ବିପ୍ଳବଙ୍କ କମାଲ, ଗୋଟିଏ ମେସିନ୍‌ କରିବ ୬ଟି କାମ

ଜଳେଶ୍ୱର (ଅଜିତ ଦାସ): କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ଆଉ ଏମିତି କିଛି ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଳବ କୁମାର ଘୋଷଙ୍କ କ୍ଷେତ୍ରରେ। ସେ ୧୨ ବର୍ଷ ବୟସରେ ଏକ ନୂତନ କୃଷି ଯନ୍ତ୍ରପାତି ତିଆରି କରିଛନ୍ତି, ଯାହା ଏକ ସମୟରେ ୬ଟି କାମ କରିପାରୁଛି। ଆଉ ଏହାର ନାଁ ରଖିଛନ୍ତି ‘ସିଡ୍‌ସ ଆଣ୍ଡ୍‌ […]

student

student

Jyoshna Pradhan
  • Published: Saturday, 08 February 2020
  • Updated: 08 February 2020, 01:30 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ଆଉ ଏମିତି କିଛି ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଳବ କୁମାର ଘୋଷଙ୍କ କ୍ଷେତ୍ରରେ। ସେ ୧୨ ବର୍ଷ ବୟସରେ ଏକ ନୂତନ କୃଷି ଯନ୍ତ୍ରପାତି ତିଆରି କରିଛନ୍ତି, ଯାହା ଏକ ସମୟରେ ୬ଟି କାମ କରିପାରୁଛି। ଆଉ ଏହାର ନାଁ ରଖିଛନ୍ତି ‘ସିଡ୍‌ସ ଆଣ୍ଡ୍‌ ଫର୍ଟିଲାଇଜର୍‌ ଏପ୍ଲିକେଟେଡ୍‌’।

ବିପ୍ଳବଙ୍କ ବାପା ସୁଶାନ୍ତ କୁମାର ଘୋଷ ଜଣେ ଚାଷୀ। ଦିନେ ସେ ବାପାଙ୍କ ସହିତ ନିଜ ଚାଷ ଜମିକୁ ଯାଇଥିଲେ। ସେଠାରେ ତାଙ୍କ ବାପା କଠିନ ପରିଶ୍ରମ କରୁଥିବା ଦେଖି ସେ ଚିନ୍ତିତ ହୋଇଗଲେ। ବାପାଙ୍କ ଶ୍ରମ ଲାଘବ କରିବା ପାଇଁ ତଥା କମ୍ ସମୟରେ କିପରି ଅଧିକ କାମ କରି ହେବ, ସେ ନେଇ ଉପାୟ ବାହାର କରିବାକୁ ବିପ୍ଳବ ଚିନ୍ତା କଲେ। ଆଉ ତାଙ୍କର ଏହି ଚିନ୍ତାରୁ ଜନ୍ମ ନେଲା ଏହି ନୂତନ କୃଷି ଯନ୍ତ୍ରପାତି। ଏହାକୁ ତିଆରି କରିବାରେ ତାଙ୍କ ସ୍କୁଲ୍‌ର ଶିକ୍ଷକ-ଶିକ୍ଷୟିତ୍ରୀ ସାହାଯ୍ୟ  କରିଥିଲେ। ଏହି ମେସିନ ଦ୍ୱାରା ଏକା ସାଙ୍ଗରେ ୬ଟି କାମ କରି ହେଉଛି। ଜମି ହଳ କରିବା, ମଇ ଦେବା, ବିହନ ବୁଣିବା, ସାର ଦେବା,  ଔଷଧ ଓ ପାଣି ସିଞ୍ଚନ କରିବା ଭଳି କାର୍ଯ୍ୟ ଅତି ସହଜରେ କରାଯାଇ ପାରୁଛି। ଏହି ମେସିନ୍ ସୌର ଶକ୍ତିରେ ଚାଲୁଛି।

ଏନେଇ ବିପ୍ଳବ କୁମାର ଘୋଷ କହିଛନ୍ତି, “ମୁଁ ଜଣେ ଚାଷୀ ଘର ପିଲା। ମୋ ବାପା ଚାଷ କରନ୍ତି। ମୋ ବାପା ଚାଷ କାର୍ଯ୍ୟରେ ବହୁ ପରିଶ୍ରମ କରନ୍ତି। ଏଥିସହ ଅଧିକ ଲୋକଙ୍କର ବି ଆବଶ୍ୟକତା ପଡ଼ିଥାଏ। ତେଣୁ ମୋ ମନକୁ ଆସିଲା ଏପରି ଏକ ମେସିନ୍‌ ତିଆରି କରିବି, ଯେଉଁଥିରେ କମ୍‌ ପରିଶ୍ରମରେ ଓ କମ୍ ଖର୍ଚ୍ଚରେ ଚାଷ କାମ କରିହେବ। ଶେଷରେ ମୁଁ ଏହି ସେଭଳି ଏକ ମେସିନ୍‌ ତିଆରି କରିବାରେ ସଫଳ ହେଲି।”

ଏହି କୃଷି ଯନ୍ତ୍ରଟିକୁ ତିଆରି କରିବା ପାଇଁ ବିପ୍ଳବ ୧୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଟଙ୍କା ତାଙ୍କୁ ସ୍କୁଲ ପକ୍ଷରୁ ଦିଆଯାଇଥିଲା। ବିପ୍ଳବଙ୍କ ଏହି କୃଷି ଯତ୍ନପାତି ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଦର୍ଶିତ ହୋଇ ପ୍ରଥମ ସ୍ଥାନ ଲାଭ କରିସାରିଛି। ଆଗକୁ ଦିଲ୍ଲୀରେ ହେବାକୁ ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ସେ ତାଙ୍କର ଏହି କୃଷି ଯନ୍ତ୍ରପାତି ସହ ଭାଗ ନେବେ ବୋଲି ଜଣାପଡ଼ିଛି। ଏହା ସହିତ ସେ ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି।

ବିପ୍ଳବଙ୍କ ସ୍କୁଲ୍‌ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବିଶ୍ୱାଳ କହିଛନ୍ତି, “ସେ ଭଲ ପାଠ ପଢ଼େ। ସେ ତିଆରି କରିଥିବା କୃଷି ଯତ୍ନପାତି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି। ତାର ସଫଳତାରେ ଆମେ ବହୁତ ଖୁସି ଅଛୁ। ଆମେ ଚାହୁଁଛୁ ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେଉ।”

ବଡ଼ ହେଲେ ବିପ୍ଳବ ଜଣେ କୃଷି ବୈଜ୍ଞାନିକ ହେବା ସହ ନୂଆ ନୂଆ କୃଷି ଯନ୍ତ୍ରପାତି ତିଆରି କରି କୃଷକମାନଙ୍କୁ ସହଯୋଗ କରିବେ ଓ କୃଷକ ମାନଙ୍କ ବନ୍ଧୁ ହେବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story