କିଏ ହେବେ ବିରୋଧୀ ଦଳ ନେତା? ୩୦ ପରେ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଭୂମିକାରେ ବିଜେପି ରହିବ। କଂଗ୍ରେସକୁ ପଛରେ ପକାଇ ଦଳ ଏହି ଯୋଗ୍ୟତା ହାସଲ କରିଛି। ତେବେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଅର୍ଥାତ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ। ତେବେ ସମ୍ବଲପୁରରୁ ୪ ଥର ଜିତିଥିବା ଜୟନାରୟଣ […]

who-in-the-bjp-will-be-the-lop-in-the-assembly

who-in-the-bjp-will-be-the-lop-in-the-assembly

Manoranjan Sial
  • Published: Sunday, 26 May 2019
  • Updated: 26 May 2019, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଭୂମିକାରେ ବିଜେପି ରହିବ। କଂଗ୍ରେସକୁ ପଛରେ ପକାଇ ଦଳ ଏହି ଯୋଗ୍ୟତା ହାସଲ କରିଛି। ତେବେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଅର୍ଥାତ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ। ତେବେ ସମ୍ବଲପୁରରୁ ୪ ଥର ଜିତିଥିବା ଜୟନାରୟଣ ମିଶ୍ରଙ୍କ ନାଁ ବିରୋଧୀ ଦଳ ନେତା ପଦ ଲାଗି ସବୁଠୁ ଆଗରେ ଥିବା କୁହାଯାଇଛି।

ଜୟନାରାୟଣ ମିଶ୍ର ଚତୁର୍ଥ ଥର ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଜୟନାରାୟଣ ଏଥର ବିରୋଧୀ ଦଳ ନେତା ପାଇଁ ପ୍ରମୁଖ ଦାବିଦାର। ବିଜେପୁର ଉପନିର୍ବାଚନ ବେଳେ ହିଂସାକାଣ୍ଡ ଓ ହତ୍ୟା ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ତେବେ ଅସୁସ୍ଥତା ସତ୍ତ୍ୱେ ରାଜନୈତିକ ଯୁଦ୍ଧରେ ବିଜେଡିକୁ ମାତ ଦେଇ ସେ ସମ୍ବଲପୁରରେ ପୁଣି ପଦ୍ମ ଫୁଟାଇଛନ୍ତି।

ତଥାପି ବିରୋଧୀ ଦଳ ନେତା ଚୟନ ପାଇଁ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ଜୟନାରାୟଣଙ୍କ ନାଁ ଚୟନର ଯଥେଷ୍ଟ ସମ୍ଭାବନା ରହିଛି। ଜୟଙ୍କ ପରେ ପୂର୍ବତନ ମନ୍ତ୍ରୀ ତଥା ଏଥର ଭବାନୀପାଟଣାରୁ ଜିତିଥିବା ପ୍ରଦୀପ୍ତ ନାଏକ ଓ ଧାମନଗରରୁ ଜିତିଥିବା ଦଳର ଉପସଭାପତି ବିଷ୍ଣୁ ସେଠୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଜୟ କହିଛନ୍ତି ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ସେ ନିର୍ବାହ କରିବେ।

ମେଣ୍ଟ ଭାଙ୍ଗିବା ପରେ ୨୦୦୯ ଓ ୧୪ରେ ତୃତୀୟ ସ୍ଥାନକୁ ଖସିଥିଲା ବିଜେପି। ଏଥର କିନ୍ତୁ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବେ ବିଜେପିର ୨୩ ବିଧାୟକ। ଏମାନଙ୍କ ଭିତରୁ ୧୫ ହେଉଛନ୍ତି ନୂଆ ଚେହେରା। ସେପଟେ କଂଗ୍ରେସର ୯ ବିଧାୟକ ଭିତରେ ଅଛନ୍ତି ପୂର୍ବ ଥରର ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି, ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜାଙ୍କ ପରି ଅଭିଜ୍ଞ ରାଜନେତା। ପୂର୍ବ ଥର କଂଗ୍ରେସ ଓ ବିଜେପି ବିଧାୟକ ମିଶି ବିରୋଧୀ ସିଟରେ ଥିଲେ ୨୬ ଜଣ ବିଧାୟକ। ଏଥର ସଂଖ୍ୟା ଏହା ସାମାନ୍ୟ ବଢ଼ି ୩୨ ହୋଇଛି। ତେଣୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ବିରୋଧୀଙ୍କୁ ଅଧିକ ବଳ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos