ଜାଣିଛନ୍ତି, ରଥଯାତ୍ରା ପରେ କେଉଁଠି ଓ କେମିତି ରୁହନ୍ତି ରଥର ସାରଥୀ ଓ ପାର୍ଶ୍ୱ ଦେବଦେବୀ

ଆଉ ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅଣସର ଘରୁ ଜ୍ୱରରୁ ଭଲ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ କଳାଠାକୁର। ରଥରେ ଭଉଣୀ ସୁଭଦ୍ରାଙ୍କୁ ନେଇ ଦୁଇଭାଇ ଜଗନ୍ନାଥ ଓ ବଳଭଦ୍ର ମାଉସୀ ମା ଘରକୁ ଯାତ୍ରା କରିବେ। ତେବେ ବଡ଼ଠାକୁର ବୋଲି ଜଗାକୁ ସମସ୍ତେ ମନେ ରଖୁଥିବା ବେଳେ ରଥରେ ଥିବା ପାର୍ଶ୍ୱଦେବତା, ସାରଥୀ, ଅଶ୍ୱ ଓ ନୃତ୍ୟ ରଥ ସଖୀଙ୍କୁ ଭୁଲି ଯାଇଥାନ୍ତି। କେବଳ ବର୍ଷରେ ଥରେ ରଥଯାତ୍ରା ସମୟରେ ହିଁ ମନେପଡେ ଏମାନଙ୍କ କଥା। ରଥଯାତ୍ରା ସରିବା ପରେ ସତେ ଯେମିତି ଏମାନେ ଅଲୋଡ଼ା ହୋଇପଡ଼ନ୍ତି। ଏହି ଅଶ୍ୱ, ସାରଥୀ, ପାର୍ଶ୍ୱ ଦେବତାଙ୍କୁ ନେଇ ଓଡ଼ିଶା ରିପୋର୍ଟରର ଏକ ସ୍ୱତନ୍ତ୍ର ଆଲେଖ୍ୟ।

[vc_video link="" align="center"]

ବଡ଼ ଠାକୁରଙ୍କ ବଡ଼ ଯାତ୍ରା। ଅଣସର ଘରୁ ଜ୍ୱରରୁ ଭଲ ହୋଇ ଜନ୍ମବେଦୀକୁ ରଥରେ ଯିବେ କାଳିଆ ଠାକୁର। ଶ୍ରୀ ମନ୍ଦିରକୁ ଛାଡ଼ି ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ନବଦିନ ଯାତ୍ରାରେ ଯିବେ ମହାପ୍ରଭୁ। କଳା, ଧଳା ଓ ହଳଦିଆ ଅଶ୍ୱ ଏହି ରଥକୁ ଟାଣିନେବେ ମାଉସୀ ମା ଘରକୁ। କିନ୍ତୁ କେବେ ଭାବିଛନ୍ତି କି ରଥଯାତ୍ରା ଶେଷ ହେବା ପରେ କେଉଁଠି ରୁହନ୍ତି ରଥରେ ଯୋଖା ଯାଇଥିବା ଅଶ୍ୱ, ସାରଥୀ, ପାର୍ଶ୍ୱ ଦେବଦେବୀ ଓ ନୃତ୍ୟରଥ ସଖୀ ମାନେ।

କୁହାଯାଏ ଜଗନ୍ନାଥ ହେଉଛନ୍ତି ଚଳନ୍ତି ଠାକୁର। ତେଣୁ ରଥରେ ଥିବା ଅଶ୍ୱ, ସାରଥୀ, ପାର୍ଶ୍ୱ ଦେବଦେବୀ ସମସ୍ତେ ଜୀବନ୍ତ। ରଥଯାତ୍ରା ଶେଷ ହେବା ପରେ କଳାଠାକୁର ଫେରିଯିବେ ଶ୍ରୀ ନଅରକୁ। ଆଉ ତା ପରେ ଅବହେଳିତ ହୋଇ ପଡ଼ିରହିବେ ରଥର ଅଶ୍ୱ, ସାରଥୀ, ପାର୍ଶ୍ୱ ଦେବତା। ବହୁ ବର୍ଷ ଧରି ଜଗନ୍ନାଥ ପରମ୍ପରାରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏପରିକି ସାରଥୀ, ଅଶ୍ୱକୁ ପ୍ରତିଦିନ ପୂଜା କରିବାର ପରମ୍ପରା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏମାନଙ୍କୁ ପୂଜା କରାଯାଉନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରେ ନିଳାଦ୍ରୀ ମ୍ୟୁଜିୟମ ଭିତରେ ତିନିରଥର ସାରଥୀ, ଅଶ୍ୱ, ପାର୍ଶ୍ୱ ଦେବଦେବୀଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିଲା। କିନ୍ତୁ ଏବେ ଦୋଳବେଦୀରେ ସାରଥୀଙ୍କୁ ରଖାଯାଉଛି, ଯାହାଫଳରେ ଏଭଳି ସମସ୍ୟା ଉପୁଜୁଛି।

ପରମ୍ପରା ଅନୁସାରେ ନବକଳେବରରେ ନୂତନ ଚତୁର୍ଦ୍ଧାବିଗ୍ରହଙ୍କ ସହ ନୂତନ ଭାବେ ନିର୍ମାଣ କରାଯାଇଥିଲା ପାର୍ଶ୍ୱ ଦେବଦେବୀ, ସାରଥୀ ଓ ଅଶ୍ୱ। କିନ୍ତୁ ରଥ ଉପରେ ବିରାଜମାନ କରୁଥିବା ସଖୀ ମୂର୍ତ୍ତୀ ପ୍ରତି କାହାର ବି ନିଘା ନ ଥିଲା। ଦୁଇଥର ନବକଳେବର ଯାତ୍ରା ପରେ ମଧ୍ୟ ନୂତନ ଭାବେ ନିର୍ମାଣ ହୋଇପାରିଲା ନାହିଁ ସଖୀ ମୂର୍ତ୍ତୀ। ରଥଯାତ୍ରା ସମୟରେ ପୁରୁଣା ନୃତ୍ୟରଥ ସଖୀଙ୍କୁ ମରାମତି କରି ରଙ୍ଗ ଦେଇ ରଥରେ ସ୍ଥାପିତ କରାଯାଉଛି। ଏହି ଧାରା ଦୀର୍ଘ ୩୮ ବର୍ଷ ଧରି ଚାଲି ଆସୁଛି। ଜଗନ୍ନାଥ ପରମ୍ପରାରେ ହେଉଥିବା ବ୍ୟତିକ୍ରମକୁ ଅନେକ ବରିଷ୍ଠ ଦଇତାପତି, ବାଡ଼ଗ୍ରାହୀ ସେବାୟତ ନାପସନ୍ଦ କରିଛନ୍ତି। କିନ୍ତୁ ଏବେ ବି ନିଦ ଭାଙ୍ଗୁନି ଶ୍ରୀମନ୍ଦିର ପ୍ରଶାସନର।

Ordigital Desk
• Published: Thursday, 22 June 2017
• Updated: 22 June 2017, 05:36 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos