ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ୍‌ ୱାଇରିଂ ଅବ୍ୟବସ୍ଥିତ

ବାରିପଦା: ଡାକ୍ତରଖାନା କୋଠା ଗୁଡ଼ିକର ୱାଇରିଂ ଠିକ୍‌ କରାଯାଉନି। ଏପରିକି ଅଗ୍ନି ନିର୍ବାପକ ମେସିନ୍‌ ଚଳାଇବା ସମ୍ପର୍କରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମ୍‌ ନେଉନାହାନ୍ତି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ (ବାରିପଦା)ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଉତ୍ତର ଓଡ଼ିଶା ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବାରିପଦାରେ ୧୯୦୫ ମସିହାରେ ମହାରାଜା ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଏହି ଡାକ୍ତରଖାନାର ୪୦୦ ଶଯ୍ୟା ରହିଛି। ପ୍ରତିଦିନ ୮୦୦ରୁ ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏଠାରେ […]

baripada-medical

baripada-medical

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 07:59 PM IST

Sports

Latest News

ବାରିପଦା: ଡାକ୍ତରଖାନା କୋଠା ଗୁଡ଼ିକର ୱାଇରିଂ ଠିକ୍‌ କରାଯାଉନି। ଏପରିକି ଅଗ୍ନି ନିର୍ବାପକ ମେସିନ୍‌ ଚଳାଇବା ସମ୍ପର୍କରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମ୍‌ ନେଉନାହାନ୍ତି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ (ବାରିପଦା)ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।

ଉତ୍ତର ଓଡ଼ିଶା ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବାରିପଦାରେ ୧୯୦୫ ମସିହାରେ ମହାରାଜା ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଏହି ଡାକ୍ତରଖାନାର ୪୦୦ ଶଯ୍ୟା ରହିଛି। ପ୍ରତିଦିନ ୮୦୦ରୁ ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏଠାରେ ଶିଶୁ, ପ୍ରସୂତୀ, ମେଡିସିନ୍‌ ବିଭାଗ, ଦୁଇଟି ଆଇସିୟୁ ଓ ୧୦ ବେଡ୍‌ ବିଶିଷ୍ଟ ପ୍ରସୂତୀ କକ୍ଷ ରହିଛି। ହେଲେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ବିଶେଷକରି ପୁରୁଣା କୋଠାରେ ବିଦ୍ୟୁତ୍‌ ୱାଇରିଂ ଠିକ୍‌ ନ ଥିବାରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଲେ ନିଆଁକୁ ଆୟତ୍ତ କରିବା କଷ୍ଟକର ବୋଲି ଅଗ୍ନିଶମ ବିଭାଗ କହିଛି।

ବାରିପଦା ଡାକ୍ତରଖାନାକୁ ଲାଗି ଏକ ସାତ ମହଲା ବିଶିଷ୍ଟ ନୂଆ କୋଠା ନିର୍ମାଣ କରାଯାଇଛି। ଏହି କୋଠାଟି ଶୀତତାପ ନିୟନ୍ତ୍ରିତ ଓ ଲିଫ୍ଟ ବ୍ୟବସ୍ଥା ରହିଛି। ରୋଗୀ ମଧ୍ୟ ଚିକିତ୍ସିତ ହେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଅନୁମତି ନିଆଯାଇ ନ ଥିବା ଅଗ୍ନିଶମ ବିଭାଗ ଅଧିକାରୀମାନେ ଅଭିଯୋଗ କରିଛନ୍ତି।

ସିଡିଏମ୍‌ଓ ସୁଧୀର କୁମାର ଶତପଥୀ କହିଛନ୍ତି,“ହସ୍ପିଟାଲର ବିଦ୍ୟୁତ୍‌ ୱାଇରିଂ କରାଯାଉଛି। ପ୍ରତି ମାସରେ ବିଦ୍ୟୁତ୍‌ ସଂଯୋଗ ପଏଣ୍ଟ ଗୁଡ଼ିକୁ ଯାଞ୍ଚ କରାଯିବ। ଅଗ୍ନି ନିର୍ବାପକ ମେସିନ୍‌ ଗୁଡ଼ିକୁ ଯଥାସ୍ଥାନରେ ରଖାଯାଇଛି। ଏ ସମ୍ପର୍କରେ ସମସ୍ତ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି।”

ଅଗ୍ନିଶମ ଅଧିକାରୀ ଏସ୍‌.ଏସ୍‌ ବରାଳ କହିଛନ୍ତି,“ଡାକ୍ତରଖାନାର ପୁରୁଣା କୋଠାର ବିଦ୍ୟୁତ୍‌ ୱାଇରିଂ ଠିକ୍‌ ନାହିଁ। ଏହାର ମରାମତି କରାଯିବା ଆବଶ୍ୟକ ରହିଛି। ନୂଆ କୋଠାରେ ରୋଗୀ ରହୁଥିଲେ ମଧ୍ୟ କିଛି ଅଗ୍ନି ନିର୍ବାପକ ମେସିନ୍‌ ରଖାଯାଇନାହିଁ। ଏହାଛଡ଼ା ଅଗ୍ନି ନିର୍ବାପକ ମେସିନ ରଖିଦେଲେ ଯେ ସୁରକ୍ଷିତ ରହିବେ କହିବା ଭୁଲ। ଏ ସମ୍ପର୍କରେ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ତାଲିମ୍ ଦେବା ଆବଶ୍ୟକ। ମାତ୍ର କେତେକ ସ୍ଥାନରେ ଦେଖାଯାଇଛି ତାଲିମ ଦେବା ପାଇଁ ଗଲେ ବାହାନା କରି କର୍ମଚାରୀମାନେ ପଳାଇଯାଉଛନ୍ତି। ତାହା ଠିକ୍‌ ନୁହଁ। ଏହାଛଡ଼ା ହସ୍ପିଟାଲ ବାରଣ୍ଡାକୁ ଖାଲି ରଖିବା କଥା। ପ୍ରବେଶ, ପ୍ରସ୍ଥାନ ଗେଟ୍‌ ଓ ଜରୁରୀକଳିନ ପ୍ରବେଶ ପଥକୁ ଯିବା ପାଇଁ ସଙ୍କେତ ଲେଖିବା ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story