ଏଥର ଦିବ୍ୟାଙ୍ଗଙ୍କ ମୁହଁରେ ଝଙ୍କୃତ ହେବ ଜାତୀୟ ସଙ୍ଗୀତ, ନେତୃତ୍ୱ ନେଲେ ବିଗ୍‌ ବି

ନୂଆଦିଲ୍ଲୀ: ୭୦ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ କିଛି ଅଲଗା କରି ଦେଖାଇବାକୁ ଯାଉଛନ୍ତି। ଦେଶର ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଥମଥର ପାଇଁ ସେ ସାଂକେତିକ ଭାଷାରେ ପ୍ରସ୍ତୁତ ହୋଇଥିବା ଜାତୀୟ ସଙ୍ଗୀତ ‘ଜନଗଣ’ ଗାନ କରିବେ । ଏହି ଭିଡିଓ ସହ ଗୀତର ଧାଡ଼ି ସବୁ କ୍ୟାପସନରେ ପରଦାରେ ପ୍ରଦର୍ଶନ କରାଯିବ।

ପାଖାପାଖି ୩.୩୭ ମିନିଟର ଗୀତଟିକୁ ମ୍ୟୁଜିକ୍ ଦେଇଛନ୍ତି ଆଦେଶ ଶ୍ରୀବାସ୍ତବ। ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଗୋବିନ୍ଦ ନିହାଲନୀ। ଏଥିରେ ଦିଲ୍ଲୀ, କୋହ୍ଲାପୁର ଓ ମୁମ୍ବାଇର ୩୬ ଦିବ୍ୟାଙ୍ଗ ପିଲା ସାମିଲ ହୋଇଛନ୍ତି।

ଭାରତ ସରକାର ଦିବ୍ୟାଙ୍ଗ ପିଲାମାନଙ୍କୁ ଅନ୍ୟ ସାଧାରଣ ପିଲାଙ୍କ ସହ ସମାନ ଅଧିକାର ଦେବାକୁ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ UN Information Centre for India and Bhutan ସାହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବିଶେଷ ଆଗ୍ରହ ଦେଖାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇର ଏକ ଷ୍ଟୁଡିଓରେ ସେ ୮ରୁ ୯ ଘଣ୍ଟା କାଳ ମାଗଣାରେ କାମ କରି ଗୀତଟିକୁ ରେକର୍ଡ କରିଛନ୍ତି।

ଅନେକ ଦିନରୁ ଦେଶର ଦିବ୍ୟାଙ୍ଗମାନଙ୍କର ଦାବି ଥିଲା, ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସରେ ସେମାନଙ୍କ ପାଇଁ କିଛି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯିବା ଉଚିତ୍। ସବୁଥର କେବଳ ଦୂରଦର୍ଶନରେ ନେତାଙ୍କ ଭାଷଣକୁ ହିଁ ସାଙ୍କେତିକ ଭାଷାରେ ଅନୁବାଦ କରାଯାଏ। ହେଲେ ଏ ବର୍ଷ ପ୍ରଥମଥର ପାଇଁ ଅମିତାଭ ବଚ୍ଚନ ନିଜେ ସ୍ୱାଧିନତା ଦିବସରେ ଏହି ଦିବ୍ୟାଙ୍ଗ ମାନଙ୍କୁ ସାଧାରଣ ଜନତାଙ୍କ ସହ ସମାନ ଅଧିକାର ଦେଇ ଜାତୀୟ ସଙ୍ଗୀତ ସମର୍ପଣ କରିବେ।

(ଭିଡିଓ ସୌଜନ୍ୟ.... ୟୁଟ୍ୟୁବ)

Ordigital Desk
• Published: Friday, 11 August 2017
• Updated: 11 August 2017, 05:32 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos