କୋଭିଡ୍ ହସ୍ପିଟାଲ: କିଏ ସତ- ମୁଖ୍ୟମନ୍ତ୍ରୀ ନା ସ୍ୱାସ୍ଥ୍ୟମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଥିଲେ ମଧ୍ୟ ସରକାରଙ୍କ ତଥ୍ୟ ଓ ବାସ୍ତବତା ମଧ୍ୟରେ ଫରକ ରହିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି। ଏପଟେ ସରକାର ନିଜର ପାରିବାପଣିଆ ଦେଖାଇବାକୁ କିଭଳି ତଥ୍ୟକୁ ମୋଡ଼ିମକଚି ନିଜ ହିସାବରେ ଉପଯୋଗ କରନ୍ତି ତାହା ପଦାରେ ପଡ଼ିଛି। ରାଜ୍ୟରେ କୋଭିଡ୍ ହସ୍ପିଟାଲର ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଗୋଟିଏ ହିସାବ ଦେଇଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଉ ଗୋଟିଏ ହିସାବ ଦେଇଛନ୍ତି। […]

naba0

naba0

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଥିଲେ ମଧ୍ୟ ସରକାରଙ୍କ ତଥ୍ୟ ଓ ବାସ୍ତବତା ମଧ୍ୟରେ ଫରକ ରହିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି। ଏପଟେ ସରକାର ନିଜର ପାରିବାପଣିଆ ଦେଖାଇବାକୁ କିଭଳି ତଥ୍ୟକୁ ମୋଡ଼ିମକଚି ନିଜ ହିସାବରେ ଉପଯୋଗ କରନ୍ତି ତାହା ପଦାରେ ପଡ଼ିଛି। ରାଜ୍ୟରେ କୋଭିଡ୍ ହସ୍ପିଟାଲର ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଗୋଟିଏ ହିସାବ ଦେଇଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଉ ଗୋଟିଏ ହିସାବ ଦେଇଛନ୍ତି। ତେବେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ହୁହୁ ହୋଇ ବଢ଼ୁଥିବାବେଳେ ସାଧାରଣ ଲୋକେ ଏବେ କାହାର ତଥ୍ୟକୁ ବିଶ୍ୱାସ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋଭିଡ୍ ଚିକିତ୍ସାକୁ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟରେ କାହିଁକି ତାଳମେଳ ରହିଲାନି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ରାଜ୍ୟରେ ୪୮ଟି କୋଭିଡ୍ ହସ୍ପିଟାଲ ଓ ୧୪ଟି କୋଭିଡ୍ ହେଲଥ କେୟାର ସେଣ୍ଟର ମାଧ୍ୟମରେ ରାଜ୍ୟର କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। ଅର୍ଥାତ୍ ରାଜ୍ୟରେ କରୋନା ଚିକିତ୍ସା ପାଇଁ ମୋଟ ୬୨ଟି ଚିକିତ୍ସା ସୁବିଧା କେନ୍ଦ୍ର ରହିଥିବା ଗୃହ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଥିଲେ।

ଅନ୍ୟପକ୍ଷରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମସ୍ତ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ତାଙ୍କ ସରକାର କୋଭିଡ୍ ଚିକିତ୍ସା ପାଇଁ ସାରା ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ୍ ଚିକିତ୍ସାଳୟ ପ୍ରତିଷ୍ଠା କରିଥିବା କହିଛନ୍ତି । ଟେଷ୍ଟିଂଠୁ ଆରମ୍ଭ କରି ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି ଓ ଏନେଇ କାହାରିକୁ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ୁନଥିବା କହିଛନ୍ତି। ରାଜ୍ୟବାସୀଙ୍କୁ ନିର୍ଦ୍ଧାରିତ ସମୟରେ ଟୀକା ଯୋଗାଇ ଦେବାପାଇଁ ବିଭିନ୍ନ ଟୀକା ପ୍ରସ୍ତୁତିକାରୀ ସଂସ୍ଥାଗୁଡ଼ିକ ସହ ସରକାର ଯୋଗସୂତ୍ର ରକ୍ଷା କରୁଛନ୍ତି ଓ ଏଥିରେ ନିଶ୍ଚିତ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଦଳୀୟ ପଦାଧିକାରୀଙ୍କୁ ଜଣାଇଛନ୍ତି। ଆଉ ଦଳର ବିଧାୟକ ଓ ସାଂସଦଠୁ ଆରମ୍ଭ କରି ବ୍ଲକସ୍ତରର ପଦାଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏହି କଥାକୁ ଲୋକଙ୍କୁ ଜଣାଇ କରୋନା ସଚେତନତା ସୃଷ୍ଟି କରିବେ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ମାତ୍ର ୬୨ଟି ଚିକିତ୍ସା କେନ୍ଦ୍ର ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ କହିଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ନିଜର ଦଳୀୟ ପଦାଧିକାରୀଙ୍କୁ ଏପରି ତ୍ରୁଟିପୂର୍ଣ୍ଣ ସନ୍ଦେଶ ଦେଲେ। ୭୭ଟି କୋଭିଡ୍ ଚିକିତ୍ସା କେନ୍ଦ୍ରର ତଥ୍ୟ ମୁଖ୍ୟମନ୍ତ୍ରୀ କେଉଁଠୁ ପାଇଲେ? ଯଦି ମୁଖ୍ୟମନ୍ତ୍ରୀ ଠିକ୍ କହିଛନ୍ତି ତା’ହେଲେ ବିଧାନସଭାରେ ମିଛ କହିଥିବା ଯୋଗୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାହିଁକି ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିବ ନାହିଁ? ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନରହିଲେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ପ୍ରକୃତରେ ରାଜ୍ୟରେ କେତୋଟି କୋଭିଡ୍ ଚିକିତ୍ସା କେନ୍ଦ୍ର ରହିଛି ତାହା ବି କେହି ଜାଣିପାରୁନାହାନ୍ତି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଡାହା ମିଛ ମିଛ କହି ଅଭ୍ୟାସରେ ପଡ଼ିଗଲେଣି । କୋଭିଡ୍ ପରିଚାଳନା କେଉଁସ୍ତରରେ ହେଉଛି ତାହା ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ଭିନ୍ନ ଭିନ୍ନ ତଥ୍ୟରୁ ସହଜରେ ଅନୁମେୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story