କ୍ୱାରେଣ୍ଟାଇ ନଯାଇ ଆଶା କର୍ମୀଙ୍କୁ ଧକ୍କା ମାରି ବସ୍ତିକୁ ଚାଲିଗଲେ ପ୍ରବାସୀ!

ପାରାଦୀପ (ରମାକାନ୍ତ ନାୟକ): ଅମାନିଆ ପ୍ରବାସୀ। କ୍ୱାରେଣ୍ଟାଇନ୍‌କୁ ନଯାଇ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରି ବସ୍ତି ଭିତରକୁ ଚାଲିଗଲେ। ଆଜି ଏପରି ଅଭିଯୋଗ ପାରାଦୀପ ଅଞ୍ଚଳରୁ ଆସିଛି। ପ୍ରବାସୀଙ୍କ ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶରୁ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ୪୦ରୁ ୫୦ ପ୍ରବାସୀ ଓଡ଼ିଶା ଆସିଥିଲେ। ସେମାନେ ପାରାଦୀପ ଦୁର୍ଗା ମଣ୍ଡପ […]

paradeep

paradeep

Manoranjan Sial
  • Published: Tuesday, 02 June 2020
  • Updated: 02 June 2020, 10:07 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ଅମାନିଆ ପ୍ରବାସୀ। କ୍ୱାରେଣ୍ଟାଇନ୍‌କୁ ନଯାଇ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରି ବସ୍ତି ଭିତରକୁ ଚାଲିଗଲେ। ଆଜି ଏପରି ଅଭିଯୋଗ ପାରାଦୀପ ଅଞ୍ଚଳରୁ ଆସିଛି। ପ୍ରବାସୀଙ୍କ ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶରୁ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ୪୦ରୁ ୫୦ ପ୍ରବାସୀ ଓଡ଼ିଶା ଆସିଥିଲେ। ସେମାନେ ପାରାଦୀପ ଦୁର୍ଗା ମଣ୍ଡପ ପାଖରେ ଓହ୍ଲାଇ ଥିଲେ। ଏ ସମ୍ପର୍କରେ ଆଶା କର୍ମୀ ସାବିତ୍ରୀ ସ୍ୱାଇଁ ଜାଣିପାରି ସେମାନଙ୍କୁ ଅଟକାଇଥିଲା। ମେଡିକାଲ୍‌ ଟିମ୍‌ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କେଉଁଠି ରହିବ ସ୍ଥିର ହେବ ବୋଲି ଆଶା କର୍ମୀ କହିଥିଲେ। ମାତ୍ର ତାଙ୍କ କଥାକୁ କେହି ଶୁଣିନଥିଲେ। ବରଂ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ପ୍ରବାସୀମାନେ ଅଧା କିମି ଦୂର ଷଣ୍ଢକୁଦ ବସ୍ତିକୁ ଚାଲି ଯାଇଥିଲେ। ସେଠାରେ ସମସ୍ତେ ଆତ୍ମଗୋପନ କରିଛନ୍ତି। ଯାହାକୁ ନେଇ ବସ୍ତିରେ ଭୟର ବାତାବରଣ ଖେଳି ଯାଇଛି। ବସ୍ତିବାସିନ୍ଦା ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରବାସୀମାନେ ଆଶା କର୍ମୀଙ୍କୁ ଧକ୍କା ମାରିଥିବା ସତ୍ତ୍ୱେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏପରିକି ସେମାନଙ୍କର ଉଚ୍ଚ ପଦସ୍ଥ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ତେବେ ଘଟଣା ପ୍ରଘଟ ହେବା ପରେ ମେରାଇନ୍‌ ଥାନା ପୁଲିସ ବସ୍ତି ଅଞ୍ଚଳରେ ପାଟ୍ରୋଲିଂ କରୁଛି। ବର୍ତ୍ତମାନ ସୁଦ୍ଧା ଅମାନିଆ ପ୍ରବାସୀଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ସେମାନେ ଏବେ ସୁଦ୍ଧା ବସ୍ତି ଭିତରେ ଘୂରି ବୁଲୁଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story