ଆର୍‌କେକୁ ଖୋଜିବାକୁ ଯାଇ କୋରିୟର ପାଖରେ ଅଟକିଛି ପୋଲିସ!

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ମଧ୍ୟ ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍&zwnj;ର ଟିମ୍ କେବଳ କୋରିୟର ଆସିଥିବା &ldquo;ସ୍କାଏ କିଂ&rdquo; ଶାଖାରେ ଚକ୍କର ଲଗାଇ ଫେରିଛି। ମାତ୍ର କିଛି ପକ୍କା ସୁରାକ୍ ପାଇନାହିଁ। କାରଣ ଏଯାଏ ଜଣାପଡ଼ିନି କୋରିୟରର ପ୍ରେରକ ଆର୍&zwnj;.କେ. ଶର୍ମା ନାଁ ଅସଲି ନା ନକଲି। କୋରିୟର ପଠାଇଥିବା ବ୍ୟକ୍ତି ରାୟପୁରର ନା ତଦନ୍ତକୁ ଦିଗହରା କରିବା ଉଦ୍ଦେଶ୍ୟରେ କେହି ବାହାର ଲୋକ ଏମିତି କରିଛି? ଯିଏ ବି ଏମିତି କରିଛି କଣ ଥିଲା ତାର ଉଦ୍ଦେଶ୍ୟ? ଟାର୍ଗେଟ୍&zwnj;ରେ ବର-କନ୍ୟା ନା ଆଉ କେହି ଥିଲେ? ଏହି ଜଘନ୍ୟ କାଣ୍ଡ ପଛରେ ପ୍ରତାରଣା ନା ସଂପତ୍ତି ନା ପୂର୍ବ ଶତ୍ରୁତା ତାହା ଜଣାପଡ଼ିନି। ତେବେ ତଦନ୍ତକୁ ଆଗକୁ ନେବା ପାଇଁ ପୋଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିଲା ବେଳେ କୌଣସି ଗୋଟିଏ ଦିଗରେ ବି ଆଗକୁ ବଢ଼ି ପାରୁନି। ଏଭଳି ସ୍ଥିତିରେ ଘଟଣାର ଏକମାତ୍ର ସାକ୍ଷୀ ତଥା ସୌମ୍ୟଶେଖରଙ୍କ ପତ୍ନୀ ରୀନାରାଣୀଙ୍କ ବୟାନ ପାଇଁ ତାଙ୍କୁ ସୁସ୍ଥ ହେବାକୁ ଅପେକ୍ଷା କରିଛି।</p> <p>ଏପଟେ କଟକ ବଡ଼ ମେଡିକାଲ୍&zwnj;ରେ ଚିକିତ୍ସିତ ହେଉଥିବା ରୀନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସେ ବିପଦମୁକ୍ତ ନୁହନ୍ତି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ ଭେଦିବାକୁ ଏକ ପ୍ରକାର ଅନ୍ଧାରରେ ବାଡ଼ି ବୁଲାଉଥିବା ପୋଲିସ୍ ତଦନ୍ତକୁ ଆଗକୁ କେମିତି ନେଉଛି ଏବେ ତା ଉପରେ ସମସ୍ତଙ୍କ ନଜର।</p>

Ordigital Desk
  • Published: Tuesday, 27 February 2018
  • Updated: 27 February 2018, 09:33 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ମଧ୍ୟ ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍&zwnj;ର ଟିମ୍ କେବଳ କୋରିୟର ଆସିଥିବା &ldquo;ସ୍କାଏ କିଂ&rdquo; ଶାଖାରେ ଚକ୍କର ଲଗାଇ ଫେରିଛି। ମାତ୍ର କିଛି ପକ୍କା ସୁରାକ୍ ପାଇନାହିଁ। କାରଣ ଏଯାଏ ଜଣାପଡ଼ିନି କୋରିୟରର ପ୍ରେରକ ଆର୍&zwnj;.କେ. ଶର୍ମା ନାଁ ଅସଲି ନା ନକଲି। କୋରିୟର ପଠାଇଥିବା ବ୍ୟକ୍ତି ରାୟପୁରର ନା ତଦନ୍ତକୁ ଦିଗହରା କରିବା ଉଦ୍ଦେଶ୍ୟରେ କେହି ବାହାର ଲୋକ ଏମିତି କରିଛି? ଯିଏ ବି ଏମିତି କରିଛି କଣ ଥିଲା ତାର ଉଦ୍ଦେଶ୍ୟ? ଟାର୍ଗେଟ୍&zwnj;ରେ ବର-କନ୍ୟା ନା ଆଉ କେହି ଥିଲେ? ଏହି ଜଘନ୍ୟ କାଣ୍ଡ ପଛରେ ପ୍ରତାରଣା ନା ସଂପତ୍ତି ନା ପୂର୍ବ ଶତ୍ରୁତା ତାହା ଜଣାପଡ଼ିନି। ତେବେ ତଦନ୍ତକୁ ଆଗକୁ ନେବା ପାଇଁ ପୋଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିଲା ବେଳେ କୌଣସି ଗୋଟିଏ ଦିଗରେ ବି ଆଗକୁ ବଢ଼ି ପାରୁନି। ଏଭଳି ସ୍ଥିତିରେ ଘଟଣାର ଏକମାତ୍ର ସାକ୍ଷୀ ତଥା ସୌମ୍ୟଶେଖରଙ୍କ ପତ୍ନୀ ରୀନାରାଣୀଙ୍କ ବୟାନ ପାଇଁ ତାଙ୍କୁ ସୁସ୍ଥ ହେବାକୁ ଅପେକ୍ଷା କରିଛି।</p><p>ଏପଟେ କଟକ ବଡ଼ ମେଡିକାଲ୍&zwnj;ରେ ଚିକିତ୍ସିତ ହେଉଥିବା ରୀନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସେ ବିପଦମୁକ୍ତ ନୁହନ୍ତି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ ଭେଦିବାକୁ ଏକ ପ୍ରକାର ଅନ୍ଧାରରେ ବାଡ଼ି ବୁଲାଉଥିବା ପୋଲିସ୍ ତଦନ୍ତକୁ ଆଗକୁ କେମିତି ନେଉଛି ଏବେ ତା ଉପରେ ସମସ୍ତଙ୍କ ନଜର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos