ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

ସୋନପୁର (ରବିନ୍ଦ୍ର ହୋତା): ସ୍ୱାମୀ ସହ ଝଗଡ଼ା କରି ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଲେ ସ୍ତ୍ରୀ। ଆଜି ଏପରି ଘଟଣା ସୋନପୁର ଜିଲ୍ଲାରେ ଘଟିଛି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରାଯାଇପାରିନି। ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଆଜି ସଞ୍ଜ ବେଳେ ମହାନଦୀ ବ୍ରିଜ୍‌ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ […]

sonpur

sonpur

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 09:57 PM IST

Sports

Latest News

ସୋନପୁର (ରବିନ୍ଦ୍ର ହୋତା): ସ୍ୱାମୀ ସହ ଝଗଡ଼ା କରି ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଲେ ସ୍ତ୍ରୀ। ଆଜି ଏପରି ଘଟଣା ସୋନପୁର ଜିଲ୍ଲାରେ ଘଟିଛି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରାଯାଇପାରିନି।

ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଆଜି ସଞ୍ଜ ବେଳେ ମହାନଦୀ ବ୍ରିଜ୍‌ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୀରା ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ମେ ମାସରେ ମୀରାଙ୍କର ବାହାଘର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos