ମୁମ୍ବାଇ: ରିଲିଆନ୍ସ ଜିଓର ଲଗାତର ବମ୍ପର ଅଫର ଦ୍ୱାରା ପ୍ରଭାବିତ ହେବ ଟେଲିକମ ଇଣ୍ଡଷ୍ଟ୍ରି । ଦୀର୍ଘ ଦିନ ଧରି ଜିଓ ଯେଉଁ ଭଳି କଲିଂ ଓ ଡାଟା ପାଇଁ ଫ୍ରିରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି ଆଗାମୀ ଦିନରେ ଏହି କାରଣରୁ ଟେଲିକମ କମ୍ପାନୀ ଗୁଡିକ ଦେବାଳିଆ ହେବାର ସମ୍ଭାବନ ରହିଛି । ଏହାର ପ୍ରଭାବ ବ୍ୟାଙ୍କ ଉପରେ ମଧ୍ୟ ପଡିବାକୁ ଯାଉଛି। ବର୍ତ୍ତମାନ ବିଭିନ୍ନ ଟେଲିକମ ସଂସ୍ଥା ୪.୬୦ଲକ୍ଷ କୋଟି ଋଣରେ ଅଛନ୍ତି। ଏହି ସମୟରେ ରିଲିଆନ୍ସ ଜିଓ ପ୍ରାଇମ୍ ମେମ୍ବର ପାଇଁ ଗ୍ରାହକଙ୍କୁ ଆଉ ୧୫ଦିନ ସମୟ ଦେଇଥିବା ସହ ୩୦୩ ଟଙ୍କା ରିଚାର୍ଜ କରିଥିବା ଗ୍ରାହକଙ୍କୁ ୩ ମାସର ସେବା ଫ୍ରିରେ ପ୍ରଦାନ କରିବାକୁ ଘୋଷଣା କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜିଓରେ ୭.୨ କୋଟି ଲୋକ ପ୍ରାଇମ୍ ମେମ୍ବର ହୋଇସାରିଛନ୍ତି । ଏପରି ସ୍ଥଳରେ ଅନ୍ୟ ଟେଲିକମ୍ କମ୍ପାନୀ ଗୁଡିକର ବ୍ୟବସାୟ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ