ନୀଳଗିରି (ବିଶ୍ୱମ୍ୱର ଦାସ): ଜମିରେ ଚାଷ କାମ କରୁଥିବା ବେଳେ ଜଣେ ଯୁବ ଚାଷୀ ଟଳିପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ସର୍ପ ଦଂଶନରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି।
ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ଗୁଡ଼ିଶୂଳ ଗାଁର ୩୫ ବର୍ଷୀୟ ଯୁବ ଚାଷୀ ନିର ନାୟକ ଆଜି ମଧ୍ୟାହ୍ନରେ ଚାଷ କାମ କରୁଥିଲେ। ଏହି ସମୟରେ ସେ ହଠାତ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ନେଇ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଚାଷ ଜମିରେ କାମ କରୁଥିବା ବେଳେ ବିଷାକ୍ତ ସାପ ଦଂଶନରେ ନିରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।
Accident
କଲଭର୍ଟରେ ପିଟି ହୋଇ ଓଲଟିଲା ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍; ୨ ଗୁରୁତର
ଆଜି ସକାଳେ ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବିନିକାରୁ ସୋନପୁର ଅଭିମୁଖେ ଯାଉଥିଲା।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।