Advertisment

ଡାକ୍ତରଖାନା କରି ଡାକ୍ତର ଦେବାକୁ ଭୁଲି ଗଲେ ସରକାର! ୨୨ ବର୍ଷ ହେଲା ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଡାକ୍ତରଖାନା ଖୋଲିଲେ ସରକାର। କିନ୍ତୁ ଡାକ୍ତର ଦେଲେନି। ଡାକ୍ତରଖାନା ଖୋଲିବାର ୧୮ ବର୍ଷ ପରେ ପ୍ରଥମ କରି ଜଣେ ଡାକ୍ତରଙ୍କ ପାଦ ଏଠାରେ ପଡ଼ିଥିଲା। ହେଲେ ସେ ବି ବେଶି ଦିନ ରହିଲେନି। ମାତ୍ର ୬-୭ ମାସ ରହି ଚାଲିଗଲେ। ତାଙ୍କ ପରେ ପୁଣି ରୋଗୀ ଦେଖିବା ଦାୟିତ୍ୱ ସେହି ଫାର୍ମାସିଷ୍ଟଙ୍କ ଉପରେ ପଡ଼ିଲା, ଯିଏ ମେଡିକାଲ୍ ପ୍ରତିଷ୍ଠା ହେବା ଦିନଠୁ ଏହି କାମ କରିଆସୁଛନ୍ତି। ଅର୍ଥାତ୍ ୨୨ ବର୍ଷ ହେଲା ଜଣେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଡାକ୍ତରଖାନା କରି ଡାକ୍ତର ଦେବାକୁ ଭୁଲି ଗଲେ ସରକାର! ୨୨ ବର୍ଷ ହେଲା ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

Hospital

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଡାକ୍ତରଖାନା ଖୋଲିଲେ ସରକାର। କିନ୍ତୁ ଡାକ୍ତର ଦେଲେନି। ଡାକ୍ତରଖାନା ଖୋଲିବାର ୧୮ ବର୍ଷ ପରେ ପ୍ରଥମ କରି ଜଣେ ଡାକ୍ତରଙ୍କ ପାଦ ଏଠାରେ ପଡ଼ିଥିଲା। ହେଲେ ସେ ବି ବେଶି ଦିନ ରହିଲେନି। ମାତ୍ର ୬-୭ ମାସ ରହି ଚାଲିଗଲେ। ତାଙ୍କ ପରେ ପୁଣି ରୋଗୀ ଦେଖିବା ଦାୟିତ୍ୱ ସେହି ଫାର୍ମାସିଷ୍ଟଙ୍କ ଉପରେ ପଡ଼ିଲା, ଯିଏ ମେଡିକାଲ୍ ପ୍ରତିଷ୍ଠା ହେବା ଦିନଠୁ ଏହି କାମ କରିଆସୁଛନ୍ତି। ଅର୍ଥାତ୍ ୨୨ ବର୍ଷ ହେଲା ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଡାକ୍ତରଖାନାକୁ ଛାଡ଼ିଦେଇଛନ୍ତି ସରକାର। ଏହି ଚିତ୍ର ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ବଡ଼ଭରଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର।

Advertisment

ଉମରକୋଟ-ଜୟପୁର ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ପ୍ରତିଷ୍ଠା ହୋଇଥିଲା ୨୦୦୦ ମସିହାରେ। ଏଠାରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଏଏନଏମ, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ସୁଇପରଙ୍କୁ ମିଶାଇ ମୋଟ ୫ ଜଣ କର୍ମଚାରୀ ରହିବା କଥା। କିନ୍ତୁ ଏଠାରେ ଅଛନ୍ତି ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ସୁଇପର। ୨୦୦୦ ମସିହାରେ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବା ବେଳେ ୨୦୧୮ ମସିହାରେ ପ୍ରଥମ କରି ଏଠାରେ ଜଣେ ଡାକ୍ତରଙ୍କୁ ପୋଷ୍ଟିଂ ମିଳିଥିଲା। କିନ୍ତୁ ସେ ମାତ୍ର ୬-୭ ମାସ ମଧ୍ୟରେ ପଳାଇଥିଲେ।

ଉମରକୋଟ ଓ ଝରିଗାଁ ବ୍ଲକ୍‌ର ୧୫ରୁ ଅଧିକ ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ସେମାନଙ୍କ ଚିକିତ୍ସା କରନ୍ତି ଡାକ୍ତରଖାନାର ଫାର୍ମାସିଷ୍ଟ ସୁନୀଲ କୁମାର ପାତ୍ର। ସେ ଏହି ଡାକ୍ତରଖାନା ପ୍ରତିଷ୍ଠା ହେବା ଦିନରୁ ଅଛନ୍ତି। ଡାକ୍ତର ନଥିବାରୁ ସେ ଯେତିକି ଜାଣିଛନ୍ତି ତା’ରି ଭିତରେ ରୋଗୀଙ୍କ ଚିକିତ୍ସା କରନ୍ତି। ଡାକ୍ତର ନାହାନ୍ତି ବୋଲି କେବେ ଡାକ୍ତରଖାନା ବନ୍ଦ କରନ୍ତି ନାହିଁ। ସେ ସବୁ ଦିନେ ରୋଗୀଙ୍କୁ ଦେଖନ୍ତି।

Advertisment

[caption id="attachment_763637" align="aligncenter" width="650"]Sunil Kumar Patra ଫାର୍ମାସିଷ୍ଟ ସୁନୀଲ କୁମାର ପାତ୍ର ରୋଗୀ ଦେଖୁଛନ୍ତି[/caption]

ବଡ଼ଭରଣ୍ଡିର ପୂର୍ବତନ ସରପଞ୍ଚ ସରାଦୁ ଭତ୍ରା କହିଛନ୍ତି, ଏହା ଏକ ପୁରୁଣା ଡାକ୍ତରଖାନା। କିନ୍ତୁ ଏଠାରେ ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟ ଲୋକଙ୍କ ଚିକିତ୍ସା କରୁଛନ୍ତି। ସେ ନଥିଲେ ଏ ଅଞ୍ଚଳବାସୀ ବହୁତ ହଇରାଣ ହୋଇଥା’ନ୍ତେ। ସେ ସବୁବେଳେ ଡାକ୍ତରଖାନାରେ ଥାଆନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖନ୍ତି। ସେ ଭଲ ସେବା ଦେଉଛନ୍ତି। ଆମେ ତାଙ୍କ ଉପରେ ସନ୍ତୁଷ୍ଟ। କିନ୍ତୁ ଏଠାରେ ଜଣେ ଡାକ୍ତରଙ୍କର ନିହାତି ଆବଶ୍ୟକତା ରହିଛି। ତା’ହେଲେ ଲୋକେ ଉପକୃତ ହୋଇପାରନ୍ତେ।

ଫାର୍ମାସିଷ୍ଟ ସୁନୀଲ କୁମାର ପାତ୍ର କହିଛନ୍ତି, ଏଠାକୁ ବହୁତ ରୋଗୀ ଆସୁଛନ୍ତି। ଆଖପାଖ ଅଞ୍ଚଳର ସବୁ ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଡାକ୍ତର ନାହାନ୍ତି। ଯେହେତୁ ରୋଗୀ ଆସୁଛନ୍ତି, ସେମାନଙ୍କ ଚିକିତ୍ସା କରିବାକୁ ପଡ଼ିବ। ମୁଁ ଯେତିକି ଜାଣିଛି ସେତିକି ଭିତରେ ରହି ଚିକିତ୍ସା କରୁଛି। ଡାକ୍ତରଖାନାରୁ ରୋଗୀମାନଙ୍କୁ ଔଷଧ ଦିଆଯାଉଛି। ତେବେ ଏଠାରେ ଜଣେ ଡାକ୍ତରଙ୍କର ନିହାତି ଆବଶ୍ୟକତା ରହିଛି। ଡାକ୍ତର ଥିଲେ ରୋଗୀମାନେ ଆହୁରି ଉପକୃତ ହୁଅନ୍ତେ।