ନାଗକୁ ଚୁମା ଦେଉଥିଲା ମଦୁଆ, ମାରିଲା ଚୋଟ ପରେ ଚୋଟ

ନବରଙ୍ଗପୁର (ନବଘନ ବିଷୋୟୀ): ନାଗ ସାପକୁ ଚୁମା ମାରୁଥିଲା ମଦୁଆ ଯୁବକ। ଚୁମାର ଅର୍ଥ କାହୁଁ ବୁଝିବ ନାଗ। ମାରିଥିଲା ଚୋଟ ପରେ ଚୋଟ। ନାଗ ଚୋଟରେ ରକ୍ତାକ୍ତ ହୋଇଥିବା ମଦ୍ୟପଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାପଡାହାଣ୍ଡି ବ୍ଲକ୍‌ ପାତ୍ରୀ ଗାଁର ମାଧବ ଗୌଡ଼। ସେ ନିଶାସକ୍ତ ଅବସ୍ଥାରେ ନିକଟସ୍ଥ ଶାଳ ଜଙ୍ଗଲରୁ ଗୋଟିଏ ନାଗ ସାପ ଧରି ଆଣିଥିଲେ। ପରେ ସାପକୁ ଧରି ଜାମ୍ବଗୁଡ଼ା ଛକକୁ ଯାଇଥିଲେ। ସେଠାରେ ସାପ ସହ […]

Nabarangpur

Nabarangpur

Manoranjan Sial
  • Published: Thursday, 30 June 2022
  • Updated: 30 June 2022, 09:13 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ନାଗ ସାପକୁ ଚୁମା ମାରୁଥିଲା ମଦୁଆ ଯୁବକ। ଚୁମାର ଅର୍ଥ କାହୁଁ ବୁଝିବ ନାଗ। ମାରିଥିଲା ଚୋଟ ପରେ ଚୋଟ। ନାଗ ଚୋଟରେ ରକ୍ତାକ୍ତ ହୋଇଥିବା ମଦ୍ୟପଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପାପଡାହାଣ୍ଡି ବ୍ଲକ୍‌ ପାତ୍ରୀ ଗାଁର ମାଧବ ଗୌଡ଼। ସେ ନିଶାସକ୍ତ ଅବସ୍ଥାରେ ନିକଟସ୍ଥ ଶାଳ ଜଙ୍ଗଲରୁ ଗୋଟିଏ ନାଗ ସାପ ଧରି ଆଣିଥିଲେ। ପରେ ସାପକୁ ଧରି ଜାମ୍ବଗୁଡ଼ା ଛକକୁ ଯାଇଥିଲେ। ସେଠାରେ ସାପ ସହ ଖେଳିବା ଆରମ୍ଭ କଲେ। ସେ କେତେବେଳେ ସାପକୁ ଚୁମ୍ବନ ଦେଉଥିଲା ତ ଆଉ କେତେବେଳେ ବେକରେ ପକାଇ ବୁଲୁଥିଲା। ଆଉ କେତେବେଳେ ସାପ୍‌କୁ ଧରି ରାସ୍ତାରେ ଶୋଉଥିଲା। ହେଲେ ନାଗ ସାପ କାହୁଁ ବୋଲ ମାନିବ।

ମାତାଲ୍‌ ମାଧବ ଗୌଡ଼ ଚୁମ୍ୱନ ଦେଲା ବେଳେ ନାଗ ସାପ ଚୋଟ ପରେ ଚୋଟ ମାରିଥିଲା। ନାଗ ଚୋଟରେ ମାଧବଙ୍କ ଓଠ, ମୁହଁ ଓ ଶରୀରରେ କ୍ଷତ ହେବା ସହିତ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ। ସବୁଠାରୁ ଦୁଃଖର ବିଷୟ ଜଣେ ମଦୁଆ ନାଗ ସପ ସହ ଖେଳି ରକ୍ତାକ୍ତ ହୋଇଥିଲେ ମଧ୍ୟ  କେହି ପ୍ରତିବାଦ କରୁନଥିଲେ। ସମସ୍ତେ ଦେଖଣାହାରି ସାଜିଥିଲେ। ଆଉ କିଛି ତ ଭିଡିଓ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।

ତେବେ ଦେଖଣାହାରୀଙ୍କ ଭିତରେ କୌଣସି ସହୃଦୟ ବ୍ୟକ୍ତି ଆମ୍ୱୁଲାନ୍ସକୁ ଫୋନ୍‌ କରିଦେଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ମାତାଲ୍‌ ମାଧବକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପାପଡ଼ାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ  ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos