାବେଳେ ୪୮ଟି ପୌରାଞ୍ଚଳରେ ୧୩୩୧ଟି ବସ୍ତିରେ ୧.୬୭ଲକ୍ଷ ଓ ୬୧ଟି ଏନଏସିରେ ୫୯୧ଟି ବସ୍ତିରେ ୩୯ହଜାର ବସ୍ତି ପରିବାର ରହୁଛନ୍ତି। ମୋଟ ୧୧୪ଟି ସହରରେ ୩ହଜାର ବସ୍ତିରେ ପ୍ରାୟ୧୮ଲକ୍ଷ ଲୋକ ଓ ୪.୦୬ଲକ୍ଷ ବସ୍ତି ପରିବାର ରହୁଛନ୍ତି। ଡ୍ରୋନ ସହାୟତାରେ ଏହି ବସ୍ତିଗୁଡ଼ିକର ସର୍ଭେ ହୋଇଥିଲେ ମଧ୍ୟ ଏବେବି ପ୍ରାୟ ୧ହଜାର ବସ୍ତିରେ ସର୍ଭେ ହୋଇନଥିବା ଜଣାପଡ଼ିଛି ।

ପ୍ରାୟ ୧.୮୦ଲକ୍ଷ ପରିବାରର ସର୍ଭେ ସରିଥିବା ସରକାର ଦାବି କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ବି ଜମି ଅଧିକାର ସାର୍ଟିଫିକେଟ୍ ଦେବାରେ ସକ୍ଷମ ହୋଇନାହାନ୍ତି। ନିର୍ବାଚନବେଳେ ଯୁଦ୍ଧକାଳୀନ ଭିତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ଦେଉଥିବା ପ୍ରଶାସନ ଏବେ ସମ୍ପୂର୍ଣ୍ଣ ଭାବେ କୁମ୍ଭକର୍ଣ୍ଣ ନିଦ୍ରାକୁ ପଳାଇଛି। ୨୦୧୮-୧୯ ଓ ୨୦୧୯-୨୦ରେ ଜାଗା ମିଶନରେ ରାଜ୍ୟ ସରକାର ୨୦୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିବାବେଳେ ଟାଟା ଟ୍ରଷ୍ଟ ବିଭିନ୍ନ ସଂସ୍ଥା ସହ ମିଶି ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବାବେଳେ ସରକାର ବିଭିନ୍ନ ଯୋଜନାର ସମ୍ମିଶ୍ରଣରେ ପ୍ରାୟ ୮୩୦କାଟି ଟଙ୍କା ନିବେଶ କରିଛନ୍ତି।

କିନ୍ତୁ ପରିତାପର ବିଷୟ, ସାଧାରଣ ନିର୍ବାଚନ ପୂର୍ବରୁ ଗରିବ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା, ପକ୍କାଘର ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରତିଶ୍ରୁତି ଦେଇ ଯେଉଁ ‘ଜାଗା ମିଶନ’କୁ ବିଶ୍ୱର ସର୍ବବୃହତ୍ ବସ୍ତି ଜମି ଅଧିକାର ପ୍ରକଳ୍ପ ବୋଲି କହି ନବୀନ ପଟ୍ଟନାୟକ ସରକାର ବାହାବା ନେଉଥିଲେ, ପଞ୍ଚମଥର ସରକାର ଗଢ଼ିବାର ୬ମାସ ପରେ ବି ଥରୁଟିଏ ଏହି ଯୋଜନାର ଅଗ୍ରଗତିର ସମୀକ୍ଷା କରିବାକୁ ଆନ୍ତରିକତା ଦେଖାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story