ବାରିପଦା(ଓଡ଼ିଶା ରିପୋର୍ଟର):ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅସଦାଚରଣ। ବିଚ୍ ରାସ୍ତା ଉପରେ ଆଣ୍ଠେଇଲେ ଯୁବକ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ମୟୂରଭଞ୍ଜ କେସିଙ୍ଗା ଅଞ୍ଚଳରେ। ମାଣତ୍ରୀ ଛକରେ ଯୁବକଙ୍କୁ ମାଡ଼ ସହ ସର୍ବ ସମ୍ମୁଖରେ ବସାଇ ଦେଇଛନ୍ତି ସ୍ଥାନୀୟଲୋକେ।
ସୂଚନା ମୁତାବକ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀ ମାଣତ୍ରୀ ଛକରେ ଥିବା ଏକ ପାଥୋଲୋଜିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ। ତେବେ ସେଠାରେ କାମ କରୁଥିବା ଟେକ୍ନିସିଆନ୍ ତାଙ୍କୁ ଅସଦାଚରଣ କରିଥିବା ସେ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଛାତ୍ରୀଙ୍କ ପରିବାର ଓ ଗାଁ ଲୋକେ ଆସି ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ। ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୩ ଜିଲ୍ଲା ବୁଲିବା ପରେ କ୍ଷୟକ୍ଷତି ଆବେଦନ ଦିନଟିଏ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ବୀମାଭୁକ୍ତ ନଥିଲେ ଚାଷୀ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଜିରୋ ନାଇଟ୍ ପାଇଁ ପୁଲିସର ଜିରୋ ଟଲେରାନ୍ସ, ଟୁଇନ୍ ସିଟିରେ ସୁରକ୍ଷା କଡ଼ାକଡ଼ି
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ ଅଭିଯାନକୁ ଜୋରଦାର କରିବ ପୁଲିସ। ପୁରୀ ପାଇଁ ଜାରି ହୋଇଛି ଟ୍ରାଫିକ୍ କଟକଣା।
Politics
ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି।
Events & Festivals
୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ
ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Miscellaneous
କୁଦୋପାଲିର ଇତିହାସ ପଢ଼ିବ ବିଶ୍ୱ; ଗୋଟିଏ ଦିନରେ ସହିଦ ହୋଇଥିଲେ ୫୩ ସଂଗ୍ରାମୀ
କୁଦୋପାଲି ପାହାଡ଼ରେ ଇଂରେଜଙ୍କ ବିରୋଧରେ ହୋଇଥିବା ଲଢ଼େଇରେ ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'।