ବିଜେଡି ବିଧାୟକଙ୍କୁ ଦୁଇ ଦୁଇ ଥର 'ଗୁରୁମନ୍ତ୍ର' କାହିଁକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସ ଡାକି ‘ବ୍ରେକଫାଷ୍ଟ’ରେ ଆପ୍ୟାୟିତ କରିଛନ୍ତି। ଏହାସହିତ ପୁଣିଥରେ ‘ସରଳ’ ଜୀବନଯାପନର ଗୁରୁମନ୍ତ୍ର ଦେଇଛନ୍ତି। ତେବେ କେବଳ ନବନିର୍ବାଚିତ ବିଧାୟକମାନଙ୍କୁ ନବୀନଙ୍କ ଏଭଳି ଗୁରୁମନ୍ତ୍ର ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ସୂତ୍ର ଅନୁସାରେ, ସାଧାରଣତଃ ଅତ୍ୟନ୍ତ ଜରୁରୀ ନଥିଲେ ଦଳୀୟ ବିଧାୟକମାନଙ୍କୁ ନବୀନ ଭେଟନ୍ତି ନାହିଁ। […]

Why-did-Naveen-invite-party-mlas-for-a-tuition-session-over-breakfast1111

Manoranjan Sial
  • Published: Wednesday, 03 July 2019
  • Updated: 03 July 2019, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସ ଡାକି ‘ବ୍ରେକଫାଷ୍ଟ’ରେ ଆପ୍ୟାୟିତ କରିଛନ୍ତି। ଏହାସହିତ ପୁଣିଥରେ ‘ସରଳ’ ଜୀବନଯାପନର ଗୁରୁମନ୍ତ୍ର ଦେଇଛନ୍ତି। ତେବେ କେବଳ ନବନିର୍ବାଚିତ ବିଧାୟକମାନଙ୍କୁ ନବୀନଙ୍କ ଏଭଳି ଗୁରୁମନ୍ତ୍ର ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେଡି ସୂତ୍ର ଅନୁସାରେ, ସାଧାରଣତଃ ଅତ୍ୟନ୍ତ ଜରୁରୀ ନଥିଲେ ଦଳୀୟ ବିଧାୟକମାନଙ୍କୁ ନବୀନ ଭେଟନ୍ତି ନାହିଁ। ନବୀନଙ୍କ ଦ୍ୱାରା ଅଧିସ୍ୱୀକୃତିପ୍ରାପ୍ତ ବ୍ୟକ୍ତିମାନେ ହିଁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ଭେଟିଥାନ୍ତି। ବିଜେଡି ହେଉଛି ‘ବିଧାୟକକେନ୍ଦ୍ରିକ’ ଦଳ ଯେଉଁଠି ଏମଏଲଏ ପ୍ରୋଟେକଲକୁ ଗୁରୁତ୍ୱ ମିଳିଥାଏ। ଏପରିକି ସାଂଗଠନିକ କାର୍ଯ୍ୟରେ ମଧ୍ୟ ବିଧାୟକମାନଙ୍କୁ ପ୍ରାଥମିକତା ମିଳେ। ଆଗକୁ ପୌର ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ରହିଛି। ନବନିର୍ବାଚିତ ବିଧାୟକମାନଙ୍କ ଆଗରେ ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବା ବି ଏକପ୍ରକାର ଚ୍ୟାଲେଞ୍ଜ ରହିବ। କାରଣ ଦଳର ପ୍ରଥମଥର ବିଧାନସଭାକୁ ଆସିଥିବା ୪୧ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ଦଳରୁ ଆସି ଟିକେଟ୍ ନେଇ ଜିତିଛନ୍ତି। ବିଜେଡି ସଂଗଠନର ତଥାକଥିତ ‘ଗଣତାନ୍ତ୍ରିକ’ ପଦ୍ଧତି ପ୍ରତି ସେମାନେ ସଚେତନ ନୁହଁନ୍ତି। ଯେଉଁଥିପାଇଁ ସେହି ନବାଗତ ବିଧାୟକମାନଙ୍କୁ ବାରମ୍ବାର ଟ୍ୟୁସନ୍ କରାଯାଇ ବିଜେଡି ଏକ ଆଞ୍ଚଳିକ ଦଳ ଓ ଏଥିରେ ସୁପ୍ରିମୋଙ୍କ ନିର୍ଦ୍ଦେଶ ହିଁ ସବୁକିଛି ତାହା ପରୋକ୍ଷରେ ସନ୍ଦେଶ ଦେବାକୁ ପ୍ରୟାସ କରାଯାଉଛି।

ନବାଗତ ବିଧାୟକମାନଙ୍କ ମେ’ ୨୬ତାରିଖରେ ବିଜେଡି ବିଧାୟକ ଦଳ ବୈଠକରେ ମଧ୍ୟ ନବୀନ ଅନୁରୂପ ଭାବେ ନିରାଡ଼ମ୍ବର ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ। ଯାହାକୁ ଆଜି ପୁଣିଥରେ ଦୋହରାଇବା ସହ ଦୁର୍ନୀତିରୁ ଦୂରେଇ ରହି କାମ କଲେ ନିର୍ବାଚନ ଜିତିବା ସହଜ ହେବ ବୋଲି ଗୁରୁମନ୍ତ୍ର ଦେଇଛନ୍ତି । ବିଧାୟକମାନଙ୍କୁ ନମ୍ର ହୋଇ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବା କରିବାକୁ ମଧ୍ୟ ନବୀନ ଆଜି ପରାମର୍ଶ ଦେଇଛନ୍ତି।

ଗତ ମେ’ ୨୬ତାରିଖରେ ନବୀନ ଦଳର ବିଧାୟକମାନଙ୍କୁ ଲୋକଙ୍କ ଉପରେ ଧ୍ୟାନକେନ୍ଦ୍ରିତ କରି ଲୋକଙ୍କ ନିମନ୍ତେ କାମ କରିବାକୁ ପରାମର୍ଶ ଦେଇଥିଲେ। ସରଳ ଜୀବନଯାପନ କଲେ ଲୋକମାନେ ନିକଟତର ହେବେ ବୋଲି ସେଦିନ କହିଥିବା କଥାକୁ ଆଜି ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ , ନବୀନ ନିଜେ ନିଜର ବିଧାୟକ କିମ୍ବା ଜିଲ୍ଲାସ୍ତରର ନେତାମାନଙ୍କ ପାଇଁ ସବୁସମୟରେ ଉପଲବ୍ଧ ହୋଇପାରନ୍ତି ନାହିଁ। ଏପରିକି ନବୀନଙ୍କୁ ଦେଖା କରିବା ଦଳର ବରିଷ୍ଠ ନେତାଙ୍କ ପକ୍ଷରେ ମଧ୍ୟ ସମ୍ଭବପର ନୁହେଁ ବୋଲି ବିଜେଡି ନେତାମାନେ ସ୍ୱୀକାର କରନ୍ତି। ଏଭଳି ସ୍ଥିତିରେ ନବୀନ ଯେଉଁମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି(ଅଣରାଜନୀତିକ ବ୍ୟକ୍ତିମାନେ) ସେମାନେ ହିଁ ନିଜ ଇଚ୍ଛା ଅନୁସାରେ ବିଜେଡି ନେତା ଓ କର୍ମୀଙ୍କ କଥା ବୁଝନ୍ତି। ତେଣୁ ନବୀନ ଯେତେବେଳେ ନିଜେ ଦଳର ବିଧାୟକମାନଙ୍କୁ ଭେଟିବାକୁ ଚାହାଁନ୍ତି ନାହିଁ,ସେଠି ବିଧାୟକମାନେ ଗାଁ ଗହଳିର ସାଧାରଣ ଲୋକଙ୍କ ପାଖରେ କିଭଳି ଉପଲବ୍ଧ ହେବେ ତାହା ସହଜରେ ବୁଝାପଡ଼ୁଛି।

ନବୀନ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଡାକିବାର ମୁଖ୍ୟ କାରଣ ହେଉଛି, ଏହି ନୂଆ ୪୧ ବିଧାୟକ ଜିତିଥିବା ନିର୍ବାଚନମଣ୍ଡଳୀରେ କୌଣସି ପ୍ରକାରର ସାଂଗଠନିକ ବିଶୃଙ୍ଖଳାକୁ ରୋକିବାକୁ ଦଳ ପ୍ରାଥମିକତା ଦେଉଛି। କାରଣ ଏସବୁ ନିର୍ବାଚନମଣ୍ଡଳୀରେ ସଂଗଠନ ଦଳର ପୁରୁଣା ଅବା ପୂର୍ବତନ ବିଧାୟକମାନଙ୍କ ହାତରେ ରହିଛି। ନିର୍ବାଚନବେଳେ ନବୀନଙ୍କ ଚାପରେ ସେମାନେ ନିରବ ରହି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଥିଲେ। ଏବେ ନବନିର୍ବାଚିତ ବିଧାୟକମାନଙ୍କ ହାତରେ ସଂଗଠନକୁ ଟେକିଦେବାକୁ ସେମାନେ ଚାହୁଁନଥିବାବେଳେ ତୃଣମୂଳସ୍ତରରେ ସଂଗଠନ କାହା ପାଖରେ ରହିବ ତାକୁ ନେଇ ଛକାପଞ୍ଝା ଲାଗି ରହିଛି। ଏବେ ବିଜେଡି ସୁପ୍ରିମୋ ନିଜର ବିଧାୟକମାନଙ୍କ ପାଖରେ ସଂଗଠନ ରଖିବାକୁ ଚାହୁଁଥିବାରୁ ସେମାନଙ୍କୁ ଡାକି ଭଲ ପରାମର୍ଶ ଦେବା ଆଳରେ ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଥିବା ନେତାଙ୍କୁ ମଧ୍ୟ ପରୋକ୍ଷରେ ଚେକ୍ ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story