ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ୍‌: କହିଲେ- ମୋତେ ହତ୍ୟା ପାଇଁ ହୋଇଛି ଷଡ଼ଯନ୍ତ୍ର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଦେଇଛନ୍ତି ବିସ୍ଫୋରକ ବୟାନ୍‌। ତାଙ୍କୁ ହତ୍ୟା କରିବାକୁ ହୋଇଛି ଯୋଜନା। ଏହି ଷଡ଼ଯନ୍ତ୍ର କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ। ଯିଏ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି। ସେଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ କିଏ ସେ ଅଫିସ୍‌ର ସେ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିର୍ମଳ ଶାସନ ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଗଣମାଧ୍ୟମକୁ […]

Pradeep-Panigrahi

Pradeep-Panigrahi

Manoranjan Sial
  • Published: Wednesday, 16 November 2022
  • Updated: 16 November 2022, 09:12 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଦେଇଛନ୍ତି ବିସ୍ଫୋରକ ବୟାନ୍‌। ତାଙ୍କୁ ହତ୍ୟା କରିବାକୁ ହୋଇଛି ଯୋଜନା। ଏହି ଷଡ଼ଯନ୍ତ୍ର କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ। ଯିଏ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି। ସେଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ କିଏ ସେ ଅଫିସ୍‌ର ସେ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିର୍ମଳ ଶାସନ ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ବିଶ୍ୱସ୍ତ ସୂତ୍ର ଓ ଦାୟିତ୍ୱବାନ ତଦନ୍ତକାରୀ ସଂସ୍ଥାଠାରୁ ଖବର ପାଇଛି ଯେ ଜଣେ ଅଫିସର ଯିଏ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି ଓ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ଅଛନ୍ତି, ସିଏ ମୋତେ ତାଙ୍କ ରାସ୍ତାରୁ ହଟାଇ ଦେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଯୋଗାଯୋଗରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ରାସ୍ତାରେ ମୁଁ କଣ୍ଟା ହୋଇଥିବାରୁ ସେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି। ଯେଉଁ ରାଜ୍ୟକୁ ଜଣେ ତଥାକଥିତ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଛନ୍ତି, ସେଠାରେ ଏପରି ଘଟଣା ଅତ୍ୟନ୍ତ ସମ୍ୱେଦନଶୀଳ। ଏହି ଘଟଣା ପରେ ମୋତେ ତାଙ୍କ ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହେଲାଣି। ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ। ମୋତେ ଓ ମୋ ସମର୍ଥକଙ୍କୁ ହତ୍ୟା କରିବାକୁ ବିଜେଡି ରାଜନେତାମାନେ ଅପରାଧୀଙ୍କ ଯୋଗାଯୋଗରେ ରହିବା ଘଟଣାର ତଦନ୍ତ ଜରୁରୀ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଯେଉଁ ରାଜ୍ୟରେ ଲ’ ଆଣ୍ଡ ଅର୍ଡର ନାହିଁ, ସେପରି ସ୍ଥିତିରେ କାହାକୁ ଭରସା କରିବି? ଅଫିସରମାନେ ଆମ ସହ କଥା ହେଉନାହାନ୍ତି। କାହିଁକି ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଖରାପ ଭାବିବ। ସୁସ୍ଥ ଗଣତନ୍ତ୍ରରେ ଜିଲ୍ଲାରେ ନିଯୁକ୍ତି ପାଇଥିବା ଅଫିସରମାନେ ବିଧାୟକଙ୍କ ସହିତ ଆଲୋଚନା କରିବା କଥା। ମାତ୍ର ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନେ ମୋ’ ସହିତ କଥା ହେଉନାହାନ୍ତି। ଜଣେ ଅଫିସର ହିସାବରେ ଯେତେବେଳେ ସେମାନେ କଥା ହେଉନାହାନ୍ତି, ମରିଯିବି ପଛେ ସେମାନଙ୍କ ପାଖରେ ଅନୁରୋଧ କରିବିନାହିଁ। କେତେ ଧମକ ଦେଉଛନ୍ତି ଦିଅନ୍ତୁ। ଏମିତି ଧମକ ଦେଇ ମାରିଦେବେ ତ? ମାରିଦିଅନ୍ତୁ। ଯଦି ମୋର, ମୋ ପରିବାର ଓ ସମର୍ଥକଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟି ରହିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

https://www.youtube.com/watch?v=TNz95yjX0SM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos