ଗାନ୍ଧାରୀ ସାଜିଲା ପ୍ରଶାସନ ! ବିଚ ରାସ୍ତାରେ ନିଃଶବ୍ଦ ରାତିରେ ପ୍ରସବ କଲେ ମାନସିକ ବିକୃତ ମହିଳା

ଭଦ୍ରକ(ପାର୍ଥସାରଥୀ ନାୟକ): ବିଚ ରାସ୍ତାରେ ନିଃଶବ୍ଦ ରାତିରେ ପ୍ରସବ କଲେ ମହିଳା । ପୁଣି ଜନଗହଳିପୂର୍ଣ୍ଣ ଭଦ୍ରକର ବନ୍ତ ଛକ ନିକଟ ଓଭରବ୍ରିଜ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ମାନସିକ ବିକାରଗ୍ରସ୍ତ ମହିଳା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳା ଜଣକ ଗର୍ଭବତୀ ଥିବାବେଳେ ତାଙ୍କୁ କୌଣସି ସହାୟତା ପାଇଁ କିଛିଦିନ ତଳେ ଜ଼ିଲ୍ଲାପାଳଙ୍କୁ ଟ୍ୱିଟ କରାଯାଇଥିଲା । ଜ଼ିଲ୍ଲାପାଳ ଏହାକୁ ନେଇ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଫିସରଙ୍କୁ ଟ୍ୱିଟର ଯୋଗେ ଅବଗତ କରିଥିଲେ । […]

aa-Cover-ck5iegei5itr754jqao5hh7m81-20161229145845.Medi

Tapas Behera
  • Published: Saturday, 29 February 2020
  • Updated: 29 February 2020, 05:44 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ବିଚ ରାସ୍ତାରେ ନିଃଶବ୍ଦ ରାତିରେ ପ୍ରସବ କଲେ ମହିଳା । ପୁଣି ଜନଗହଳିପୂର୍ଣ୍ଣ ଭଦ୍ରକର ବନ୍ତ ଛକ ନିକଟ ଓଭରବ୍ରିଜ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ମାନସିକ ବିକାରଗ୍ରସ୍ତ ମହିଳା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳା ଜଣକ ଗର୍ଭବତୀ ଥିବାବେଳେ ତାଙ୍କୁ କୌଣସି ସହାୟତା ପାଇଁ କିଛିଦିନ ତଳେ ଜ଼ିଲ୍ଲାପାଳଙ୍କୁ ଟ୍ୱିଟ କରାଯାଇଥିଲା । ଜ଼ିଲ୍ଲାପାଳ ଏହାକୁ ନେଇ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଫିସରଙ୍କୁ ଟ୍ୱିଟର ଯୋଗେ ଅବଗତ କରିଥିଲେ । କିନ୍ତୁ ମାନସିକ ବିକାରଗ୍ରସ୍ତ ଗର୍ଭବତୀ ମହିଳାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିଲା । ହେଲେ ଭଦ୍ରକର ଭଗତ ସେନା ନାମକ ଅଗ୍ରଣୀ ସାମାଜିକ ସଙ୍ଗଠନ ରାତି ଅଧରେ ମହିଳା ଓ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲ ପରିସରରୁ ମା’ କୁଆଡ଼େ ଚାଲି ଯାଇଥିବା ବେଳେ ନବଜାତକ ଶିଶଟି ସୁସ୍ଥ ଅବସ୍ଥାରେ ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥାରେ ଅଛି ।

ଗତକାଲି ସମୟ ରାତି ୧୨ଟା । ରାସ୍ତା ବଜାର ଶୁନ ଶାନ। ହଠାତ୍ ଏକ ରାସ୍ତା କୋଣରୁ ଶୁଣାଗଲା ଜଣେ ମହିଳାର ଚିତ୍କାର । ଚାହୁଁ ଚାହୁଁ ସେହି ଜାଗାରେ ରୁଣ୍ଡ ହୋଇଯାଇଥିଲେ କିଛି ଲୋକ । ଜଣେ ଗର୍ଭବତୀ ମହିଳା ପ୍ରସୂତି  ସମୟରେ ଚିତ୍କାର କରୁଥିଲେ । ସେ ଜଣେ ମାନସିକ ବିକୃତି  ଥିଲେ ବୋଲି ଜଣାପଡିଲା । ଚିତ୍କାର ଶୁଶି  ସ୍ଥାନୀୟ ଯୁବକମାନେ ନିକଟସ୍ଥ ବସ୍ତିର ଥିବା ମହିଳାଙ୍କୁ ଡକାଇ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଥିଲେ। ହେଲେ ପରିତାପର ବିଷୟ ଅନ୍ୟ ଆନୁଷଙ୍ଗିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ  ଓ 102 ସେବା ପାଇଁ ଯୋଗଯୋଗ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ପ୍ରାୟ ୧ଘଣ୍ଟା ପରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ  ସହଯୋଗ କରିବାରୁ ପ୍ରସୂତୀ ଓ ନବଜାତ  ଶିଶୁ ପୁତ୍ରକୁ ମେଡ଼ିକାଲରେ ଭର୍ତ୍ତି  କରିଥିଲେ କିଛି ଯୁବକ । ଏହି ଯୁବକ ମାନେ ଖବର ପାଇ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ମହିଳାଙ୍କୁ ଭର୍ତ୍ତି କରି ଥିଲେ। ତେବେ ଘଟଣାର୬ ଘଣ୍ଟା ବିତିଯାଇଥିଲେ ପ୍ରସୂତୀଙ୍କୁ ଆବଶ୍ୟକ ଚିକିତ୍ସା ମିଳି ପାରି ନଥିଲା।

ଶେଷରେରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଶିଶୁପୁତ୍ରଟିକୁ ଘରୋଇ ଡାକ୍ତରଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅନ୍ୟପଟେ ପ୍ରସୂତୀ ମହିଳା ଜଣକ  ଡାକ୍ତରଖାନାରୁ  କେଉଁ ଆଡେ ପଳାଇ ଯାଇଥିବା ସୂଚନା ମିଳିଛି । ତେବେ ଦୀର୍ଘ ସମୟ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗି ଥିଲା । ଶିଶୁ  ମଙ୍ଗଳ ସମିତି ଦ୍ୱାରା ଶିଶୁପୁତ୍ରଟିକୁ ଭଦ୍ରକ ମେଡ଼ିକାଲରେ ଚିକିତ୍ସା କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସୂତୀଙ୍କୁ ଖୋଜିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ପ୍ରଶାସନକୁ ଟ୍ୱିଟ୍‌ କରି ସ୍ଥାନୀୟ ଲୋକେ ଜଣାଇଥିଲେ। ହେଲେ ସେତେବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story