ଜେଲ ଯିବା ବେଳେ ଖଗେଶ୍ୱର କହିଲା- ଶ୍ରଦ୍ଧାଞ୍ଜଳି କିଏ ମୁଁ ଜାଣିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରଦ୍ଧାଞ୍ଜଳି ବେହେରା କିଏ? ନାଗୁଣୀ ଅର୍ଚ୍ଚନା ନାଗଙ୍କ ସହିତ ତାଙ୍କ କଣ ସମ୍ପର୍କ ରହିଛି? ଅର୍ଚ୍ଚନାଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱରଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କର କଣ ସମ୍ପର୍କ ରହିଛି? ଏହାର ଉତ୍ତର ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଖୋଜୁଥିବା ବେଳେ ଆଜି ଖଗେଶ୍ୱର କହିଛି, ମୁଁ ଶ୍ରଦ୍ଧାଞ୍ଜଳିକୁ ଚିହ୍ନିନି କି ଜାଣିନି। ତେବେ ଏଠି ପ୍ରଶ୍ନ ଉଠୁଛି, ଅର୍ଚ୍ଚନାର କଳା କାରନାମାରେ ଶ୍ରଦ୍ଧାଞ୍ଜଳି ସମ୍ପୃକ୍ତ ଥିବା ବେଳେ ଖଗେଶ୍ୱର କେମିତି ଚିହ୍ନି ପାରିଲେ ନାହିଁ। ଅର୍ଚ୍ଚନା ନାଗ ଓ […]

Sradhanjali and Khageswar

Sradhanjali and Khageswar

Manoranjan Sial
  • Published: Thursday, 24 November 2022
  • Updated: 24 November 2022, 09:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରଦ୍ଧାଞ୍ଜଳି ବେହେରା କିଏ? ନାଗୁଣୀ ଅର୍ଚ୍ଚନା ନାଗଙ୍କ ସହିତ ତାଙ୍କ କଣ ସମ୍ପର୍କ ରହିଛି? ଅର୍ଚ୍ଚନାଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱରଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କର କଣ ସମ୍ପର୍କ ରହିଛି? ଏହାର ଉତ୍ତର ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଖୋଜୁଥିବା ବେଳେ ଆଜି ଖଗେଶ୍ୱର କହିଛି, ମୁଁ ଶ୍ରଦ୍ଧାଞ୍ଜଳିକୁ ଚିହ୍ନିନି କି ଜାଣିନି। ତେବେ ଏଠି ପ୍ରଶ୍ନ ଉଠୁଛି, ଅର୍ଚ୍ଚନାର କଳା କାରନାମାରେ ଶ୍ରଦ୍ଧାଞ୍ଜଳି ସମ୍ପୃକ୍ତ ଥିବା ବେଳେ ଖଗେଶ୍ୱର କେମିତି ଚିହ୍ନି ପାରିଲେ ନାହିଁ।

ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପେଡ଼ି ଖୋଲିବା ପାଇଁ ଖଗେଶ୍ୱରକୁ ଜାମିନ୍‌ରେ ଆଣିଥିଲା ଇଡି। ଗତ ଦୁଇ ଦିନ ଧରି ଘାଣ୍ଟିଥିଲା। ବୁଧବାର ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ବସାଇ ମୁହାଁମୁହିଁ ଜେରା କରିଥିଲା ଇଡି। ଜେରା ସମୟରେ ଇଡି ନାନା ପ୍ରଶ୍ନ ପଚାରିଥିଲା। ଆଜି ଖଗେଶ୍ୱରର ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର କରାଇଥିଲା। ପୁଣି ଥରେ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ମାତ୍ର କୋର୍ଟ ଇଡିର ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ଖଗେଶ୍ୱରଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

କୋର୍ଟରୁ ଜେଲ୍‌ ଯିବା ବେଳେ ଖଗେଶ୍ୱର ଗଣମାଧ୍ୟମକୁ କହିଛି, ମୁଁ କାହାଠାରୁ ୫ଟା ଆଣିନାହିଁ କି ଦେଇନାହିଁ। ମୁଁ କାହାକୁ ସହଯୋଗ କରିନାହିଁ, ନିର୍ଦ୍ଦୋଷ। ମୁଁ ଶ୍ରଦ୍ଧାଞ୍ଜଳି ବେହେରାକୁ ଚିହ୍ନି ନାହିଁ କି ଜାଣିନାହିଁ। ତାକୁ କେବେ ଦେଖିନାହିଁ ବୋଲି ଖଗେଶ୍ୱର କହିଛି।

ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲିଂ ଓ ହତ୍ୟା ଧମକ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା। ଏହାର କିଛିଦିନ ପରେ ବଦଳିଗଲା ମାମଲାର ମୋଡ଼। ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାକୁ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ବିରୋଧରେ ହନିଟ୍ରାପ୍‌ ମାମଲାରେ ତାକୁ ମୋହରା କରାଯାଉଥିବା ଦର୍ଶାଇ ଏତଲା ଦେଇଥିଲେ। ସେହି ଏତଲା ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ପରେ ଖଗେଶ୍ୱରକୁ ବାନ୍ଧିଥିଲା ଇଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story