ସୁଇସାଇଡ୍‌ ନୋଟ୍‌ ଲେଖି ଝୁଲି ପଡ଼ିଲେ ଯୁବକ

ଆଳି (ବନମାଳୀ ସାହୁ): ରଶି ଲଗାଇ ଝୁଲିପଡ଼ିଲେ ଜଣେ ୨୩ ବର୍ଷୀୟ ଯୁବକ। ଆଉ ଆତ୍ମହତ୍ୟା ପୂର୍ବରୁ ଛାଡ଼ିଗଲେ ସୁଇସାଇଡ୍ ନୋଟ୍‌। ଯେଉଁଥିରେ ସେ ଲେଖିଛନ୍ତି ଆତ୍ମହତ୍ୟାର କାରଣ। ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି। ମାନପୁର ଗାଁର୨୩ ବର୍ଷୀୟ ଯୁବକ ଆଶିଷ ଦାସ ମୋବାଇଲ୍‌ରେ ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳୁଥିଲେ। ସେ ଏକ କାଳୀନ ୧୦ ହଜାର ଟଙ୍କା ହାରି ଯିବାରୁ ସୋମବାର ଅପରାହ୍ନରେ ଘରେ କେହିନଥିବା ବେଳେ ଫ୍ୟାନରେ […]

Kendrapara

Kendrapara

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 06:21 PM IST

Sports

Latest News

ଆଳି (ବନମାଳୀ ସାହୁ): ରଶି ଲଗାଇ ଝୁଲିପଡ଼ିଲେ ଜଣେ ୨୩ ବର୍ଷୀୟ ଯୁବକ। ଆଉ ଆତ୍ମହତ୍ୟା ପୂର୍ବରୁ ଛାଡ଼ିଗଲେ ସୁଇସାଇଡ୍ ନୋଟ୍‌। ଯେଉଁଥିରେ ସେ ଲେଖିଛନ୍ତି ଆତ୍ମହତ୍ୟାର କାରଣ। ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି।

ମାନପୁର ଗାଁର୨୩ ବର୍ଷୀୟ ଯୁବକ ଆଶିଷ ଦାସ ମୋବାଇଲ୍‌ରେ ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳୁଥିଲେ। ସେ ଏକ କାଳୀନ ୧୦ ହଜାର ଟଙ୍କା ହାରି ଯିବାରୁ ସୋମବାର ଅପରାହ୍ନରେ ଘରେ କେହିନଥିବା ବେଳେ ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା ପୂର୍ବରୁ ଭିଡିଓ ଗେମ୍‌ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରେ ଲେଖି ଯାଇଥିଲେ। ଆଳି ଥାନାରେ ଆଶିଷଙ୍କ ଦାଦା ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos