ଚିକେନ୍, ମଟନ୍ ଓ ମସ୍‌ରୁମ୍‌ ଗୁପ୍‌ଚୁପ୍‌

ଭୁବନେଶ୍ୱର(ଲୋରିନା ଜେନା): ଗୁପ୍‌ଚୁପ୍‌ କଥା ମନେ ପଡ଼ିଲେ ପାଟିରେ ପାଣି ଆସିଯାଏ। ଗୁପ୍‌ଚୁପ୍‌ରେ ଦିଆଯାଉଥିବା ଆଳୁ ଚକଟା ଓ ଖଟା ପାଣି କାହାକୁ ଅବା ଭଲ ନ ଲାଗେ? ଖଟା ପାଣି ଓ ମିଠା ପାଣି ଗୁପ୍‌ଚୁପ୍‌ର ଟେଷ୍ଟ୍‌ ତ ସମସ୍ତେ ନେଇଥିବେ! କିନ୍ତୁ କ’ଣ କେବେ ଚିକେନ୍‌, ମଟନ୍ ଓ ମସ୍‌ରୁମ୍‌ ଗୁପ୍‌ଚୁପ୍‌ ଚାଖିଛନ୍ତି? ଯଦି ନୁହେଁ, ତେବେ ଆଜି ହିଁ ଆସନ୍ତୁ ଭୁବନେଶ୍ୱରର ‘ବିଗ୍‌ ବାଇଟ୍‌ସ’କୁ ଆଉ ମଜା ନିଅନ୍ତୁ ଏହି ତିନି ପ୍ରକାର […]

gup1

gup1

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 05:05 PM IST

Sports

Latest News

ଭୁବନେଶ୍ୱର(ଲୋରିନା ଜେନା): ଗୁପ୍‌ଚୁପ୍‌ କଥା ମନେ ପଡ଼ିଲେ ପାଟିରେ ପାଣି ଆସିଯାଏ। ଗୁପ୍‌ଚୁପ୍‌ରେ ଦିଆଯାଉଥିବା ଆଳୁ ଚକଟା ଓ ଖଟା ପାଣି କାହାକୁ ଅବା ଭଲ ନ ଲାଗେ? ଖଟା ପାଣି ଓ ମିଠା ପାଣି ଗୁପ୍‌ଚୁପ୍‌ର ଟେଷ୍ଟ୍‌ ତ ସମସ୍ତେ ନେଇଥିବେ! କିନ୍ତୁ କ’ଣ କେବେ ଚିକେନ୍‌, ମଟନ୍ ଓ ମସ୍‌ରୁମ୍‌ ଗୁପ୍‌ଚୁପ୍‌ ଚାଖିଛନ୍ତି? ଯଦି ନୁହେଁ, ତେବେ ଆଜି ହିଁ ଆସନ୍ତୁ ଭୁବନେଶ୍ୱରର ‘ବିଗ୍‌ ବାଇଟ୍‌ସ’କୁ ଆଉ ମଜା ନିଅନ୍ତୁ ଏହି ତିନି ପ୍ରକାର ନିଆରା ଗୁପ୍‌ଚୁପ୍‌ର।

gup1

‘ବିଗ୍‌ ବାଇଟ୍‌ସ’ର ମାଲିକ ହେଉଛନ୍ତି ନାରାୟଣ ସାହୁ। ଏମ୍‌ବିଏ ପରେ ଇଣ୍ଟେରିଅର ଡିଜାଇନ୍‌ କାମରେ ମନ ଲଗାଇଥିବା ନାରାୟଣ ଖାଦ୍ୟକୁ ନେଇ କିଛି ବ୍ୟବସାୟ କରିବାକୁ ଚିନ୍ତା କରିଥିଲେ। ମାର୍କେଟ୍‌ରେ ଫାଷ୍ଟଫୁଡ୍‌ର ଚାହିଦା ଅଧିକ। କିନ୍ତୁ ଭୁବନେଶ୍ୱର ମାର୍କେଟ୍‌ରେ ଫାଷ୍ଟଫୁଡ୍‌ ବ୍ୟବସାୟୀଙ୍କ ସଂଖ୍ୟା ବହୁତ। ତେଣୁ ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ଫାଷ୍ଟଫୁଡ୍‌କୁ ଭିନ୍ନ ସ୍ୱାଦରେ ଗ୍ରାହକଙ୍କୁ ପରଶିବାକୁ ପଡ଼ିବ ବୋଲି ଚିନ୍ତା କଲେ ନାରାୟଣ। କିଛି ନୂଆ କରିବାକୁ ଯାଇ ସେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲେ ଚିକେନ୍‌, ମଟନ୍ ଓ ମସରୁମ୍ ଗୁପ୍‌ଚୁପ୍‌ ବ୍ୟବସାୟ। ପ୍ରାରମ୍ଭରେ ୧୦ ରୁ ୧୫ ଦିନ ସେ ଲୋକଙ୍କୁ ଏହି ତିନି ପ୍ରକାର ଗୁପ୍‌ଚୁପ୍‌ ମାଗଣାରେ ଦେଇଥିଲେ।

ଲୋକଙ୍କୁ ଚିକେନ୍,ମଟନ୍ ଓ ମସ୍‌ରୁମ୍ ଗୁପ୍‌ଚୁପ୍‌ର ସ୍ୱାଦ ଭଲ ଲାଗିବାରୁ ଦୁଇ ଭାଇଙ୍କ ସହାୟତାରେ ୨୦୧୫ ମାର୍ଚ୍ଚ ୨୩ ତାରିଖରେ ଭୁବନେଶ୍ୱରର ସହିଦ ନଗରରେ ଆନୁଷ୍ଠାନିକ ଭାବେ ଏହାକୁ ବ୍ୟବସାୟର ରୂପ ଦେଇଥିଲେ। ସେଠାରେ ଏହି ବ୍ୟବସାୟ ଆରମ୍ଭ କରିବାର ବର୍ଷେ ପରେ କିଟ୍‌ ଛକରେ ସେ ‘ବିଗ୍‌ ବାଇଟ୍ସ’ର ଆଉ ଏକ ଆଉଟ୍‌ଲେଟ୍ ଖୋଲିଛନ୍ତି। ଦୁଇଟି ଯାକ ଦୋକାନରେ ମିଶି ଦିନକୁ ପ୍ରାୟ ୨୦୦ ପ୍ଲେଟ୍ ଚିକେନ୍, ମଟନ୍ ଓ ମସ୍‌ରୁମ୍‌ ଗୁପ୍‌ଚୁପ୍‌ ବିକ୍ରି ହେଉଛି। ସହିଦ ନଗର ସ୍ଥିତ ଦୋକାନରେ ୧୫୦ରୁ ଅଧିକ ପ୍ଲେଟ୍ ଗୁପ୍‌ଚୁପ୍ ବିକ୍ରି ହେଉଛି। କିଟ୍‌ ଛକ ଦୋକାନଟି ନୂଆ ଖୋଲା ଯାଇଥିବା ଯୋଗୁଁ ଏଠାରେ ଦିନକୁ ପ୍ରାୟ ୫୦ ପ୍ଲେଟ୍‌ ଗୁପ୍‌ଚୁପ୍ ବିକ୍ରି ହେଉଛି ବୋଲି ନାରାୟଣ କହିଛନ୍ତି।

gup2

ଚିକେନ୍‌ ଓ ମସରୁମ୍‌ ଗୁପ୍‌ଚୁପ୍‌ ପ୍ଲେଟ୍ ପିଛା ୩୦ଟଙ୍କା ଥିବା ବେଳେ ମଟନ୍‌ ଗୁପ୍‌ଚୁପ୍‌ ପ୍ଲେଟ୍‌ ମୂଲ୍ୟ ୫୦ ଟଙ୍କା ରହିଛି। ପ୍ରତି ପ୍ଲେଟ୍‌ରେ ୭ଟି ଗୁପ୍‌ଚୁପ୍‌ ରହେ। ଆଳୁ ଗୁପ୍‌ଚୁପ୍‌କୁ ଖଟା ପାଣି ସହ ଖିଆଯାଉଥିବା ବେଳେ ଏହି ଗୁପ୍‌ଚୁପ୍‌କୁ ଖାସ୍ ଅଦା, ରସୁଣ, ପୋଦିନା ଓ ବୁଟଡ଼ାଲିରେ ପ୍ରସ୍ତୁତ ଖଟା ଚଟଣୀରେ ଖିଆଯାଏ।

ବିଶେଷ କରି ଛୋଟପିଲା ଓ ଯୁବପିଢ଼ି ଏହି ଗୁପ୍‌ଚୁପ୍‌କୁ ପସନ୍ଦ କରୁଛନ୍ତି ବୋଲି ନାରାୟଣ କହିଛନ୍ତି।  ବାହାଘର ଓ ସବୁ ପ୍ରକାର ପାର୍ଟିରେ ମଧ୍ୟ ଏହି ଗୁପ୍‌ଚୁପ୍‌ର ଚାହିଦା ରହିଛି।

‘ବିଗ୍‌ ବାଇଟ୍ସ’ରେ ଏହି ତିନି ପ୍ରକାର ଗୁପ୍‌ଚୁପ୍‌ର ମଜା ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ଅପରାହ୍ନ ୩ଟାରୁ ରାତି ୧୦ଟା ମଧ୍ୟରେ ଆସିବାକୁ ହେବ।

ଏହି ବ୍ୟବସାୟରେ ଭଲ ରୋଜଗାର ହେଉଥିବାର କହିଛନ୍ତି ନାରାୟଣ। ‘ବିଗ୍‌ ବାଇଟ୍ସ’ କୁ ଆସିଲେ ଜଣେ ଯେ କେବଳ ଗୁପ୍‌ଚୁପ୍‌ ହିଁ ଖାଇବ ତାହା ନୁହେଁ, ଦର୍ଶକଙ୍କ ମନକୁ ଜାଣି ଏଠାରେ ବିଭିନ୍ନ ପ୍ରକାରର ଇଣ୍ଡିଆନ୍‌ ଓ ଚାଇନିଜ୍‌ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story