ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆଗଲା। ଡାକ୍ତରଖାନାରେ ଆରମ୍ଭ ହେଲା ଅପରେସନ୍। ଅପରେସନ୍ ପରେ ପେଟରୁ ଯାହା ବାହାରିଲା ତାହା ଦେଖି ସମସ୍ତେ ଚମକି ପଡିଲେ। ଆପଣ ବି ଜାଣିଲେ ଆଶ୍ଚର୍ଯ଼୍ୟ ହେବେ ନିଶ୍ଚୟ।
ଘଟଣାଟି ହେଉଛି ଉତ୍ତରାଖଣ୍ଡ ଗଡଓେବାଲ ଜିଲ୍ଲା ଚମୌଲି ଅଞ୍ଚଳର। ରାଜେନ୍ଦ୍ର ନାମକ ବ୍ୟକ୍ତିଙ୍କ ଭଉଣୀଙ୍କ କ୍ଷେତ୍ରରେ ଘଟିଥିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା। କୌଣସି କାରଣରୁ ସେ ଅନେକ ଦିନ ହେବ ଠିକରେ ଖିଆପିଆ କରୁନଥିଲେ। କାରଣ ଯାହା ବି କିଛି ଖାଉଥିଲେ ସଙ୍ଗେସଙ୍ଗେ ବାନ୍ତି ହୋଇ ଯାଉଥିଲା। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ରାଜେନ୍ଦ୍ର ତାଙ୍କ ଭଉଣୀଙ୍କୁ ନିକଟସ୍ଥ ଡୁନ୍ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ଏଣ୍ଡୋସ୍କୋପି କରାଇଥିଲେ। ପରେ ଜଣା ପଡିଥିଲା କି ତାଙ୍କ ଅନ୍ତବୁଜୁଳାରେ କିଛି ଚୁଟି ଗୁଡାଇ ହୋଇ ଏକ ବଡ ପେଣ୍ଡୁଳା ଆକାରରେ ରହିଛି। ଏହାକୁ ପେଟରୁ ବାହାର କରିବାକୁ ଡାକ୍ତରମାନେ ଅପରେସନ ଆରମ୍ଭ କରିଥିଲେ।
ଅପରେସନ ପରେ ତାଙ୍କ ପେଟରୁ 2 କିଲୋ ଓଜନର ଏକ କେଶ ପେଣ୍ଡୁଳା ବାହାରିଥିଲା। ଏତେବଡ କେଶଗୁଚ୍ଛ ମହିଳାଙ୍କ ପେଟରେ କେମିତି ରହିଲା ତାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।