୧୫ ବର୍ଷ ବିତିଲା: ତଥାପି ସରିନି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ କାମ, ବିସ୍ଥାପିତ ପାଇନାହାନ୍ତି କ୍ଷତିପୂରଣ

ନୂଆପଡ଼ା: ୧୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି। ପୁଣି ଏତେ ବର୍ଷ ବିତିଗଲା ପରେ ବି ଏହି ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କର ଥଇଥାନ ଜନିତ ସମସ୍ୟା ଦୂର ହୋଇପାରିନି। କ୍ଷତିପୂରଣ ସହିତ ବିସ୍ଥାପନ ଜନିତ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ କି ସରକାର କେହି ଶୁଣୁ ନାହାନ୍ତି ସେମାନଙ୍କ ଦୁଃଖ।

BisthapitankaDukha

BisthapitankaDukha

Rakesh Mallick
  • Published: Saturday, 23 May 2015
  • Updated: 01 June 2015, 09:48 AM IST

Sports

Latest News

nupara

୨୦୦୦ ମସିହା ମେ’ ୭ ତାରିଖରେ ନୂଆପଡ଼ା ଜିଲ୍ଲାର ତିଖାଲି ଗାଁରେ ଇନ୍ଦ୍ରାବତୀ ନଦୀରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ୍ୟ ଥିଲା ନୂଆପଡ଼ା ଜିଲ୍ଲାର ୯୦ଟି ଗାଁର ୧୩,୫୦୦ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୨୨ଟି ଗାଁର ୧୬,୪୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ କରିବା। ଏହି ପ୍ରକଳ୍ପ ପାଇଁ ୩୧ଟି ଗାଁ ପ୍ରଭାବିତ ହୋଇଥିଲା। ସେଥିମଧ୍ୟରୁ ୧୦ଟି ଗାଁକୁ ସଂପୂର୍ଣ୍ଣ ବୁଡ଼ି ଘୋଷଣା କରାଯାଇଥିଲା। ଆଉ ୨୧ଟି ଗାଁକୁ ଆଂଶିକ ବୁଡ଼ି ଅଞ୍ଚଳ ଘୋଷଣା କରାଯାଇଥିଲା। ମୋଟ ୪୮୬୫ ଜଣ ଲୋକ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୫୬୭ ଜଣଙ୍କୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଗାଁରେ ଥଇଥାନ କରାଯାଇଥିଲା। କିନ୍ତୁ ଏବେବି ୧୨୯୮ ଜଣ ଲୋକଙ୍କୁ ଥଇଥାନ କରାଯାଇପାରି ନାହିଁ। ଉଭୟ ଥଇଥାନ ହୋଇଥିବା ଓ ଥଇଥାନ ହୋଇ ନ ଥିବା ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। କ୍ଷତିପୂରଣ ନେଇ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକର ବଡ଼ବାଙ୍କି ପଞ୍ଚାୟତରେ ଥଇଥାନ ହୋଇଥିବା ଲୋକ ଏପର୍ଯ୍ୟନ୍ତ ଇନ୍ଦିରା ଆବାସ କି ମୋ କୁଡ଼ିଆ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଏପରିକି ସେମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସେବାରୁ ବି ବଞ୍ଚିତ ଅଛନ୍ତି। ପିଡିଏସ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ଚାଉଳ, କିରାସିନି ଆଦି ସେମାନେ ପାଇ ପାରୁ ନାହାନ୍ତି। ଗାଁର ବୃଦ୍ଧବୃଦ୍ଧା ଓ ବିଧବାମାନେ ଯଥାକ୍ରମେ ବାର୍ଦ୍ଧକ୍ୟ ଓ ବିଧବ ଭତ୍ତା ପାଉ ନାହାନ୍ତି। ଜନ୍ମମାଟି ବୁଡ଼ିଯିବା ପରେ ସରକାରଙ୍କ ଦ୍ୱାରା ଏଠାରେ ଥଇଥାନ ହୋଇଥିବା ଉଦେ ମାଝି କହିଛନ୍ତି ଯେ ଆମକୁ କିଛି ଟଙ୍କା ଦେଇ ବିସ୍ଥାପିତ କରାଗଲା। ବଡ଼ବାଙ୍କିରେ ଆମକୁ ଜମି ଦିଆଗଲା। ଆମେ ଏଠାରେ ୧୫ ବର୍ଷ ହେଲା ରହି ଆସୁଛୁ। କିନ୍ତୁ ଆମକୁ ଚାଉଳ କି ଭତ୍ତା ମିଳୁନି।

Bisthapitanka Dukha 4

ଅନ୍ୟପକ୍ଷରେ ନିର୍ଦ୍ଧାରିତ କ୍ଷତିପୂରଣ ନପାଇ ଏଯାବତ କିଛି ଗାଁ ଛାଡ଼ି ନଥିବା ପ୍ରଭାବିତ ଲୋକଙ୍କ ଦୁଃଖ ଏମାନଙ୍କଠାରୁ ଆହୁରି ଅଧିକ। ସେମାନେ ଏକ ପ୍ରକାର ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି। ସରକାର ଏହି ଗାଁଗୁଡ଼ିକୁ ବୁଡ଼ି ଅଞ୍ଚଳ ଘୋଷିତ କରି ସାରିଥିବା ଯୋଗୁ ସେଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଆଦି ନାହିଁ। ତେଣୁ ଗାଁର ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରୁ ମିଳୁଥିବା ସୁବିଧାସୁଯୋଗରୁ ଏହି ଗାଁଗୁଡ଼ିକର ପିଲାଏ ବଞ୍ଚିତ ହେଉଛନ୍ତି। ଅନ୍ୟ କୌଣସି ସରକାରୀ ଯୋଜନା ବି ଏହି ଗାଁଗୁଡ଼ିକର ଲୋକଙ୍କୁ ଉପଲବ୍ଧ ହେଉନାହିଁ। ଏହି ଗାଁଗୁଡ଼ିକରେ ଲୋକେ ପିଡିଏସରେ ଚାଉଳ କି କିରାସିନି ପାଆନ୍ତି ନାହିଁ। ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳେ ନାହିଁ। ବିଧବାମାନେ ବିଧବାଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁଗୁଡ଼ିକରେ ୧୫ ବର୍ଷ ହେଲାଣି ଆଉ ରାସ୍ତା ମରାମତି ହଉନି କି ଅଚଳ ନଳକୂପ ବି ସଜଡ଼ା ଯାଉ ନାହିଁ।

nuapara

କାଳିମାଟି ଗାଁର ଅଶୋକ କୁମାର ଖୁଆଲ କହିଛନ୍ତି ଯେ ସରକାର ତାଙ୍କ ଗାଁକୁ ସଂପୂର୍ଣ୍ଣ ବୁଡ଼ି ଅଞ୍ଚଳ ଘୋଷଣା କରିଛନ୍ତି। କିନ୍ତୁ ଏଯାଏଁ କ୍ଷତିପୂରଣ ଦେଇ ନାହାନ୍ତି। ଜମିବାଡ଼ି ଟଙ୍କା ଦେଉ ନାହାନ୍ତି। ଯେଉଁମାନଙ୍କୁ ୧୮ ବର୍ଷ ବିତିଗଲାଣି ସେମାନଙ୍କୁ ଥଇଥାନ ରାଶି ଦିଆଯାଉ ନାହିଁ। ଗାଁକୁ ରାସ୍ତାଟିଏ କରୁ ନାହାନ୍ତି। ପାଣି ରହିଲେ ବି ଆମେ ଗାଁ ଛାଡ଼ି ଯିବୁ ନାହିଁ। ସେହିଭଳି ଗାଁର ଲଚ୍ଛମନି ଚିନ୍ଦା କହିଛନ୍ତି ଯେ ସରକାର ଏଯାଏଁ ଆମକୁ ଜମିବାଡ଼ି ଟଙ୍କା ଦେଲେ ନାହିଁ। ଡ୍ୟାମରେ ପାଣି ଆସିଲେ ବୁଡ଼ି ଯିବୁ ପଛେ କ୍ଷତିପୂରଣ ନ ପାଇଲା ଯାଏଁ ଗାଁ ଛାଡ଼ିବୁ ନାହିଁ। ଅନ୍ୟପକ୍ଷରେ ଲୋୟର ଇନ୍ଦ୍ର ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ହରିକୃଷ୍ଣ ପାଢ଼ୀ କହିଛନ୍ତି ଯେ ସେ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି। ଏ ନେଇ ସରକାରଙ୍କୁ ଜଣାଇ ଦିଆଯାଇଛି।

nuapa

କ୍ଷତିପୂରଣ ନେଇ ଲୋକେ ବାରମ୍ବାର ଆନ୍ଦୋଳନ କରୁଥିବା ଯୋଗୁ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବି ବାଧା ଉପୁଜୁଛି। ବାରମ୍ବାର କାମ ବନ୍ଦ ହୋଇଯାଉଛି। ଏହି ଜଳ ସେଚନ ପ୍ରକଳ୍ପ ଆରମ୍ଭ କରାଯିବା ବେଳେ ୨୧୦ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। କିନ୍ତୁ ବର୍ଷ ପରେ ବର୍ଷ ଗଡ଼ି ଚାଲିବା ହେତୁ ଏବେ ପ୍ରକଳ୍ପର ବ୍ୟୟ ଅଟକଳ ୧୬୭୪ କୋଟି ଟଙ୍କାରେ ପହଞ୍ଚିଯାଇଛି। ତଥାପି କାମ ସଂପୂର୍ଣ୍ଣ ହୋଇପାରୁ ନାହିଁ। ଲୋୟର ଇନ୍ଦ୍ର ଜଳସେଚନ ବିସ୍ଥାପିତ ସହାୟତା ସମିତି ସଂପାଦକ ନିତ୍ୟାନନ୍ଦ ପ୍ରଧାନ କହିଛନ୍ତି ଯ ୨୦୦୦ ମସିହାରୁ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଏ ଯାଏଁ କାମ ସଂପୂର୍ଣ୍ଣ ହୋଇପାରୁନି। ବିସ୍ଥାପନ ଓ ଥଇଥାନ ସମସ୍ୟା ବି ଲାଗି ରହିଛି। ଆଉ ଏ ନେଇ କେବଳ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଦାୟୀ। ସରକାରଙ୍କ ୨୦୦୬ ଓ ୧୯୯୪ ପଲିସି କେବଳ କାଗଜପତ୍ରରେ ରହିଯାଇଛି। ସରକାର ଅବହେଳା କରୁଛନ୍ତି। ଆଗକୁ ସମସ୍ୟା ଆହୁରି ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story