ବାହା କରାଇଥିଲେ ଥାନାବାବୁ, ଏବେ ଝୁଲୁଛି ବଧୂଙ୍କ ମୃତଦେହ!

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ପ୍ରେମୀ ଯୁଗଳ ଘରୁ ଫେରାର ହୋଇଯାଇ ଥିଲେ। ମାମଲା ଥାନାକୁ ଗଲା ପରେ ଉଭୟ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ଥାନା ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ପୁଲିସ ସେମାନଙ୍କର ବାହାଘର କରାଇଥିଲା। ଆଜି ସେଇ ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା କଜଳବନ୍ଧ ଗାଁର ମହେଶ୍ୱର ମଳିକଙ୍କ ଝିଅ ରୁନୁ ମଳିକଙ୍କୁ ନବଘନ […]

suicide

suicide

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 10:55 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ପ୍ରେମୀ ଯୁଗଳ ଘରୁ ଫେରାର ହୋଇଯାଇ ଥିଲେ। ମାମଲା ଥାନାକୁ ଗଲା ପରେ ଉଭୟ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ଥାନା ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ପୁଲିସ ସେମାନଙ୍କର ବାହାଘର କରାଇଥିଲା। ଆଜି ସେଇ ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା କଜଳବନ୍ଧ ଗାଁର ମହେଶ୍ୱର ମଳିକଙ୍କ ଝିଅ ରୁନୁ ମଳିକଙ୍କୁ ନବଘନ ମଳିକ ଭଲ ପାଉଥିଲେ। କିନ୍ତୁ ସେମାନଙ୍କ ବାହାଘର ପାଇଁ ଦୁଇ ପରିବାରର ଲୋକ ରାଜି ନହେବାରୁ ଉଭୟ ଘରୁ ପଳାଇ ଯାଇଥିଲେ। ତେବେ ଏନେଇ ମହେଶ୍ୱରଙ୍କ ପତ୍ନୀ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ରୁନୁ ଓ ତାଙ୍କ ପ୍ରେମିକ ନବଘନ ଜାଣିପାରି ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ରୁନୁ ନିଜ ଘରକୁ ଫେରିବାକୁ ରୋକଠୋକ୍‌ ଭାବେ ମନା କରିଦେଇଥିଲେ। ଉଭୟ ସାବାଳକ ହୋଇଥିବାରୁ ବିବାହ କରିବାକୁ ପୁଲିସ ପାଖରେ ଜିଦ୍‌ ଧରିଥିଲେ।

୨୦୧୮ ମେ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ପୂର୍ବତନ ଆଇଆଇସି ପ୍ରମୋଦ କୁମାର ମଳିକ ସେମାନଙ୍କ ବିବାହ କରାଇଥିଲେ। ବିବାହ ପରେ ପ୍ରେମୀ ଯୁଗଳ ଘରକୁ ଫେରି ଯାଇଥିଲେ। ମାତ୍ର ରୁନୁ ନିଜ ବାପ ଘର ଲୋକଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲା। ଏପରିକି ରୁନୁଙ୍କ ଘରକୁ ତାଙ୍କ ବାପା ଓ ଭାଇ ଯାଉନଥିଲେ।

ତେବେ ଆଜି ନିଜ ଶୋଇବା ଘର ଭିତରେ ରୁନୁଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏ ନେଇ ଖବର ପ୍ରଚାରିତ ହେବା ପରେ ରୁନୁଙ୍କ ବାପଘର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ରୁନୁଙ୍କୁ ତାଙ୍କ ଶାଶୂଘର ଲୋକେ ମାରି ଝୁଲାଇ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁ କରି ରୁନୁଙ୍କ ଶ୍ୱଶୁର ଅକ୍ଷୟ ମଳିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ରୁନୁଙ୍କ ସ୍ୱାମୀ ନବଘନ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos