ଭିକାରୀ ବାପାର ଦରଦୀ କାହାଣୀ: ଝିଅ ଫ୍ରକ୍‌ ପାଇଁ ସଞ୍ଚୟ କଲେ ୨ ବର୍ଷ

ବୃତ୍ତି ତାଙ୍କର ଭିକ୍ଷ ମାଗିବା। ହେଲେ ମନର ଏକ କୋଣରେ ରହିଛି ଦରଦୀ ବାପାର ହୃଦୟ। ଝିଅକୁ ଗୋଟିଏ ଫ୍ରକ୍‌ କିଣି ଦେବାକୁ ତାଙ୍କୁ ୨ ବର୍ଷ ଲାଗି ଗଲା। ହେଲେ ଝିଅର ଖୁସି ପାଇଁ ହାର ନ ମାନି ଭିକ୍ଷାବୃତ୍ତିରୁ ଯାହା ମିଳୁଥିଲା ସେଥିରୁ କିଛି କିଛି ସଞ୍ଚୟ କରି ଚାଲିଥିଲେ। ତାଙ୍କ ଆଶା ପୂରଣ ହେବାକୁ ଲାଗି ଯାଇଥିଲା ୨ ବର୍ଷ। ଯେତେବେଳେ ସେ ଝିଅକୁ ନୂଆ ଫ୍ରକ୍‌ କିଣି ପିନ୍ଧାଇ ଥିଲେ ଏହି […]

beggar-story

beggar-story

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 04:53 PM IST

Sports

Latest News

ବୃତ୍ତି ତାଙ୍କର ଭିକ୍ଷ ମାଗିବା। ହେଲେ ମନର ଏକ କୋଣରେ ରହିଛି ଦରଦୀ ବାପାର ହୃଦୟ। ଝିଅକୁ ଗୋଟିଏ ଫ୍ରକ୍‌ କିଣି ଦେବାକୁ ତାଙ୍କୁ ୨ ବର୍ଷ ଲାଗି ଗଲା। ହେଲେ ଝିଅର ଖୁସି ପାଇଁ ହାର ନ ମାନି ଭିକ୍ଷାବୃତ୍ତିରୁ ଯାହା ମିଳୁଥିଲା ସେଥିରୁ କିଛି କିଛି ସଞ୍ଚୟ କରି ଚାଲିଥିଲେ। ତାଙ୍କ ଆଶା ପୂରଣ ହେବାକୁ ଲାଗି ଯାଇଥିଲା ୨ ବର୍ଷ। ଯେତେବେଳେ ସେ ଝିଅକୁ ନୂଆ ଫ୍ରକ୍‌ କିଣି ପିନ୍ଧାଇ ଥିଲେ ଏହି ଖୁସି ମୁହୂର୍ତ୍ତକୁ ପଡ଼ୋଶୀଙ୍କଠାରୁ ମୋବାଇଲ ମାଗି ଫଟୋ ଉଠାଇ ରଖିଥିଲେ। ବାପାଝିଅଙ୍କ ଏପରି ଖୁସି ମୁହୂର୍ତ୍ତକୁ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ କଏଦ କରିବା ସହ ସୋସିଆଲ ମିଡିଆରେ ଛାଡିଥିଲେ। ଯାହା ଏବେ ଭାଇରାଲ ହୋଇଯାଇଛି। ଆଉ ଫ୍ରକ୍‌ ଖଣ୍ଡେ ପାଇଁ ଏହି ଦରଦୀ ବାପାର ସଂଘର୍ଷ କାହାଣୀ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି।

ଭିକ୍ଷାବୃତ୍ତି କରୁଥିବା ଏହି ବାପା ଜଣଙ୍କ ହେଲେ କୌସର ହୁସେନ। ଗୋଟେ ହାତ କଟି ଯିବା ପରେ ରୋଜଗାର ହରାଇ ଭିକ୍ଷା ମାଗିବା ଆରମ୍ଭ କରିଥିଲେ। ସବୁ ବାପାଙ୍କ ପରି ତାଙ୍କର ମଧ୍ୟ ଇଚ୍ଛା ଥିଲା ତାଙ୍କ ପିଲା ଭଲ ପୋଷାକ ପିନ୍ଧିବେ, ଭଲ ଖାଦ୍ୟ ଖାଇବେ ଓ ପାଠ ପଢିବେ। ହେଲେ ଦଇବର ନିଷ୍ପତ୍ତି ଥିଲା ଭିନ୍ନ। ଭିକ୍ଷାବୃତ୍ତିରୁ ଯାହା ମିଳୁଥିଲା ସେଥିରେ ସ୍ୱପ୍ନ ପୂରଣ ହେବା ତାଙ୍କ ପାଇଁ ଥିଲା ‘ଆକାଶ କଇଁଆ, ଚିଲିକା ମାଛ’ ସଦୃଶ୍ୟ।

ଦିନେ ସେ ଝିଅକୁ ଫ୍ରକ୍‌ ଖଣ୍ଡେ କିଣି ଦେବାକୁ ଏକ ଦୋକାନକୁ ନେଇକି ଯାଇଥିଲେ। ଦୋକାନୀ ତାଙ୍କୁ ଅପମାନିତ କରି ବାହାର କରିଦେଇଥିଲା। ସେଠାରେ ଝିଅର ଶୁଖିଲା ମୁହଁକୁ ସେ ଚାହିଁ ପରି ନ ଥିଲେ। ଝିଅ ବି ଫ୍ରକ୍‌ ନେବାକୁ ମନା କରିଦେଇଥିଲା। ହେଲେ ବାପାର ହୃଦୟ ଏପରି ସ୍ଥିତିକୁ ସହଜରେ ଗ୍ରହଣ କରିପାରି ନ ଥିଲା। ଝିଅ ପାଇଁ ଫ୍ରକ୍‌ ଆଣିବାକୁ ସେ ମନ ସ୍ଥିର କରିଥିଲେ। ଏଥିପାଇଁ ସେ ଅର୍ଥ ସଞ୍ଚୟ କରିବା ଆରମ୍ଭ କରିଥିଲେ।

କୌସରଙ୍କ ଏହି କାହାଣୀ ବତାଉଛି କେହି ବେକେ ସଉକରେ ଭିକ୍ଷାବୃତ୍ତିକୁ ଆପଣାଇ ନ ଥାନ୍ତି। ହଁ କିଛି କର୍ମକୋଢି ଅଛନ୍ତି ଯେଉଁମାନେ କାମ ଭୟରେ ଭିକ୍ଷାକୁ ବୃତ୍ତିରେ ପରିଣତ କରିଛନ୍ତି। ହେଲେ କୌସର ହୁସେନଙ୍କ ପରି ବି ଏ ଦୁନିଆରେ ଲୋକ ଅଛନ୍ତି ଯିଏ ପରିବାର ଭରଣପୋଷଣ କରିବାକୁ ଓ ଝିଅ ମୁହଁରେ ହସ ଟିକେ ଦେଖିବାକୁ ଭିକ୍ଷା ମାଗିବାକୁ ପଛାଇ ନ ଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos