ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର): ଗୁଜରାତର ଅହମ୍ମଦାବାଦରେ ଦେଖିବାକୁ ମିଳିଚି ଏକ ଆଶ୍ଚର୍ଯ୍ୟ ଘଟଣା। ଜଣେ ନବଜାତ ଶିଶୁର ୭ଟି ଦାନ୍ତ ଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଜନ୍ମ ପରେ ଶିଶୁଟିକୁ ଯେତେବେଳେ ତା’ର ମାଆ କ୍ଷୀର ପିଆଇବା ଆରମ୍ଭ କଲେ ଏହି ଘଟଣା ଜଣାପଡିଥିଲା।
ଜନ୍ମ ହେବା ପୂର୍ବରୁ ପିଲାଙ୍କର ଦାନ୍ତ ଉଠିବାର ବହୁତ ନଜିର ରହିଛି। ହେଲେ ୭ଟି ଦାନ୍ତ ସହ ପିଲା ଜନ୍ମ ହେବା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି।
ଶିଶୁଟିର ତଳ ମାଢ଼ିରେ ଏହି ୭ଟି ଦାନ୍ତ ଉଠିଥିଲା, ଯାହା ଅତ୍ୟନ୍ତ ଦୃର୍ବଳ ଥିଲା। ଏହା ଯେକୌଣସି ସମୟରେ ଝଡି ଯିବାର ଆଶଙ୍କା ଥିଲା। ଦାନ୍ତ ଝଡି ପିଲାର ପେଟକୁ ଚାଲିଯିବାର ଭୟ ଥିବାରୁ ଡାକ୍ତରମାନେ ସର୍ଜରୀ କରି ସବୁ ଦାନ୍ତକୁ ବାହାର କରିଦେଇଛନ୍ତି।
ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁସାରେ ୩୦୦୦ରେ ଗୋଟେ ପିଲା ଦାନ୍ତ ସହ ଜନ୍ମ ହୋଇଥାନ୍ତି। ଶିଶୁର ଗର୍ଭାବସ୍ଥାରେ ଖାଦ୍ୟ ଅଭାବ କିମ୍ପା ଜେନେଟିକ୍ ସମସ୍ୟା ଯୋଗୁଁ ଏପରି ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।