ପାଠ ନିଶାରେ ସ୍ମାର୍ଟଫୋନ୍‌ ପାଇଁ ସୀମାର ସଂଘର୍ଷ, ଠିକ୍‌ ସିନେମାର କାହାଣୀ ପରି

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସୀମା। ହେଲେ ପାଖରେ ନାହିଁ ସ୍ମାର୍ଟଫୋନ୍‌। ଏଥିପାଇଁ ସେ ବାପାଙ୍କୁ ଗୁହାରୀ କଲେ। ହେଲେ ବାପା ମନା କରିବାରୁ ଜଙ୍ଗଲରୁ ମହୁଲ ଫଳ ଗୋଟାଇଲେ। ତାକୁ ବିକି ସ୍ମାର୍ଟଫୋନ୍‌ଟିଏ କିଣିଲେ ସୀମା ମାଡ଼କାମୀ। ଏବେ ସେ ଅନ୍‌ଲାଇନ୍‌ରେ ଦଶମ ଶ୍ରେଣୀ କ୍ଲାସ୍‌ କରୁଛନ୍ତି। ସୀମାନଙ୍କର ଏହି ସଂଘର୍ଷର କାହାଣୀ ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ତଣ୍ଡାପାଲ୍ଲୀ ଗାଁରୁ। ସତୀଗୋଡ଼ା ସେବାଶ୍ରମ ସ୍କୁଲରେ ପଢ଼ୁଥିଲେ ସୀମା ମାଡ଼କାମୀ। ମହାମାରୀ […]

Sima Madkami

Sima Madkami

Manoranjan Sial
  • Published: Saturday, 03 July 2021
  • Updated: 03 July 2021, 09:38 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସୀମା। ହେଲେ ପାଖରେ ନାହିଁ ସ୍ମାର୍ଟଫୋନ୍‌। ଏଥିପାଇଁ ସେ ବାପାଙ୍କୁ ଗୁହାରୀ କଲେ। ହେଲେ ବାପା ମନା କରିବାରୁ ଜଙ୍ଗଲରୁ ମହୁଲ ଫଳ ଗୋଟାଇଲେ। ତାକୁ ବିକି ସ୍ମାର୍ଟଫୋନ୍‌ଟିଏ କିଣିଲେ ସୀମା ମାଡ଼କାମୀ। ଏବେ ସେ ଅନ୍‌ଲାଇନ୍‌ରେ ଦଶମ ଶ୍ରେଣୀ କ୍ଲାସ୍‌ କରୁଛନ୍ତି। ସୀମାନଙ୍କର ଏହି ସଂଘର୍ଷର କାହାଣୀ ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ତଣ୍ଡାପାଲ୍ଲୀ ଗାଁରୁ।

ସତୀଗୋଡ଼ା ସେବାଶ୍ରମ ସ୍କୁଲରେ ପଢ଼ୁଥିଲେ ସୀମା ମାଡ଼କାମୀ। ମହାମାରୀ କରୋନା ଯୋଗୁ ବନ୍ଦ ହେଲା ସ୍କୁଲ। ଘରକୁ ଫେରି ଆସିଲେ ସୀମା। ସ୍କୁଲ ବନ୍ଦ ରହିଥିବାରୁ ସରକାର ବିନା ପରୀକ୍ଷାରେ ନବମ ଶ୍ରେଣୀ ପିଲାଙ୍କୁ ପାସ୍‌ କରାଇଦେଲେ। ସୀମା ମଧ୍ୟ ପାସ୍‌ ହୋଇଗଲେ। ହେଲେ ଏବର୍ଷ ସ୍କୁଲ ଖୋଲିଲା ନାହିଁ। ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କଲେ ସରକାର। ହେଲେ ବଣ ଜଙ୍ଗଲ ଘେରା ଗାଁରେ ରହୁଥିବା ସୀମା ପାଠ ପଢ଼ିବେ କେମିତି? ସେହି ଚିନ୍ତା ତାଙ୍କୁ ଘାରିଲା। ଏଥିପାଇଁ ସେ ବାପା ମୁକ୍କା ମାଡ଼କାମୀଙ୍କ ପାଖରେ ଗୁହାରୀ କଲେ। ମୋତେ ଗୋଟିଏ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଦିଅ, ଅନ୍‌ଲାଇନ୍‌ କ୍ଲାସ କରିବି ବୋଲି କହିଲେ ସୀମା। କିନ୍ତୁ ପାଖରେ ସମ୍ୱଳ ନଥିବାରୁ ମୋବାଇଲ୍‌ କିଣିବାକୁ ମନା କଲେ ମୁକ୍କା।

[caption id="attachment_656065" align="aligncenter" width="650"]Sima Madkami ବଡ଼ ଭଉଣୀ ପୂଜା ସହ ସୀମା[/caption]

ବାପାଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ଚିନ୍ତାରେ ପଡ଼ିଗଲେ ସୀମା। ନିଜ ଆଖି ଆଗରେ ସାନ ଭଉଣୀ ସୀମାର ପାଠ ପଢ଼ା ବନ୍ଦ ହୋଇଯିବ ଭାବି ନିଜକୁ ଦୋଷୀ ମନେ କଲା ବଡ଼ ଭଉଣୀ ପୂଜା। ଶେଷରେ ମୋବାଇଲ୍‌ କିଣିବା ପାଇଁ ଉପାୟ ବାହାର କଲେ ସୀମା। ବାପାଙ୍କ ଅନୁମତି ନେଇ ଦୁଇ ଭଉଣୀ ପାଖ ଜଙ୍ଗଳକୁ ମହୁଲ ଫଳ(ଟୋଲ) ସଂଗ୍ରହ କରିବାକୁ ଗଲେ। ସକାଳ ୫ଟାକୁ ଟୋଲ ସଂଗ୍ରହ କରିବାକୁ ଯାଉଥିଲେ। ସକାଳ ୮ଟାରେ ଘରକୁ ଫେରି ସେହି ଟୋଲକୁ ଫଟାଇ ଶୁଖାଇ ରଖୁଥିଲେ। ଏମିତି ମାସାଧିକ କାଳ ଟୋଲ ସଂଗ୍ରହ କଲେ। ପରେ ସେହି ଟୋଲକୁ ଚିପାଲି ହାଟରେ ବିକ୍ରି କରି ୧୦ ହଜାର ଟଙ୍କା ଯୋଗାଡ଼ କରିଥିଲେ ସୀମା। ସେଥିରୁ ୮ ହଜାର ଟଙ୍କା ଦେଇ ଗୋଟିଏ ସ୍ମର୍ଟଫୋନ୍‌ କିଣିଥିଲେ। ଆଉ ବଳକା ଟଙ୍କାରେ ସୀମ୍‌ ଓ ଟେନ୍‌ପ୍ୟାକ୍‌ ପକାଇ ଥିଲେ।

[caption id="attachment_656066" align="aligncenter" width="650"]Sima ଦଶମ ଶ୍ରେଣୀ ଛାତ୍ରୀ ସୀମାଙ୍କ ସହ ତାଙ୍କ ବାପା ଓ ମାଆ[/caption]

ପାଠ ପଢ଼ିବାକୁ ମୋବାଇଲ୍‌ କିଣା ହେଲା। ହେଲେ ଗାଁକୁ ବିଜୁଳି ଯାଇନଥିବା ମୋବାଇଲ୍‌ ଚାର୍ଜ କରିବେ କେମିତି? ଗାଁରେ ନେଟ୍‌ୱର୍କ ନଥିବାରୁ ପାଠ ପଢ଼ିବେ କେମିତି? ଏମିତି ଅନେକ ଅସମାହୀତ ପ୍ରଶ୍ନର ଜାଲରେ ଛନ୍ଦି ହୋଇଗଲେ ସୀମା। ହେଲେ ସେ ହାର ମାନିଲେ ନାହିଁ। ନେଟ୍‌ୱର୍କ ନଥିବାରୁ ଗାଁ ପାଖ ପଡ଼ିଆକୁ ପାଠ ପଢ଼ିବାକୁ ଗଲେ। ବର୍ଷା ଦିନରେ ପଡ଼ିଆ ମଝିକୁ ଯିବା କଷ୍ଟକର ହେଉଥିବା ସତ୍ତ୍ୱେ ସୀମା ଯାଉଛନ୍ତି। ପାଠ ପଢ଼ିବାର ସୁଯୋଗ ନପାଇଁ ବଡ଼ ଭଉଣୀ ସିନା ମାଟ୍ରିକ୍‌ ପାସ୍‌ ହୋଇପାରିଲେ ନାହିଁ, ଏଥର ସେ ପାସ୍‌ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ସୀମା।

ତଣ୍ଡାପାଲ୍ଲୀ ଗାଁର ମୁକ୍କା ମାଡକାମୀଙ୍କର ୫ ପ୍ରାଣୀ କୁଟୁମ୍ୱ। ପତ୍ନୀ ଓ ତିନି ଝିଅଙ୍କୁ ନେଇ ପରିବାର। କାମଦାମ କରି ପରିବାର ଭରଣ ପୋଷଣ କରନ୍ତି। ବଡ଼ ଝିଅ ପୂଜା ମାଡ଼କାମୀ କାଲିମେଳା ସେବାଶ୍ରମ ସ୍କୁଲରେ ପାଠ ପଢ଼ୁଥିଲେ। ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ମାତ୍ର ପାସ୍‌ କରିପାରିଲେ ନାହିଁ। ପୂଜା ଚାହୁଁଥିଲେ ଆଉ ଥରେ ପଢ଼ିବେ। ହେଲେ ଆର୍ଥିକ ସମ୍ୱଳ ନଥିବାରୁ ପଢ଼ାଇବାକୁ ମନା କଲେ ମୁକ୍କା। ଏବେ ସେ ତାଙ୍କୁ କାମରେ ସହଯୋଗ କରୁଛନ୍ତି। ପୂଜାଙ୍କ ସବା ସାନ ଭଉଣୀ ମଧ୍ୟ ଏବେ ସତୀଗୋଡ଼ା ସେବାଶ୍ରମ ସ୍କୁଲରେ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story