ଅବ୍ୟବସ୍ଥାରେ ଚାଲିଛି ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗ: ଏକମାସରେ ଗଲାଣି ୫୫ ଶିଶୁଙ୍କ ଜୀବନ

ବ୍ରହ୍ମପୁର: କଟକ ଶିଶୁ ଭବନରେ ଶିଶୁମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ହେଲେ କେବଳ କଟକ ଶିଶୁ ଭବନ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଶୁ ବିଭାଗର ଅବସ୍ଥା ମଧ୍ୟ ତଦ୍ରୁପ । ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ସତ, ହେଲେ ଏବେ ବି ଯେତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ଘଟିଛି ତାହା ଚିନ୍ତାଜନକ । କେଉଁଠି ଚିକିତ୍ସା ଅବହେଳା ତ ଆଉ କେଉଁଠି ଡାକ୍ତର ନ ଥିବାରୁ ଆବଶ୍ୟକ […]

b2

b2

Rakesh Mallick
  • Published: Friday, 04 September 2015
  • Updated: 04 September 2015, 11:53 AM IST

ବ୍ରହ୍ମପୁର: କଟକ ଶିଶୁ ଭବନରେ ଶିଶୁମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ହେଲେ କେବଳ କଟକ ଶିଶୁ ଭବନ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଶୁ ବିଭାଗର ଅବସ୍ଥା ମଧ୍ୟ ତଦ୍ରୁପ । ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ସତ, ହେଲେ ଏବେ ବି ଯେତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ଘଟିଛି ତାହା ଚିନ୍ତାଜନକ । କେଉଁଠି ଚିକିତ୍ସା ଅବହେଳା ତ ଆଉ କେଉଁଠି ଡାକ୍ତର ନ ଥିବାରୁ ଆବଶ୍ୟକ ଚିକିତ୍ସା ହୋଇ ନ ପାରି ଶିଶୁଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି ଦକ୍ଷିଣ ଓଡିଶାର ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗରେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଗତ ଅଗଷ୍ଟ ମାସରେ ଏହି ମେଡିକାଲର ଶିଶୁ ବିଭାଗରେ ବିଭିନ୍ନ କାରଣରୁ ୫୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଅସ୍ୱାସ୍ଥ୍ୟକର ପରିବେଶ, ଡାକ୍ତର, ଶଯ୍ୟା ଅଭାବ ସହ ଛିକିତ୍ସା ଅବହେଳାରୁ ଏଠାରେ ଶିଶୁମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି ।b1

ବ୍ରହ୍ମପୁର ବଡ ମେଡିକାଲ ଅଞ୍ଚଳର ଏକମାତ୍ର ରେଫେରାଲ୍ ହସପିଟାଲ । ପ୍ରାୟ ୧୦ଟି ଜିଲ୍ଲାର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ଏଠାକୁ ଶହ ଶହ ଶିଶୁ ଆସିଥାନ୍ତି । ହେଲେ ଶିଶୁ ବିଭାଗରେ ଲାଗି ରହିଥିବା ନାନା ସମସ୍ୟା ଯୋଗୁ ବହୁ ଶିଶୁଙ୍କ ପ୍ରାଣହାନୀ ଘଟୁଥିବା ଅଭିଯୋଗ ହେଉଛି । ଶିଶୁ ୱାର୍ଡରେ ୧୨୦ଟି ଶଯ୍ୟା ରହିଛି। ସେହିପରି ସେସିଆଲ୍ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ୨୪ଟି ଶଯ୍ୟା ବ୍ୟବସ୍ଥା ଅଛି । ହେଲେ ପ୍ରତିଦିନ କେୟାର ୟୁନିଟରେ ୩୦ରୁ ୪୦ ଶିଶୁ ଚିକିତ୍ସା ଲାଗି ଭର୍ତ୍ତି ହେଉଛନ୍ତି । ଏଠାରେ ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ଗୋଟିଏ ଶଯ୍ୟାରେ ୨ରୁ ୩ ଶିଶୁଙ୍କୁ ରଖାଯାଇ ଚିକତ୍ସା କରାଯାଉଛି । ଯାହା ସଂକ୍ରମଣ ହେବାର ଆଶଙ୍କାକୁ ବଢାଇ ଦେଉଛି । ସେହିପରି ପେଡ଼ିଆଟ୍ରିକ୍ ୱାର୍ଡରେ ୧୨୦ ଶଯ୍ୟା ରହିଥିବା ବେଳେ ଏଠାରେ ପ୍ରାୟତଃ ୯୦ ପ୍ରତିଶତ ଶିଶୁ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଶୁ ବିଭାଗଟି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପ୍ରତି ସଚେତନ ନ ଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷେ ଶିଶୁଙ୍କୁ ଧରି ଆସୁଥିବା ସମ୍ପର୍କୀୟଙ୍କ ରହିବା ପାଇଁ ମେଡିକାଲରେ କୌଣସି ସୁବିଧା ନ ଥିବା ରୁବିତା ପାଢୀ ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶ ଓ ନାନା ସମସ୍ୟାକୁ ଦେଖି ଏଠାକୁ ଆସିବା ଅପେକ୍ଷା ବହୁ ଲୋକ ସେମାନଙ୍କ ପିଲାଙ୍କୁ ଘରୋଇ ହସ୍ପିଟାଲକୁ ନେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଉମାକାନ୍ତ ସେଠୀ କହିଛନ୍ତି ।b3

ଏ ନେଇ  ବିଭାଗୀୟ ମୁଖ୍ୟ ପ୍ରଫେସର ନରେନ୍ଦ୍ର ନାଥ ସ୍ୱରେନଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଏଠାରେ ଡାକ୍ତର ଓ ଭିତ୍ତିଭୂମିର ଅଭାବ ରହିଛି । ୪ଜଣ ଆସିଷ୍ଟାଣ୍ଟ୍ ପ୍ରଫେସର, ୫ଜଣ ସିନିୟର୍ ରେସିଡେ଼ଣ୍ଟ ଡାକ୍ତର ଓ ୯ଜଣ  ଷ୍ଟାଫ୍ ନର୍ସ ପଦବୀ ଖାଲି ପଡିଛି । ଏହାସତ୍ତ୍ୱେ ଆମେ ସବୁ ପିଲାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ । ସେହିପରି ମେଡିକାଲ କଲେଜ ଅଧ୍ୟକ୍ଷ ଅରୁଣ ଦଣ୍ଡପାଟଙ୍କୁ ପଚରାଯିବାରେ ହସ୍ପିଟାଲରେ ଡାକ୍ତର ଅଭାବ ନାହାନ୍ତି ବୋଲି ସେ କହିଛନ୍ତି। ଯାହାକିଛି ଡାକ୍ତର ପଦବୀ ଖାଲି ପଡିଛି ଶୀଘ୍ର ପୂରଣ କରାଯିବାକୁ ପିଓସିଙ୍କୁ ଜଣାଇଛୁ । ଏହାସହ ହସ୍ପିଟାଲର ଭିତ୍ତିଭୂମିର ବିକାଶ ପାଇଁ ୬୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଏଥିରେ ଭେଣ୍ଟିଲେଟର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story