ସର୍ବ ସମ୍ମୁଖରେ ମହିଳାଙ୍କ ପାଦ ଛୁଇଁଲେ ସେନାମୁଖ୍ୟ

ଲକ୍ଷ୍ନୌ:ପ୍ରକୃତ ଦେଶ ଭକ୍ତ ଆଗରେ ଆପେ ଆପେ ମୁଣ୍ଡ ନଇଁଯାଏ । ସେ ଯେତେବଡ଼ ପଦବୀରେ ଥାନ୍ତୁନା କାହିଁକି ଦେଶ ଭକ୍ତି ଆଗରେ ସବୁ ତୁଚ୍ଛ ହୋଇଯାଏ। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେନାମୁଖ୍ୟ ବିପିନ ରାୱତ ଭାବ ବିହ୍ୱଳ ହୋଇ ଜଣେ ବିଧବା ମହିଳାଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିଥିଲେ । ଜାଣିଛନ୍ତି ସେ ମହିଳା ଜଣକ କିଏ ? ସେ ହେଉଛନ୍ତି ପରମବୀର ଚକ୍ରରେ ଭୂଷିତ ସହିଦ ବୀର […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 07:55 PM IST

Sports

Latest News

ଲକ୍ଷ୍ନୌ:ପ୍ରକୃତ ଦେଶ ଭକ୍ତ ଆଗରେ ଆପେ ଆପେ ମୁଣ୍ଡ ନଇଁଯାଏ । ସେ ଯେତେବଡ଼ ପଦବୀରେ ଥାନ୍ତୁନା କାହିଁକି ଦେଶ ଭକ୍ତି ଆଗରେ ସବୁ ତୁଚ୍ଛ ହୋଇଯାଏ। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେନାମୁଖ୍ୟ ବିପିନ ରାୱତ ଭାବ ବିହ୍ୱଳ ହୋଇ ଜଣେ ବିଧବା ମହିଳାଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିଥିଲେ । ଜାଣିଛନ୍ତି ସେ ମହିଳା ଜଣକ କିଏ ? ସେ ହେଉଛନ୍ତି ପରମବୀର ଚକ୍ରରେ ଭୂଷିତ ସହିଦ ବୀର ହମିଦଙ୍କ ୮୦ ବର୍ଷିୟା ପତ୍ନୀ ରସୁଲନ ବିବି ।

ନିକଟରେ ବିପିନ ରସୁଲନଙ୍କ ଅନୁରୋଧ କ୍ରମେ ବିପିନ ରାୱତ ପତ୍ନୀ ମଧୁଲିକାଙ୍କ ସହ ବୀର ଅବ୍‌ଦୁଲ ହମିଦଙ୍କ ୫୨ତମ ସହିଦ ସ୍ମୃତି ଦିବସରେ ଯୋଗ ଦେବା ପାଇଁ ତାଙ୍କ ଗାଁ ଧାମୁପୁର ପହଞ୍ଚିଥିଲେ । ସେଠାରେ ହମିଦଙ୍କ ପତ୍ନୀଙ୍କୁ ସ୍ମୃତି ଫଳକ ଉପହାର ଦେବା ସମୟରେ ଭାବ ବିହୋଳ ହୋଇପଡ଼ିଥିଲେ ବିପିନ । ସେ ସଭା ମଞ୍ଚରେ ସମସ୍ତଙ୍କ ସାମ୍ନାରେ ନିଇଁପଡ଼ି ରସୁଲନଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ସେନା ମୁଖ୍ୟଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ତଟସ୍ଥ ହୋଇଯାଇଥିଲେ । ଏବଂ ବାଃ ବାଃ ବି କରିଥିଲେ ।

ଏହାପରେ ସେ ଧାମୁପୁରର ସସସ୍ତ ଯୁବକଙ୍କୁ ସେନାରେ ଯୋଗ ଦେବା ପାଇଁ ଉତ୍ସାହ ଭାଷଣ ଦେଇଥିଲେ । ଏତେବଡ଼ ପଦବୀରେ ଥାଇ ମଧ୍ୟ ସେନାମୁଖ୍ୟଙ୍କର ସାଧାରଣ ସଂସ୍କାରୀ ଆଚରଣ ହମିଦଙ୍କ ପରିବାର ଲୋକଙ୍କ ସମେତ ଧାମୁପୁର ସମସ୍ତ ଜନତାଙ୍କୁ ଖୁବ ଭଲ ଲାଗିଥିଲା । ସେନାମୁଖ୍ୟ ବିପିନ ଏଭଳି କରି ପଦବୀର ମର୍ଯ୍ୟାଦା ହାନି କରି ନାହାଁନ୍ତି ବରଂ ଦେଶଭକ୍ତିର ସଠିକ ଉଦାହରଣ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos