ଭାରତ ଏକ ବିଶାଳ ଜନସଂଖ୍ୟା ଯୁକ୍ତ ଦେଶ। ଏଠାରେ ଅନେକ ପୋଲ ରହିଛି, ଯାହା ଆଧୁନିକ କୌଶଳରେ ବନାଯାଇଛି। କିଛି ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ବ୍ରିଜ୍ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ଭାରତର କିଛି ନିଆରା ବ୍ରିଜ୍ ସମ୍ପର୍କରେ ଜଣାଇବୁ।
[caption id="attachment_165155" align="aligncenter" width="840"] ବାନ୍ଦ୍ରା-ୱରଲି ସି ଲିଙ୍କ୍[/caption]
ବାନ୍ଦ୍ରା-ୱରଲି ସି ଲିଙ୍କ୍: ଏହି ବ୍ରିଜଟି ଭାରତର ଦୀର୍ଘତ୍ତମ ସେତୁ। ମୁମ୍ବାଇର ଏହି ବ୍ରିଜଟିକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
[caption id="attachment_165156" align="aligncenter" width="840"] କୋରୋନେଶନ ବ୍ରିଜ୍[/caption]
କୋରୋନେଶନ ବ୍ରିଜ୍: ଏହି ବ୍ରିଜଟି ପଶ୍ଚିମ ବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଅବସ୍ଥିତ। ତିସ୍ତା ନଦୀ ଉପରେ ସ୍ଥିତ ଏହି ପୋଲଟି ୧୯୪୧ ମସିହାରେ ଖୋଲାଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ବାଘ ପୋଲ ମଧ୍ୟ କୁହନ୍ତି। ପଶ୍ଚିମବଙ୍ଗ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ।
[caption id="attachment_165157" align="aligncenter" width="840"] ବିଦ୍ୟାସାଗର ସେତୁ[/caption]
ବିଦ୍ୟାସାଗର ସେତୁ: ପଶ୍ଚିବଙ୍ଗର କୋଲକାତା ସହରର ଗଙ୍ଗା ନଦୀ ଉପରେ ଏହି ସେତୁଟି ବନାଯାଇଛି। ୮୨୨ ମିଟର ଲମ୍ବ ଓ ୩୫ ମିଟର ଓସାର ବିଶିଷ୍ଟ ଏହି ସେତୁ ଭାରତର ଦୀର୍ଘତ୍ତମ ଝୁଲା ପୋଲ। ଏହା ୧୯୯୨ ମସିହାରେ ଖୋଲାଯାଇଥିଲା।
[caption id="attachment_165158" align="aligncenter" width="840"] ମହାତ୍ମା ଗାନ୍ଧୀ ସେତୁ[/caption]
ମହାତ୍ମା ଗାନ୍ଧୀ ସେତୁ: ଏହା ବିହାରର ପଟନାରେ ଅବସ୍ଥିତ। ଏହି ବ୍ରିଜଟି ୪ ଲାଇନ ରାସ୍ତା ଯୁକ୍ତ। ଏହାର ଓସାର ୨୫ ମିଟର। ବ୍ରିଜଟୁ ଗଙ୍ଗା ନଦୀ ଉପରେ ବନାଯାଇଛି। ୧୯୮୨ ମସିହାରେ ଏହି ବ୍ରିଜ୍ ଖୋଲାଯାଇଥିଲା।
[caption id="attachment_165159" align="aligncenter" width="840"] ଗୋଦାବରୀ ଆର୍ଚ ବ୍ରିଜ୍[/caption]
ଗୋଦାବରୀ ଆର୍ଚ ବ୍ରିଜ୍: ଏହା ଆନ୍ଧ୍ରପ୍ରଦେଶର ରାଜାମୁନ୍ଦରୀରେ ଥିବା ଗୋଦାବରୀ ନଦୀ ଉପରେ ଅବସ୍ଥିତ। ଏହା ୧୯୯୭ରେ ବନାଯାଇଥିଲା। ୨.୭ କିମି ବିଶିଷ୍ଟ ଏହି ପୋଲଟି ଏସିଆର ଦୀର୍ଘତମ କଂକ୍ରିଟ୍ ପୋଲମାନଙ୍କ ମଧ୍ୟରୁ ଅନ୍ୟତମ।
[caption id="attachment_165160" align="aligncenter" width="840"] ହାୱଡା ବ୍ରିଜ୍[/caption]
ହାୱଡା ବ୍ରିଜ୍: ୧୯୪୨ ମସିହାରେ ପଶ୍ଚିମବଙ୍ଗର ହାୱଡା ଓ କୋଲକାତାକୁ ସଂଯୋଗ କରୁଥିବା ହୁଗାଳି ନଦୀ ଉପରେ ଏହି ବ୍ରିଜଟି ନିର୍ମାଣ କରାଯାଇଛି। ୭୧ ଫୁଟ ଓସାର ଓ ୮୨ ମିଟର ଉଚ୍ଚତା ଓ ୭୦୫ ମିଟର ଲମ୍ବ ବିଶିଷ୍ଟ ହାୱଡା ବ୍ରିଜ କୋଲକାତାର ପ୍ରସିଦ୍ଧ ଓ ଉଲ୍ଲେଖନୀୟ ସ୍ଥାନ ଅଟେ।
[caption id="attachment_165161" align="aligncenter" width="840"] ନିବେଦିତା ସେତୁ[/caption]
ନିବେଦିତା ସେତୁ: ଏହି ସେତୁଟି ମଧ୍ୟ କୋଲକାତାର ହୁଗୁଳି ନଦୀ ଉପରେ ଅବସ୍ଥିତ। ଏହା ୨୯ ମିଟର ଓସାର ଓ ୮୮୦ ମିଟର ଲମ୍ବ ଯୁକ୍ତ ଏକ ଝୁଲା ପୋଲ।
[caption id="attachment_165162" align="aligncenter" width="840"] ବିବେକାନନ୍ଦ ସେତୁ[/caption]
ବିବେକାନନ୍ଦ ସେତୁ: ଏହି ପୋଲଟି ପଶ୍ଚିମବଙ୍ଗର କୋଲକାତାର ହୁଗୁଳୀ ନଦୀ ଉପରେ ବନାଯାଇଛି। ପୋଲଟି ୧୯୩୧ ମସିହାରେ ତିଆରି ହୋଇଥିଲା। ଏଥିରେ ଉଭୟ ରେଳ ଓ ସଡକ ଯାତାୟତ ବ୍ୟବସ୍ଥା ରହିଛି। ହେଲେ ଏହା ବର୍ତ୍ତମାନ ବହୁତ ଦୁର୍ବଳ ଅବସ୍ଥାରେ ଅଛି। ଏହି ବ୍ରିଜଟିର ଲମ୍ବ ପ୍ରାୟ ୮୮୦ ମିଟର।
[caption id="attachment_165163" align="aligncenter" width="840"] ଚିନାବ ବ୍ରିଜ୍[/caption]
ଚିନାବ ବ୍ରିଜ୍: ଏହା ଏକ ରେଳ ଲାଇନ ଯୁକ୍ତ ସେତୁ। ଏହା ଜାମ୍ମୁ କାଶ୍ମୀରରେ ଅବସ୍ଥିତ। ଏହି ପୋଲର କାମ ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏହା ବିଶ୍ୱର ଉଚ୍ଚତମ ସେତୁ ଭାବେ ପରିଚିତ ହେବ। ଏହା ପାଣିଠାରୁ ୩୫୯ ମିଟର ଉଚ୍ଚରେ ରହିଛି। ଏହି ବ୍ରିଜଟି ୨୦୧୯ରେ ଉଦଘାଟନ ହେବାର ଯୋଜନା ରହିଛି।
[caption id="attachment_165164" align="aligncenter" width="840"] ଜୁବୁଲି ବ୍ରିଜ୍[/caption]
ଜୁବୁଲି ବ୍ରିଜ୍: ଜୁବୁଲି, ହୁଗୁଳି ନଦୀରେ ନିର୍ମାଣ କରାଯାଇଛି। ଏହି ରେଳ ସେତୁଟି ଭାରତର ପୁରୁଣା ସେତୁ ଗୁଡ଼ିକ ମଧ୍ୟରେ ଗୋଟିଏ। ୧୮୮୭ରେ ଏହି ସେତୁ ଉଦଘାଟନ କରାଯାଇଥିଲା। ସେତୁ ନିଇହାତୀ ବନ୍ଦେଲ ଅଞ୍ଚଳକୁ ଯୋଡୁଛି। ସେତୁ ଇସ୍ପାତରେ ନିର୍ମାଣ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।