ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ଫାଷ୍ଟ ଫୁଡ୍‌ ବିକିଲେ ଯୁବକ; ରିପୋର୍ଟ ଆସିଲା ପଜିଟିଭ

ସାଲେପୁର(ମନୋଜ ଆଚାର୍ଯ୍ୟ): ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ସମୟରେ ମାନିଲେନି କୋଭିଡ କଟକଣା। ଘରେ ନ ରହି ଫାଷ୍ଟଫୁଡ୍‌ ବିକିଲେ। ଶେଷରେ ରିପୋର୍ଟ ଆସିଲା ପଜିଟିଭ। ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି। ଏପରିକି ଗୋଷ୍ଠି ସଂକ୍ରମଣ ଆଶଙ୍କାରେ ସମ୍ପୃକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥିତି ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତରେ ଘଟିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। […]

coronavirus-shutter-3

coronavirus-shutter-3

Niharika Rout
  • Published: Tuesday, 14 July 2020
  • Updated: 14 July 2020, 02:59 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ସମୟରେ ମାନିଲେନି କୋଭିଡ କଟକଣା। ଘରେ ନ ରହି ଫାଷ୍ଟଫୁଡ୍‌ ବିକିଲେ। ଶେଷରେ ରିପୋର୍ଟ ଆସିଲା ପଜିଟିଭ। ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି। ଏପରିକି ଗୋଷ୍ଠି ସଂକ୍ରମଣ ଆଶଙ୍କାରେ ସମ୍ପୃକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥିତି ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତରେ ଘଟିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁଯାୟୀ, ଯୁବକଜଣକ ଅନ୍ୟ ରାଜ୍ୟରୁ ଫେରିଥିବା ବେଳେ ୭ ଦିନ ପାଇଁ ଟିଏମ୍‌ସିରେ ରହିଥିଲେ। ସେଠାରେ ସ୍ୱାବ ଦେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ମାତ୍ର ଯୁବକଜଣକ ଘରେ ରହିବା ପରିବର୍ତ୍ତେ ନିଜ ଫାଷ୍ଟ ଫୁଡ ଦୋକାନରେ ବସିଲେ। ସେଠାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କଲେ, ଲୋକଙ୍କୁ ପରଷିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଲା।

ଏବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଭଙ୍ଗ  ଅଭିଯୋଗ ହୋଇଛି। ଅପରପକ୍ଷେ ଗୋଷ୍ଠି ସଂକ୍ରମଣ ଆଶଙ୍କାରେ  ଓ ମିର୍ଜାପୁର ପଞ୍ଚାୟତକୁ ୨ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଶଟଡାଉନ୍‌ ଘୋଷଣା ପରେ ଏବେ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos