ମାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗ ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ହେଉଥିଲା। ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଆଜି ଶତାଧିକ ମହିଳା ଜୋରଜବଦସ୍ତ ଭାଟିରୁ ମଦ ବୋତଲ କାଢ଼ି ଆଣି ରାସ୍ତାରେ ଭାଙ୍ଗି ଦେଇଥିଲେ। ଏଥିରେ ଦେଶୀ ଓ ବିଦେଶୀ ମଦ ମଧ୍ୟ ରହିଛି। ଏପରିକି ସେମାନେ ଜଳେଶ୍ୱର-ସୁଗ-କମାରଶାଳିଆ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି […]

women-target-liquor-shop-and-block-traffic-in-jaleswar

women-target-liquor-shop-and-block-traffic-in-jaleswar

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:38 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗ ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ହେଉଥିଲା। ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଆଜି ଶତାଧିକ ମହିଳା ଜୋରଜବଦସ୍ତ ଭାଟିରୁ ମଦ ବୋତଲ କାଢ଼ି ଆଣି ରାସ୍ତାରେ ଭାଙ୍ଗି ଦେଇଥିଲେ। ଏଥିରେ ଦେଶୀ ଓ ବିଦେଶୀ ମଦ ମଧ୍ୟ ରହିଛି। ଏପରିକି ସେମାନେ ଜଳେଶ୍ୱର-ସୁଗ-କମାରଶାଳିଆ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା।

ରାସ୍ତାରୋକ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାମାନେ ମଦ ବ୍ୟବସାୟୀଙ୍କ ଗିରଫ ଦାବି କରିଥିଲେ। ପୁଲିସ ଏଥିରେ ରାଜି ହେବାରୁ ମହିଳାମାନେ ରାସ୍ତାରୋକରୁ ଉଠିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos