ଆପଣ କମ୍ପ୍ୟୁଟରରେ ଜୋରରେ ଟାଇପ୍‌ କରୁଛନ୍ତି କି: ସାବଧାନ! ହୋଇପାରେ ଅଙ୍ଗୁଳିରେ କ୍ୟାନସର୍‌

ଆଜିର ଯୁଗରେ କମ୍ପ୍ୟୁଟର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ପରିଣତ ହୋଇଗଲାଣି। ସରକାରୀ ହେଉ ବା ବେସରକାରୀ, କମ୍ପ୍ୟୁଟର ବିନା କୌଣସି କାମ କରିବା ଅସମ୍ଭବ ହୋଇପଡିଛି। ତେବେ ସବୁବେଳେ କମ୍ପ୍ୟୁଟର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କମ୍ପ୍ୟୁଟର ଯୋଗୁଁ ସବୁଠୁ ଅଧିକ ସମସ୍ୟା ଡିଟିପି ଅପରେଟର୍‌ ବା ଟାଇପିଷ୍ଟମାନେ ସାମ୍ନା କରିଥାନ୍ତି।  , ବେଳେବେଳେ ଖବର କିମ୍ବା କୌଣସି ତଥ୍ୟକୁ ଟାଇପ୍‌ କରିବା ପାଇଁ ଡିଟିପି ଅପରେଟର୍‌ଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମାରେ ଦୀର୍ଘ ସମୟ […]

man-typing

man-typing

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 11:19 PM IST

Sports

Latest News

ଆଜିର ଯୁଗରେ କମ୍ପ୍ୟୁଟର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ପରିଣତ ହୋଇଗଲାଣି। ସରକାରୀ ହେଉ ବା ବେସରକାରୀ, କମ୍ପ୍ୟୁଟର ବିନା କୌଣସି କାମ କରିବା ଅସମ୍ଭବ ହୋଇପଡିଛି। ତେବେ ସବୁବେଳେ କମ୍ପ୍ୟୁଟର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କମ୍ପ୍ୟୁଟର ଯୋଗୁଁ ସବୁଠୁ ଅଧିକ ସମସ୍ୟା ଡିଟିପି ଅପରେଟର୍‌ ବା ଟାଇପିଷ୍ଟମାନେ ସାମ୍ନା କରିଥାନ୍ତି।  ,

ବେଳେବେଳେ ଖବର କିମ୍ବା କୌଣସି ତଥ୍ୟକୁ ଟାଇପ୍‌ କରିବା ପାଇଁ ଡିଟିପି ଅପରେଟର୍‌ଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମାରେ ଦୀର୍ଘ ସମୟ ଧରି ଟାଇପ କରିବାକୁ ପଡିଥାଏ। ଏହି ଟାଇପ କରିବା ଦ୍ୱାରା ସେମାନଙ୍କ ଅଙ୍ଗୁଳିରେ କ୍ଷତି ପହଞ୍ଚିଥାଏ।

ଅଧିକ ସମୟ ଧରି ଟାଇପ କଲେ ଅଙ୍ଗୁଳିର ଅଗ୍ର ଭାଗରେ ଯନ୍ତ୍ରଣା ହୋଇଥାଏ। କାରଣ ଅଙ୍ଗୁଳିର ଅଗ୍ରଭାଗରେ ଥିବା କୋଶିକା ଗୁଡିକ ବାରମ୍ବାର ଟାଇପଦ୍ୱାରା ଆଘାତ ପାଇଥାଏ। ଏପରି ସବୁଦିନ ଟାଇପ ଯୋଗୁଁ ଅଙ୍ଗୁଳି କୋଶିକା କ୍ଷତିଗ୍ରସ୍ତ ହେବାସହ ଅଗ୍ରଭାଗରେ ରକ୍ତ ଜମାଟ ବାନ୍ଧିଥାଏ। ଯାହାଫଳରେ ଅଙ୍ଗୁଳିରେ କ୍ୟାନସର ପରି ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଟାଇପ କଲାବେଳେ ଅଙ୍ଗୁଳିର ନଖ ମଧ୍ୟ ପ୍ରଭାବିତ ହୋଇଥାଏ।

ଆପଣ ଚାହିଁଲେ ଏହି ସମସ୍ୟାକୁ ଦୂରେଇ ପାରିବେ

୧-ଟାଇପ୍‌ କରିବା ସମୟରେ ଗୋଟିଏ ଅଙ୍ଗୁଳିରେ ଟାଇପ୍‌ ନ କରି ଏକାଧିକ ଅଙ୍ଗୁଳି ବ୍ୟବହାର କରନ୍ତୁ ।

୨-ବାରମ୍ବାର ଜୋରରେ ଅଙ୍ଗୁଳିକୁ କିବୋର୍ଡରେ ବାଡେଇ ଟାଇପ କରନ୍ତୁ ନାହିଁ।

୩-କିଛି ସମୟ ଟାଇପ କରିବା ପରେ ଅଙ୍ଗୁଳିକୁ ରେଷ୍ଟ ଦିଅନ୍ତୁ।

୪-ନିୟମିତ ଅଙ୍ଗୁଳି ଏକ୍ସରସାଇଜ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos