ବିଶ୍ୱ ମାନଚିତ୍ରରୁ ହଜି ଯାଇଥିବା ୧୦ଟି ସହର

ନୂଆଦିଲ୍ଲୀ: ସମୟ ସହ ତାଳ ଦେଇ ବଦଳୁଛି ଦୁନିଆ। ବଦଳୁଛି ପରିବେଶ,ପରିସ୍ଥିତି ଓ ଭୌଗୋଳିକ ନକ୍ସା । କେତେ କଣ ଭଙ୍ଗା ହେଉଛି ପୁଣି ଗଢ଼ା ହେଉଛି । ଦୁନିଆରେ ଏମିତି ଅନେକ ସହର ଅଛି ଯାହା ବିଭିନ୍ନ କାରଣରୁ କାଳର କରାଳ ଗତିରେ ଠେଲି ହୋଇଯାଇଛି ଅନ୍ଧକାର ଭିତରକୁ। ଅତୀତରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ପରିସ୍ଥିତି ପାଇଁ ଅନେକ ସହର ବିଶ୍ୱ ନକ୍ସାରୁ ହଜିଯାଇଛି । ଏଗୁଡ଼ିକ ମଧ୍ୟରେ କେତେକ ସହର  ନିଜର ନିଆରା […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 05:58 PM IST

Sports

Latest News

ନୂଆଦିଲ୍ଲୀ: ସମୟ ସହ ତାଳ ଦେଇ ବଦଳୁଛି ଦୁନିଆ। ବଦଳୁଛି ପରିବେଶ,ପରିସ୍ଥିତି ଓ ଭୌଗୋଳିକ ନକ୍ସା । କେତେ କଣ ଭଙ୍ଗା ହେଉଛି ପୁଣି ଗଢ଼ା ହେଉଛି । ଦୁନିଆରେ ଏମିତି ଅନେକ ସହର ଅଛି ଯାହା ବିଭିନ୍ନ କାରଣରୁ କାଳର କରାଳ ଗତିରେ ଠେଲି ହୋଇଯାଇଛି ଅନ୍ଧକାର ଭିତରକୁ। ଅତୀତରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ପରିସ୍ଥିତି ପାଇଁ ଅନେକ ସହର ବିଶ୍ୱ ନକ୍ସାରୁ ହଜିଯାଇଛି । ଏଗୁଡ଼ିକ ମଧ୍ୟରେ କେତେକ ସହର  ନିଜର ନିଆରା ପରମ୍ପରା ପାଇଁ ଜନମାନସରେ ସ୍ମୁତି ହୋଇ ରହିଥିବା ବେଳେ କେତେକକୁ ସନ୍ଧାନ କରିବାରେ ଲାଗିପଡ଼ିଛି ପ୍ରତ୍ନତତ୍ତ୍ୱ ବିଭାଗ । ଆସନ୍ତୁ ଜାଣିବା ଏହିଭଳି କେତେକ ନିଶ୍ଚିହ୍ନ ହୋଇଯାଇଥିବା ସହର ବିଷୟରେ।

ପମ୍ପେଇ: ଖ୍ରୀଷ୍ଟପୂର୍ବ ୭୯ ପରର ଏହି ରୋମାନ ସହର ଆଗ୍ମେୟଗିରିରୁ ଭୀଷଣ ଲାଭା ଉଦ୍ଗିରଣ ହେବାରୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ସେତେବେଳେ ଏହାର ଜନସଂଖ୍ୟା ୨୦ ହଜାର ଥିଲା ଓ ଏହାକୁ ରୋମର ପର୍ଯ୍ୟଟନ ସ୍ଥଳ କୁହାଯାଉଥିଲା। ୧୭୪୮ ମସିହାରେ ଏହି ସହରକୁ ପୁନରୁଦ୍ଧାର କରାଯାଇଥିଲା ।

ଟ୍ରୟ: ବାରମ୍ବାର ଯୁଦ୍ଧ ଯୋଗୁଁ ତୁର୍କୀର ଏହି ସହର ସମ୍ପୂର୍ଣ୍ଣ ବିନାଶ ହୋଇଯାଇଥିଲା । ୧୮୭୦ ମସିହାରେ ହେନରିଚ ସାଲମାନନ ମାଟି ଖୋଳି ଏହି ସହରକୁ ଖୋଜିବା ଆରମ୍ଭ କରିଥିଲେ । ଏହି ସହର ସ୍କେମେଣ୍ଡର ନଦୀ ତଟରେ ଗଢ଼ି ଉଠିଥିଲା ବୋଲି କୁହାଯାଏ ।

ଜାଡେ: ବ୍ରାଜିଲର ଘନ ଜଙ୍ଗଲରେ ଗଢ଼ିଉଠିଥିବା ଏହି ସହର ବିଶ୍ୱର ଆଧୁନିକ ସହର ମଧ୍ୟରେ ଖୁବ ପ୍ରସିଦ୍ଧ ଥିଲା । ଏଠାରେ ଉତ୍ତମ ସଡ଼କ ସହିତ ପୋଲ, ମନ୍ଦିର ଥିବାର କୁହାଯାଏ । ୧୭୫୩ ମସିହାରେ ପ୍ରଥମେ ପର୍ତିୁଗୀଜମାନେ ଏହି ସହରର ସନ୍ଧାନ ପାଇଥିଲେ । ପରେ ଏହା ଗବେଷକମାନଙ୍କ ପାଇଁ  ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟି ଗଲା । ୧୯୨୫ରେ ଫାବାସେଟ

ନାମକ ଜଣେ ପାର୍ସି ଗବେଷକ ଏହି ସହର ସନ୍ଧାନରେ ଯାଇ ନିଖୋଜ ହୋଇଯାଇଥିଲେ । ପରେ ଏହି ସହର ଆଉଥରେ ଅନ୍ଧାର ଭିତରକୁ ଚାଲିଯାଇଥିଲା । ପୁଣିଥରେ ଏହି ସହରକୁ ଆମାଜନ ଜଙ୍ଗଲରୁ ସନ୍ଧାନ କରାଯାଇଛି ।

ଆଙ୍ଗକୋର: ଖ୍ରୀଷ୍ଟପୂର୍ବ ୮୦୦ ପରେ କମ୍ବୋଡ଼ିଆରେ ଗଢ଼ି ଉଠିଥିଲା ଏହି ସହର । ୧୪୩୧ରେ ଥାଇ ସେନାର ଆକ୍ରମଣରେ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଏହାକୁ ବୈଦ୍ଧ ମନ୍ଦିରର ପେଣ୍ଠସ୍ଥଳୀ ମଧ୍ୟ କୁହାଯାଉଥିଲା । ୧୮୦୦ ମସିହା ପର୍ଯ୍ୟନ୍ତ ସହରଟି କୌଣସି ଖୋଜ ଖବର ନଥିଲା । ଏହାପରେ ଫ୍ରେଞ୍ଚ ପ୍ରତ୍ନତତ୍ତ୍ୱବିତମାନେ ଏହି ସହରକୁ ଖୋଜି ପାଇଥିଲେ ।

ମାମ୍ଫିସ: ଖ୍ରୀଷ୍ଟପୂର୍ବ ୩୧୦୦ରେ ସ୍ଥାପନ କରାଯାଇଥିବା ଏହି ସହର ପ୍ରାଚୀନ ଇଜିପ୍ଟର ରାଜଧାନୀ ଥିଲା । ବର୍ଷ ବର୍ଷ ଧରି ଏହା ଇଜିପ୍ଟ ସଭ୍ୟତାର କେନ୍ଦ୍ରସ୍ଥଳ ଥିଲା । ପ୍ରାଚୀନ କାଳରେ ଏହାକୁ ପାଖାପାଖି ୩୦ ହଜାର ବିଶାଳ ଜନସଂଖ୍ୟା ବିଶିଷ୍ଟ ସହର କୁହାଯାଉଥିଲା । କାଳକ୍ରମେ ଏହି ସହରଟି ବିଲୁପ୍ତ ହେବାକୁ ଲାଗିଲା । କିନ୍ତୁ ୧୭୦୦ ମସିହାରେ ମେପୋଲିଓନିକ ଗବେଷକମାନେ ଏହାକୁ ଖୋଜି ବାହାର କରିଥିଲେ ।

ଆଟଲାଣ୍ଟିସ: ଏହା ସବୁଠାରୁ ପୁରୁଣା ସହର ଥିଲା । କାଳକ୍ରମେ ଏହି ସହର ସମୁଦ୍ର ଗର୍ଭରେ ବିଲୀନି ହୋଇଯାଇଥିଲା । ଏହାକୁ ୟୁରୋପର କେନ୍ଦ୍ର ମଧ୍ୟ କୁହାଯାଉଥିଲା । ଏଯାବତ ଏହି ସହରର କୌଣସି ଖୋଜଖବର ମିଳି ପାରିନାହିଁ ।

ପେଟ୍ରା: ବିଶ୍ୱର ସବୁଠାରୁ ସୁନ୍ଦର ସହର ଗୁଡ଼ିକ ମଧ୍ୟରେ ଜୋର୍ଡାନ ପେଟ୍ରା ଖୁବ ପରିଚିତ ଥିଲା । ଖ୍ରୀଷ୍ଟପୂର୍ବ ୩୬୩ର ଭୟଙ୍କର ଭୂମିକମ୍ପରେ ସହର ଧ୍ୱଂସ ହୋଇଯାଇଥିଲା । ପ୍ରାଣ ବିକଳରେ ଲୋକମାନେ ଏଠାରୁ ପଳାଇ ଯାଇଥିଲେ । ୧୮୧୨ ମସିହାରେ ଗବେଷକ ସ୍ୱିସ ପୁଣିଥରେ ଏହି ସହରକୁ ଖୋଜି ପାଇଥିଲେ।

ସିଟି ଅଫ ଦି ସିଜର୍ସ:ଏହା ଏକ ପୌରାଣିକ ସହର । ଏହା ଦକ୍ଷିଣ ଆମେରିକାର ପେଟାଗୋନିଆ ଅଞ୍ଚଳରେ ଅବସ୍ଥିତ ବୋଲି କୁହାଯାଇଥାଏ । ତେଣୁ ଏହାକୁ ସିଟି ଅପ ଦି ପେଟାଗୋନିଆ ମଧ୍ୟ କୁହାଯାଇଥାଏ । ଏଯାବତ କଳ୍ପନାରେ ରହିଥିବା ଏହି ସହରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କିନ୍ତୁ ଏହାକୁ କେବେ ଖୋଜିବାର ପ୍ରୟାସ କରଯାଇନାହିଁ । ଏହାକୁ ଭୂତଙ୍କ ସହର ବୋଲି କୁହାଯାଏ ।

ଏଲ ଡୋର୍ଡୋ: ଏହା ମଧ୍ୟ ଏକ ପୌରାଣିକ ସହର । ଦକ୍ଷିଣ ଆମେରିକାର ଏଲ ଡୋର୍ଡୋ ରାଜା ଏହି ସହରରେ ଶାସନ କରୁଥିଲେ। ଏହାର ଏକ ପାର୍ଶ୍ୱରେ ସୁନାର ନଗର ଥିବା ସନ୍ଦେହ କରାଯାଉଥିଲା । ୧୫୪୧ରେ ଗୋଞ୍ଜାଲୋ ପିଜାରୋଙ୍କ ନେତୃତ୍ୱରେ ହଜାର ହଜାର ଲୋକ ଓ ସୈନିକ ଆମେରିକିୟ ସୈନିକ ଏହି ସହରକୁ ଖୋଜିବାକୁ ପ୍ରୟାସ କରି ଅସଫଳ ହୋଇଥିଲେ ।

ମାଚୁ ପିଚୁ: ଦକ୍ଷିଣ ଆମେରିକାର ପେରୁ ସ୍ଥିତ ଏହି ସହରକୁ ବିଶ୍ୱର ସବୁଠାରୁ ରହସ୍ୟସୟ ସ୍ଥଳ ବୋଲି କୁହାଯାଏ । ଏଣ୍ଡିଜ ପର୍ବତ ଉପରେ ଗଢ଼ିଉଠିଥିବା ଏହି ସହର ଦୁନିଆର ସାତଟି ଆଶ୍ଚର୍ଯ୍ୟଙ୍କ ମଧ୍ୟରେ ଗୋଟିଏ । ୧୯୧୧ ମସିହାରେ ଆମେରିକା ଗବେଷକ ହିରାମ ସିଙ୍ଘମ ଏହାକୁ ଖୋଜି ବାହାର କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story