ଭୁବନେଶ୍ୱର: ଭୁବନେଶ୍ୱର ବସ୍ତି ଅଞ୍ଚଳରେ ଚାଲିଛି ବେଆଇନ ମଦ କାରବାର। ଗତକାଲି ରାତିରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରକୁଟ ବସ୍ତିରୁ ପୋଲିସ ପ୍ରାୟ ୨ ଲକ୍ଷ ଟଙ୍କାର ମଦ ଜବତ କରିଛି। ଏଥିରେ ଉଭୟ ଦେଶୀ ଓ ବିଦେଶୀ ମଦ ରହିଛି।
ବେଆଇନ ଭାବେ ମଦ ରଖିବା ଓ ବିକିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।