ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚାହା ପିଉଥିବା ବେଳେ ଉପରେ ପଡ଼ିଲା ଗଛ। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲା ହକି ଛକ ନିକଟସ୍ଥ ଜାତୀୟ ରାଜପଥ ନମ୍ବର ୧୪୩ରେ ଘଟିଛି।
ରାଜକୁମାର କିଷାନ ନାମକ ଜଣେ ଶ୍ରମିକ ଏକ କନ୍ଷ୍ଟ୍ରକସନ୍ କମ୍ପାନୀରେ କାମ କରନ୍ତି। ଆଜି ସେ ଅନ୍ୟ ୨ ଜଣଙ୍କ ସହ ମିଶି ଚାହା ପିଉଥିଲେ। ଏହି ସମୟରେ ଝଡ଼ବର୍ଷା ହେବାରୁ ପାଖରେ ଥିବା କୃଷ୍ଣଚୂଡ଼ା ଗଛଟି ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Events & Festivals
ଉତ୍କର୍ଷ ଓଡ଼ିଶା କନକ୍ଲେଭ: ୪ଦିନ ଧରି ଚାଲିବ କାର୍ଯ୍ୟକ୍ରମ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି ।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।