ହାଇଦରର ଫେରାର୍ ପାଇଁ କିଏ ରଚିଥିଲା ଷଡ଼ଯନ୍ତ୍ର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇଛି। ହାଇଦରକୁ ଫେରାର ହେବାର ଇତିମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ତା’ର ଟେର ପାଉନି ପୁଲିସ୍। ଏହାରି ଭିତରେ ଆଜି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରିଛି। କିନ୍ତୁ ଏଯାଏ ହାଇଦର କେଉଁଠି, ତା’ର ପତ୍ତା ମିଳୁନି। ପ୍ରଶ୍ନ ଉଠୁଛି ଯେ କଡ଼ା ସୁରକ୍ଷା […]

Gangstar Hyder

Gangstar Hyder

Ranjit Kumar Jena
  • Published: Monday, 12 April 2021
  • Updated: 12 April 2021, 09:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇଛି। ହାଇଦରକୁ ଫେରାର ହେବାର ଇତିମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ତା'ର ଟେର ପାଉନି ପୁଲିସ୍। ଏହାରି ଭିତରେ ଆଜି ତା'ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରିଛି। କିନ୍ତୁ ଏଯାଏ ହାଇଦର କେଉଁଠି, ତା'ର ପତ୍ତା ମିଳୁନି। ପ୍ରଶ୍ନ ଉଠୁଛି ଯେ କଡ଼ା ସୁରକ୍ଷା ଭିତରେ ହାଇଦର କେମିତି ଚମ୍ପଟ ମାରିଲା। ଏହା ପଛରେ କିଛି କ୍ଷଡ଼ଯନ୍ତ୍ର ରହିଛି କି?

ହାଇଦରର ସମ୍ପର୍କୀୟ ହିଁ ତା'ର ଫେରାର୍ ପାଇଁ ରଚିଥିଲେ ବିରାଟ ଷଡଯନ୍ତ୍ର। ଏମାନଙ୍କ ମଧ୍ୟରେ ପୁଅ, ଭାଇ, ଶଳା ଓ ପୁତୁରାଙ୍କ ସମେତ ଆଉ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ୍ ଥିବା ଜଣାପଡ଼ିଛି। ଏ ନେଇ ଆଜି ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ସ୍ପଷ୍ଟ ହୋଇଛି। ଶନିବାର ଏସସିବି ସର୍ଜରୀ ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର-୫ରେ ସୁରକ୍ଷା ଦାୟିତ୍ୱରେ ଥିବା ଖୋଦ୍ ପୁଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଏଫଆଇଆରରେ ଲେଖିଛନ୍ତି, ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୁଲିସ ଏସକର୍ଟରେ କଟକ ଅଣାଯାଇଥିଲା। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହେଉଥିଲେ।

ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ଜଣକ ପହରା ଡ୍ୟୁଟି କରୁଥିବାବେଳେ ମଧ୍ୟ ଏହି ଲୋକମାନେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଛନ୍ତି। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

ସେହିପରି ଜେଲ୍ ବିଭାଗ ଡିଆଇଜି କହିଛନ୍ତି, ଯଦି ସେଭଳି ତ୍ରୁଟି ବିଚ୍ୟୁତି ହୋଇଯିବ କିମ୍ବା ଏହା ପଛରେ କିଛି ଷଡ଼ଯନ୍ତ୍ର କିମ୍ବା ଜେଲ୍ କର୍ମଚାରୀ ଯଦି କେହି ତାକୁ ଫେରାର ହେବାରେ ସହାୟତା କରିଥିବା ତଦନ୍ତରେ ଜଣାପଡ଼ିବ, ତାହେଲେ ଏହା ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ବର୍ତ୍ତମାନ ଏହାର ତଦନ୍ତ ଚାଲିଛି। ତେଣୁ ଏବେ କିଛି ବି କହିବା ଠିକ୍ ହେବ ନାହିଁ। ଅନ୍ୟପକ୍ଷରେ ହାଇଦରର ପତ୍ନୀ ହସିନା ବିବି ଆଜି ପ୍ରତିକ୍ରିୟା ରଖି କହିଛନ୍ତି, ହାଇଦର ଫେରାର୍ ଘଟଣାରେ ତାଙ୍କ ପରିବାର କି ସମ୍ପର୍କୀୟଙ୍କ ହାତ ନାହିଁ। ତେଣୁ ଯାହାସବୁ ଅଭିଯୋଗ ହେଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା।

ଅପରପକ୍ଷରେ ଆଜି କମିଶନରେଟ୍ ପୁଲିସ୍ ଆଗରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ପୁରୁଣା ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ। ସେ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। ୟାକୁବ୍ ହିଁ ହାଇଦରକୁ ମେଡିକାଲରେ ବିରିୟାନୀ ଖାଇବାକୁ ଦେଇଥିବା ଅଭିଯୋଗ ରହିଛି। ସୂଚନାଯୋଗ୍ୟ, ଶନିବାର ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story