ଅନୁଭବଙ୍କୁ ନେଇ ବିଜେଡି ଚୁପ୍ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯିବା ସହ ସାଂସଦଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଥିବାବେଳେ ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛି। ବିଜେଡିର ଏଭଳି ନିରବତା ଓ ନିରବ ସମର୍ଥନ […]

anubhav

anubhav

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 06:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯିବା ସହ ସାଂସଦଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଥିବାବେଳେ ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛି। ବିଜେଡିର ଏଭଳି ନିରବତା ଓ ନିରବ ସମର୍ଥନ ଯୋଗୁ ପୂର୍ବରୁ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର, ନିର୍ଯାତନା ଓ ନିଜର ପଡ଼ୋଶୀଙ୍କୁ ଅଶାଳୀନ ବ୍ୟବହାର କରିଥିବା ସାଂସଦ ଶ୍ରୀ ମହାନ୍ତି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ହିଁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ବଳପ୍ରୟୋଗ କରି ତାଙ୍କୁ ସର୍ବସାଧାରଣରେ ଅପମାନିତ କରାଇବାକୁ ପଛାଇ ନାହାନ୍ତି।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତିଙ୍କୁ କ୍ଷମତାସୀନ ବିଜେଡି ସରକାର ସୁରକ୍ଷା ଦେଇଥିବାରୁ ମହିଳା ସାମ୍ବାଦିକାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ପୀଡ଼ିତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ। ସେହିପରି ନିଜର ପଡ଼ୋଶୀ ଥିବା ଜଣେ ଛାତ୍ର ନେତାଙ୍କୁ ସର୍ବସାଧାରଣରେ ଗାଳିଗୁଲଜ ସହ ମରଣାନ୍ତକ ଆକ୍ରମଣ କରିଥିବା ମାମଲାରେ ବି ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ପୁଲିସ୍ ଏପର୍ଯ୍ୟନ୍ତ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। ଏହି ଦୁଇଟି ଯାକ ମାମଲା କଟକସ୍ଥିତ ପୁରୀଘାଟ ଥାନାରେ ରୁଜୁ ହୋଇଥିବାବେଳେ ଶାସକ ଦଳର ସାଂସଦ ଯୋଗୁ ତାଙ୍କୁ ଛୁଇଁବାକୁ ଏପର୍ଯ୍ୟନ୍ତ ପୁଲିସ୍ ସାହାସ କରିପାରିନାହିଁ। ଯଦିଓ ଉଭୟ ମାମଲାରେ ଶ୍ରୀ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣକୁ ସାଧାରଣ ଲୋକେ ସୋଶାଲ ମିଡିଆରେ ଦେଖିବାର ସୁଯୋଗ ପାଇଛନ୍ତି। ତେଣୁ ଉପରୋକ୍ତ ଦୁଇଟି ମାମଲାରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ତାଙ୍କୁ ପୁଲିସ୍ ଛୁଇଁନଥିବାବେଳେ ତାଙ୍କ ଦ୍ୱାରା ଦୁର୍ବ୍ୟବହାର ଓ ବିଭିନ୍ନ ପ୍ରକାରର ଧମକ ପାଉଥିବା କେନ୍ଦ୍ରାପଡ଼ାରେ ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କ ଅଭିଯୋଗ ଉପରେ ଓଡ଼ିଶା ପୁଲିସ କେତେ ତତ୍ପରତା ଦେଖାଇବ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସାଂସଦ ଶ୍ରୀ ମହାନ୍ତି ଗତକାଲି କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଯେଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କଲେ ତାକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାବେଳେ ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ସାଂସଦଙ୍କ ଆଚରଣକୁ ନିନ୍ଦା କରିଛନ୍ତି। ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ସାଂସଦ ଶ୍ରୀ ମହାନ୍ତିଙ୍କ ଦ୍ୱାରା ସାମ୍ବାଦିକଙ୍କ ପ୍ରତି ଆଚରଣକୁ ନିନ୍ଦା କରିବା ସହ ଏହା ବିଜେଡିର ଅହଙ୍କାର ବଢ଼ି ଯାଇଥିବାକୁ ଦର୍ଶାଉଛି ବୋଲି କହିବାକୁ ପଛାଇ ନାହାନ୍ତି। ଏପରିକି ଦୀର୍ଘଦିନ ଧରି ବିଜେଡି ରାଜ୍ୟରେ ଶାସନରେ ରହିବା ଯୋଗୁ ସାଂସଦ ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତି ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରିବାକୁ ସାମାନ୍ୟତମ ଭୃକ୍ଷେପ କରିନଥିବା କହିଛନ୍ତି। ଏହି ଘଟଣାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ କଂଗ୍ରେସ ଦାବି କରିଛି।

ତେବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ ଘଟଣାର ୨୪ ଘଣ୍ଟା ପରେ ବି ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଉଚିତ୍ ମନେକରିନି। କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦଳୀୟ ସାଂସଦଙ୍କ ଆଚରଣକୁ ନିନ୍ଦା କରିବା ତ ଦୂରର କଥା ଘଟଣାକୁ ନେଇ ବିଜେଡିର ମୁଖପାତ୍ରମାନେ ମୁହଁ ଖୋଲୁନାହାନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର ହୋଇଥିବାବେଳେ ଶାସକ ବିଜେଡିର କୌଣସି ନେତା ଏନେଇ ମୁହଁ ଖୋଲୁନଥିବାରୁ ଜିଲ୍ଲା ପୁଲିସଠାରୁ ଯେ ତ୍ୱରିତ୍ ନ୍ୟାୟ ମିଳିବ ତାହା ଆଶା କରିବା ବୃଥା। ଅବଶ୍ୟ ସାଂସଦ ଶ୍ରୀ ମହାନ୍ତିଙ୍କ ଏଭଳି ଆଚରଣକୁ ବିଜେଡିର ଅନେକ ନେତା ଅଣଆନୁଷ୍ଠାନିକ ଭାବେ ନାପସନ୍ଦ କରୁଛନ୍ତି। କିନ୍ତୁ ସେମାନେ ଆନୁଷ୍ଠାନିକ ଭାବେ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସାଂସଦ ଶ୍ରୀ ମହାନ୍ତିଙ୍କ ଏଭଳି ଗୋଟିଏ ପରେ ଗୋଟିଏ ଔଦ୍ଧତ୍ୟପୂର୍ଣ୍ଣ ଓ ହିଂସାତ୍ମକ କାର୍ଯ୍ୟକୁ ପ୍ରଶ୍ରୟ ଦେଇ ବିଜେଡି ପରୋକ୍ଷରେ ନିଆଁକୁ ଅଣ୍ଟିରେ ସାଇତି ରଖିବାକୁ ପ୍ରୟାସ କରୁନି ତ? ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମର ସ୍ୱାଧୀନତା ଓ ସମ୍ବିଧାନରେ ଅହିଂସା ଶବ୍ଦକୁ ସାମିଲ କରିବା ସପକ୍ଷରେ ଯୁକ୍ତି ବାଢ଼ୁଥିବାବେଳେ ନିଜ ଦଳର ସାଂସଦଙ୍କ ଏଭଳି ଆଚରଣକୁ ନେଇ ଚୁପ୍ ରହିବା ଓ ଦଳ ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାନଯିବା ପରୋକ୍ଷରେ ବିଜେଡିର ବେପରୁୱା ମାନସିକତାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story