ଭାରତ ବାହାରେ ଏହି ୮ ଦେଶରେ କୁହାଯାଏ ହିନ୍ଦୀ ଭାଷା

ନୂଆଦିଲ୍ଲୀ: ଭାରତର ସରକାରୀ ଭାଷା ହେଉଛି ହିନ୍ଦୀ। ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବିଧାନସଭାରେ ହିନ୍ଦୀ ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ ପ୍ରଣୟନ ହେବା ପରେ ହିନ୍ଦୀ ଭାଷା ଉପରେ ସରକାରୀ ଭାଷାର ମୋହର ଲାଗିଥିଲା। ସେପ୍ଟେମ୍ବର ୧୪ରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଥିବାରୁ ଏହି ଦିନକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି। ଭାରତକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ହିନ୍ଦୀ ଭାଷା […]

Rakesh Mallick
  • Published: Thursday, 14 September 2017
  • Updated: 15 September 2017, 10:23 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ସରକାରୀ ଭାଷା ହେଉଛି ହିନ୍ଦୀ। ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବିଧାନସଭାରେ ହିନ୍ଦୀ ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ ପ୍ରଣୟନ ହେବା ପରେ ହିନ୍ଦୀ ଭାଷା ଉପରେ ସରକାରୀ ଭାଷାର ମୋହର ଲାଗିଥିଲା। ସେପ୍ଟେମ୍ବର ୧୪ରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଥିବାରୁ ଏହି ଦିନକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି।

ଭାରତକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ହିନ୍ଦୀ ଭାଷା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ଦେଶଗୁଡ଼ିକରେ ହିନ୍ଦୀ ଭାଷା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି।

ନେପାଳ:  ନେପାଳର ସରକାରୀ ଭାଷା ହେଉଛି ନେପାଳୀ। କିନ୍ତୁ ଭାରତ ପରି ନେପାଳରେ ମଧ୍ୟ ମୈଥିଳି, ଭୋଜପୁରୀ ଓ ହିନ୍ଦୀ ଭାଷା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି।

ଫିଜି: ବିଶ୍ୱ ମାନଚିତ୍ରରେ ଫିଜି ହେଉଛି ଏକ ଛୋଟିଆ ଦେଶ। ଏହି ଦେଶରେ ୪ଟି ସରକାରୀ ଭାଷା ରହିଛି। ତନ୍ମଧ୍ୟରୁ ହିନ୍ଦୀ ହେଉଛି ଗୋଟିଏ।

ପାକିସ୍ତାନ: ପାକିସ୍ତାନରେ ଇଂରାଜୀ ଓ ଉର୍ଦ୍ଦୁ ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଛି। ଏହା ବ୍ୟତୀତ ପଞ୍ଜାବୀ, ସିନ୍ଧି, ପାସ୍ତୋ, ବଲୁଚି ଓ ହିନ୍ଦୀ ଭାଷାକୁ ମଧ୍ୟ କଥିତ ଭାଷା ରୂପେ ବ୍ୟବହାର କରାଯାଉଛି।

ଥାଇଲାଣ୍ଡ: ଥାଇଲାଣ୍ଡ ଓ ଟୋବେଗୋରେ ସରକାରୀ ଭାଷା ହେଉଛି ଇଂରାଜୀ। ଏହାଛଡ଼ା ଏଠାରେ ସ୍ପାନିସ, ଭୋଜପୁରି ଓ ହୀନ୍ଦି ଭାଷା ମଧ୍ୟ କୁହାଯାଇଥାଏ।

ବାଙ୍ଗଲାଦେଶ: ଏହି ଦେଶର ସରକାରୀ ଭାଷା ହେଉଛି ବଙ୍ଗଳା। କିନ୍ତୁ ଏଠାରେ ଇଂରାଜୀ ଓ ହିନ୍ଦୀ ଭାଷାର ମଧ୍ୟ ବ୍ୟବହାର କରାଯାଇଥାଏ।

ସିଙ୍ଗାପୁର: ଇଂରାଜୀ ଭାଷା ହେଉଛି ସିଙ୍ଗାପୁରର ସରକାରୀ ଭାଷା। ଏହାଛଡ଼ା ଏଠାରେ ଅନ୍ୟ କେତେକ ଭାଷା ସହିତ ହିନ୍ଦୀ ଓ ତାମିଲ ଭାଷାର ବ୍ୟବହାର କରାଯାଏ।

ସାଉଥ ଆଫ୍ରିକା: ଏଠାରେ ଇଂରାଜୀ ଓ ଆଫ୍ରିକାନ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରାଯାଏ। ଏଥିସହିତ ହିନ୍ଦୀ ମଧ୍ୟ କଥିତ ଭାଷା ରୂପେ ବ୍ୟବହାର କରାଯାଏ। ଭାରତକୁ ମିଶାଇ ପାଖାପାଖି ୯ଟି ଦେଶରେ ହିନ୍ଦୀ ଭାଷା ବ୍ୟବହାର କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos