ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଯୁବକ!

ନବରଙ୍ଗପୁର (ନବଘନ ବିଷୋୟୀ): କରୋନା ପଜିଟିଭ୍‌ ଆସିବା ପରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି। କୋଡିଙ୍ଗା ଥାନା ପୁଲିସ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମୃତଦେହକୁ ସଂସ୍କାର କରିଛି। ମାତ୍ର ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ କିଛି ଜାଣିନଥିବା କହିଛନ୍ତି। ବଡ଼ମସିଗାଁ ପଞ୍ଚାୟତରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜାଣିବା ପରେ ନରେନ୍ଦ୍ର ବିଷୋୟୀ(୨୦) ସୋମବାର କରୋନା ଟଷ୍ଟ କରାଇ ଥିଲେ। ତାଙ୍କର […]

nabarangpur

nabarangpur

Manoranjan Sial
  • Published: Wednesday, 14 October 2020
  • Updated: 14 October 2020, 05:34 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): କରୋନା ପଜିଟିଭ୍‌ ଆସିବା ପରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି। କୋଡିଙ୍ଗା ଥାନା ପୁଲିସ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମୃତଦେହକୁ ସଂସ୍କାର କରିଛି। ମାତ୍ର ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ କିଛି ଜାଣିନଥିବା କହିଛନ୍ତି।

ବଡ଼ମସିଗାଁ ପଞ୍ଚାୟତରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜାଣିବା ପରେ ନରେନ୍ଦ୍ର ବିଷୋୟୀ(୨୦) ସୋମବାର କରୋନା ଟଷ୍ଟ କରାଇ ଥିଲେ। ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ସେ ଘରକୁ ଫେରିଥିଲେ। ନିଜର ମାନସିକ ଭାରସାମ୍ୟ ହରାଇ ସେ ସନ୍ଧ୍ୟା ବେଳେ ବିଷ ପିଇ ଦେଇଥିଲେ।

ପରିବାର ଲୋକେ ଜାଣିପାରି ତାଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ନରେନ୍ଦ୍ରଙ୍କୁ କରୋନା ହୋଇଥିବା ପରିବାର ଲୋକେ କହିଥିଲେ। ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ୍‌ ୱାର୍ଡ଼କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଡାକ୍ତର ମୃତ ଘୋଷଣା ପରେ ନରେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଶବାଗାରାକୁ ନେବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକଙ୍କୁ ପିପିଇକିଟ୍‌ ଦିଆଯାଇନଥିଲା। ପରିବାର ଲୋକେ ଅସୁରକ୍ଷିତ ଭାବେ କେବଳ ହାତରେ ଗ୍ଳୋବ୍ସ ପିନ୍ଧି ମୃତଦେହକୁ ନେଇ ଶବାଗାରାରେ ରଖିଥିଲେ। ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ପରେ କୋଡ଼ିଙ୍ଗା ପୁଲିସର ଉପସ୍ଥିତରେ ଶବ ସତ୍କାର କରାଯାଇଛି। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos