ପରସ୍ପର ଭିତରେ ବାଡେଇ ହେଲେ ଦୁଇ ବାଇକ୍‌, ତା’ପରେ...

କଲ୍ୟାଣସିଂହପୁର (ମାଉଡି ବାରିକ): ଆଜି ସନ୍ଧ୍ୟାବେଳେ ରାୟଗଡ଼ା ଜିଲ୍ଲା ବିଷମକଟକ ଦେଇ ଯାଇଥିବା ୫ ନମ୍ୱର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ବିଷମକଟକ ଥାନା ପାତ୍ରଗୁଡା ଗାଁର କୁମୁଟି ହିକକା ଓ ଢେପାଗୁଡ଼ା ଗ୍ରାମର ସମା ପିଟାଲୁ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ୫ ନମ୍ୱର ରାଜ୍ୟ ରାଜପଥର ସୌରାଗୁଡ଼ା ଗାଁ […]

Accident

Accident

Manoranjan Sial
  • Published: Wednesday, 16 November 2022
  • Updated: 16 November 2022, 10:10 PM IST

Sports

Latest News

କଲ୍ୟାଣସିଂହପୁର (ମାଉଡି ବାରିକ): ଆଜି ସନ୍ଧ୍ୟାବେଳେ ରାୟଗଡ଼ା ଜିଲ୍ଲା ବିଷମକଟକ ଦେଇ ଯାଇଥିବା ୫ ନମ୍ୱର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ବିଷମକଟକ ଥାନା ପାତ୍ରଗୁଡା ଗାଁର କୁମୁଟି ହିକକା ଓ ଢେପାଗୁଡ଼ା ଗ୍ରାମର ସମା ପିଟାଲୁ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ୫ ନମ୍ୱର ରାଜ୍ୟ ରାଜପଥର ସୌରାଗୁଡ଼ା ଗାଁ ନିକଟରେ ସମ୍ମୁଖରୁ ଆସୁଥିବା ଥୁଆପାଡି ଗାଁର ନାଗେଶ ପିରିୱାକା ଓ ଟିବୁ ପିରିୱାକାଙ୍କ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କୁମୁଟି ହିକକାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ବିଷମକଟକ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ବିଷମକଟକ ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ତେବେ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସମା ପିଟାଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos