ବିଜେପୁର ଉପନିର୍ବାଚନ: ବିଜେଡିରେ ଆଶାୟୀଙ୍କ ଭିଡ଼, ସହଜ ହେବନି ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଏହି ଆସନରେ ଖୁବଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ତେବେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଦଳୀୟ କନ୍ଦଳ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି। ସାଧାରଣରେ ନିର୍ବାଚନରେ ନବୀନଙ୍କ ଭଳି ସୁପର ହେଭିୱେଟ୍ ନେତା ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇ ମଧ୍ୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କଠୁ […]

winning-bijepur-once-again-in-coming-bypoll-would-be-a-tough-task-for-bjd

Manoranjan Sial
  • Published: Monday, 03 June 2019
  • Updated: 03 June 2019, 06:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଏହି ଆସନରେ ଖୁବଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ତେବେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଦଳୀୟ କନ୍ଦଳ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି। ସାଧାରଣରେ ନିର୍ବାଚନରେ ନବୀନଙ୍କ ଭଳି ସୁପର ହେଭିୱେଟ୍ ନେତା ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇ ମଧ୍ୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କଠୁ ମାତ୍ର ୫୭ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେପିର ନବାଗତ ପ୍ରାର୍ଥୀଙ୍କ ଏଭଳି କଡ଼ା ଟକ୍କର ମଧ୍ୟରେ ନବୀନ ଉକ୍ତ ଆସନ ଜିଣିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏବେ ବିଜେଡିରେ ବଢ଼ୁଥିବା ଦଳୀୟ ଅନ୍ତଃକନ୍ଦଳ ଯୋଗୁ ଏହି ଆସନକୁ ନିଜ ଅକ୍ତିଆରରେ ରଖିବା ବିଜେଡି ପାଇଁ କାଠିକର ପାଠ ହେବାକୁ ଯାଉଛି।

ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାରେ ଦଳୀୟ ଭୋଟକୁ ନିଜ ସପକ୍ଷରେ ରଖିବା ନିମନ୍ତେ ବିଜେଡି ଏକ ସୁଚିନ୍ତିତ ରଣନୀତି ଅନୁସାରେ ନବୀନଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଥିଲା। ହିଞ୍ଜିଳି ଓ ବିଜେପୁର ଆସନରୁ ନବୀନ ପ୍ରାର୍ଥୀ ହୋଇଥିଲେ। ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ନବୀନ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେଠାରେ ବିଜେପିର ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ବାଜିମାତ୍ କରିଥିଲେ। ଲୋକସଭା ନିର୍ବାଚନରେ ବିଜେଡିର ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପରାଜିତ ହେଲେ। ନବୀନଙ୍କ କରିସ୍ମା ଓ ଲୋକପ୍ରିୟତା ଏବଂ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ,କିଶୋର ମହାନ୍ତି, ନବ ଦାସଙ୍କ ଭଳି ହେଭିୱେଟ୍ ନେତା ଥିବା ସତ୍ତେ୍ୱ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିଜୟ ହୋଇଥିଲା। ସୁରେଶଙ୍କ ବିଜୟ ସହ ନବୀନଙ୍କ ଲୋକପ୍ରିୟତା ଓ ଦଳର ଏହି ତଥାକଥିତ ହେଭିୱେଟ୍ ନେତାମାନଙ୍କ ସାଂଗଠନିକ ଦକ୍ଷତା ମଧ୍ୟ ପଦାରେ ପଡ଼ିଥିଲା।

ସୂଚନା ଅନୁସାରେ, ବର୍ତ୍ତମାନ ପରିସ୍ଥିତିରେ ବିଜେପୁର ଆସନ ନଛାଡ଼ିବା ପାଇଁ ପଶ୍ଚିମ ଓଡ଼ିଶାର କିଛି ଦଳୀୟ ନେତା ନବୀନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ବିଜେପୁରରେ କଡ଼ା ଟକ୍କରର ସମ୍ମୁଖୀନ ହୋଇଥିବାରୁ ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରି ଚାଲାକ୍ ନବୀନ ହିଞ୍ଜିଳି ବିଧାନସଭା ଆସନକୁ ନିଜ ପାଖରେ ରଖିବାକୁ ଉଚିତ୍ ମଣିଛନ୍ତି। ଆଉ ପ୍ରାୟ ଦେଢ଼ବର୍ଷ ତଳେ ବିଜେପୁରବାସୀଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁଭଳି ୧୨ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ, ଠିକ୍ ସେହି ଶୈଳୀରେ ଦୁଇଦିନ ତଳେ ଆଉ ଏକ ପ୍ୟାକେଜ୍ ଘୋଷଣା କରି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି। ସରକାରୀ ପ୍ୟାକେଜ୍ - ଯାହା ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନି- ମାଧ୍ୟମରେ ପୁଣିଥରେ ବିଜେପୁରବାସୀଙ୍କ ଆସ୍ଥା ଜିଣିବାକୁ ନବୀନ ଓ ତାଙ୍କ ଟିମ୍ କରିଥିବା ରଣନୀତିକୁ ବିଜେଡିରେ ଚାଲିଥିବା ଉଗ୍ର ଗୋଷ୍ଠୀକନ୍ଦଳ ଫିକା କରିଦେବାର ଆଶଙ୍କା ରହିଛି।

କାରଣ ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ( ଦିବଂଗତ ସୁବଳ ସାହୁଙ୍କ ପତ୍ନୀ)ଙ୍କୁ ବିଜେଡି ପୁଣିଥରେ ଆସନ୍ତା ଉପନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଆପାତତଃ ସ୍ଥିର କରିଥିବାବେଳେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ର, ବିଜେପିରୁ ଆସି ବିଜେଡିରେ ମିଶିଥିବା ନାରାୟଣ ସାହୁ ଓ ସୁବାସ ଚୌହାନ ଓ କଂଗ୍ରେସରୁ ମିଶିଥିବା ପ୍ରଣୟ ସାହୁ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେବାକୁ ଲବି ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ଗତବର୍ଷର ଉପନିର୍ବାଚନ ବେଳେ କହିଥିଲେ ମଧ୍ୟ ଶ୍ରୀମତୀ ସାହୁ ଦେଢ଼ବର୍ଷ ଧରି ବିଧାୟିକା ରହିଥିବା ସତ୍ତ୍ୱେ ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ କରିବାରେ ସକ୍ଷମ ହେଲେନି। ଏପରିକି ବରପାଲି ମେଡିକାଲରେ ଡାକ୍ତରଟିଏ ନିଯୁକ୍ତି ପାଇଁ ବି ତାଙ୍କୁ ଲୋକଙ୍କ ସହ ବାଧ୍ୟ ହୋଇ ଧାରଣାରେ ବସିବାକୁ ପଡ଼ିଥିଲା। ତଥାପି ଡାକ୍ତର ଅଭାବ ସମସ୍ୟାର ସମାଧାନ ବାହାରି ନଥିଲା।

ସେହିପରି ଉପନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ଏଥର ଚୁପ୍ ବସିବା ମୁଡରେ ନଥିବା ଜଣାପଡ଼ିଛି। ନାରାୟଣ ସାହୁ, ସୁବାସ ଚୌହାନ ଓ ପ୍ରଣୟ ସାହୁ ମଧ୍ୟ ଏଥର ରୀତାଙ୍କ ବିଜୟ ମାର୍ଗରେ କଣ୍ଟା ସାଜିବେ। ୨୦୧୮ ଉପନିର୍ବାଚନବେଳେ ଶାସକ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇ ମଧ୍ୟ ମାତ୍ର ୪୨ହଜାର ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଦଳର ସୁପ୍ରିମୋଙ୍କୁ ସେଠାରେ ପ୍ରାର୍ଥୀ କରାଇ ବିଜେଡି ନିଜର ବିଜୟ ବ୍ୟବଧାନରେ ଆଉ ୧୫ହଜାର ବୃଦ୍ଧି କରିଥିଲେ ମଧ୍ୟ ଲୋକସଭା ସାଂସଦ ପ୍ରାର୍ଥୀ ପରାଜିତ ହୋଇଥିବାରୁ ଦଳରେ ଅନ୍ତଃକନ୍ଦଳ କେତେ ତୀବ୍ର ତା’ର ପ୍ରମାଣ ମିଳିସାରିଛି।

ସନତଙ୍କ ଭଳି ଜଣେ ନବାଗତଙ୍କଠୁ ବି ବିଜେଡି ସୁପ୍ରିମୋଙ୍କୁ କଡ଼ା ଟକ୍କର ମିଳିଛି। ନବୀନ ବିଜେପୁରରୁ ପ୍ରାର୍ଥୀ ହେବାବେଳେ ରୀତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରି ତାଙ୍କୁ ପୁଣିଥରେ ସେଠାରୁ ଦଳୀୟ ପ୍ରାର୍ଥୀ କଲେ ମଧ୍ୟ ଏଥରର ବିଜେପୁର ଉପନିର୍ବାଚନରେ ବିଜୟ ହାସଲ କରିବା ବିଜେଡି ପାଇଁ ଅତ୍ୟନ୍ତ କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story