ଶିକାର କରିବାକୁ ଯାଇଥିଲେ, ସାଥୀର ଗୁଳିରେ ଶିକାର ହେଲେ!

ବୌଦ୍ଧ(ଦୀପକ ଆଦର): ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ହେଲେ ସାଥୀ ଗୁଳିରେ ନିଜେ ଶିକାର ହୋଇଗଲେ। ଏପରି ଏକ ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି। ପୁରୁଣାକଟକ ଥାନା କାନପୁର ଗାଁର ସଞ୍ଜିତ ଭୋଇ ଓ ଶମ୍ଭୁନାଥ ଭୋଇ ଗତ ସୋମବାର ଅପରାହ୍ନରେ ପାଖ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଜଙ୍ଗଲ ଭିତରେ ଗୋଟିଏ ଜନ୍ତୁକୁ କାବୁ କରିବା ପାଇଁ ଦୁହେଁ ଦୁଇ ପାର୍ଶ୍ୱରୁ ଘେରି ଯାଇଥିଲେ। ହେଲେ ଜଙ୍ଗଲୀ ଜନ୍ତୁଟି […]

Boudh

Boudh

Manoranjan Sial
  • Published: Thursday, 30 June 2022
  • Updated: 30 June 2022, 05:56 PM IST

Sports

Latest News

ବୌଦ୍ଧ(ଦୀପକ ଆଦର): ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ହେଲେ ସାଥୀ ଗୁଳିରେ ନିଜେ ଶିକାର ହୋଇଗଲେ। ଏପରି ଏକ ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି।

ପୁରୁଣାକଟକ ଥାନା କାନପୁର ଗାଁର ସଞ୍ଜିତ ଭୋଇ ଓ ଶମ୍ଭୁନାଥ ଭୋଇ ଗତ ସୋମବାର ଅପରାହ୍ନରେ ପାଖ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଜଙ୍ଗଲ ଭିତରେ ଗୋଟିଏ ଜନ୍ତୁକୁ କାବୁ କରିବା ପାଇଁ ଦୁହେଁ ଦୁଇ ପାର୍ଶ୍ୱରୁ ଘେରି ଯାଇଥିଲେ। ହେଲେ ଜଙ୍ଗଲୀ ଜନ୍ତୁଟି ଧରା ଦେଇନଥିଲେ। ପରେ ଶମ୍ଭୁନାଥ ଜନ୍ତୁ ଉପରକୁ ଗୁଳି ଚଳାଇଥିଲେ। ହେଲେ ଦୁର୍ଭାଗ୍ୟକୁ ଗୁଳିଟି ସଞ୍ଜିତ ଭୋଇଙ୍କ ପେଟରେ ବାଜିଥିଲା। ଆଉ  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ନିଜ ଗୁଳିରେ ସାଥୀଙ୍କୁ ହରାଇବା ପରେ ଭୟଭୀତ ହୋଇପଡ଼ିଥିଲେ ଶମ୍ଭୁନାଥ। ତାଙ୍କ ମୃତଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇ ଘରକୁ ଚାଲି ଆସିଥିଲେ। ଅନ୍ୟପକ୍ଷରେ ସଞ୍ଜିତ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ସଞ୍ଜିତଙ୍କୁ ପାଇନଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ସନ୍ଦେହୀ ଆଖି ଶମ୍ଭୁନାଥଙ୍କ ଉପରକୁ ଯାଇଥିଲା। ପରେ ପୁଲିସ ତାଙ୍କୁ ପଚରା ଉଚାର କରିଥିଲା। ଏହା ପରେ ସେ ପୂରା ଘଟଣା କହିଥିଲେ। ଏପରିକି ମୃତଦେହ ଫିଙ୍ଗିଥିବା ସ୍ଥାନ ଦେଖାଇଥିଲା। ପୁଲିସ ଜଙ୍ଗଲ ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ଶମ୍ଭୁନାଥ ପାଖରୁ ଗୋଟିଏ ବନ୍ଧୁକ ଜବତ କରିଛି। ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos