/odisha-reporter/media/post_attachments/uploads/2018/11/jia.jpg)
jia
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆମେ ସ୍ୱାଧୀନ ଦେଶରେ ବଞ୍ଚୁଛେ। କିନ୍ତୁ ଏଇ ସ୍ୱାଧୀନତା ଟିକକ ପାଇଁ ଆମ ପୂର୍ବଜମାନେ ଯେ, କେତେ କଷ୍ଟ ସହିଥିଲେ ସେ କଥା ହୁଏତ ଆମେ ଭୁଲି ଭୁଲି ଯାଉଛେ। ଏପରି କିଛି ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି, ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। କିନ୍ତୁ ସେମାନଙ୍କ ବିଷୟରେ ବହୁତ୍ କମ୍ ଲୋକଙ୍କୁ ଜଣା। ସେହିପରି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି, ସାଗରମଲ୍ ଗୋପା। ଯାହାଙ୍କର ଆଜି ହେଉଛି ଜନ୍ମଦିନ।
୧୯୦୦ ମସିହାରେ ଠିକ୍ ଆଜି ଦିନରେ(ନଭେମ୍ୱର ୩) ଜନ୍ମଗ୍ରହଣ କରିଥିଲେ ସାବରମଲ। ରାଜସ୍ଥାନ ଜୈସଲେମର୍ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିତ ସାବରମଲଙ୍କ ପିଲାଦିନ ଖୁବ୍ ଭଲରେ କଟିଥିଲା।
କିନ୍ତୁ ସେ ସମୟରେ ଜୈସଲେମର୍ରେ ଶାସନ କରୁଥିବା ଶାସକଙ୍କ ଅତ୍ୟାଚାରକୁ ସେ ବିରୋଧ କରୁଥିଲେ। ଏଥିପାଇଁ ତାଙ୍କୁ ଜୈସ୍ଲେମର୍ ଓ ହାଇଦ୍ରାବାଦ୍ରୁ ନିର୍ବାସନ ଦଣ୍ଡ ମିଳିଥିଲା। ନିର୍ବାସନ ପରେ ମଧ୍ୟ ସେ ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ।
୧୯୨୧ ମସିହାରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ ସାବରମଲ। ବାପାଙ୍କ ମୃତ୍ୟୁ ପରେ ସେ ଜୈସ୍ଲେମର୍ ଫେରି ଆସିଥିଲେ। କିନ୍ତୁ ଏହାର ସୁଯୋଗ ନେଇ ୨୫ ମେ’ ୧୯୪୧ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା। ଚାରିବର୍ଷ ଧରି ଜେଲ୍ରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା। ଶେଷରେ ଏହି ଅତ୍ୟାଚାର ଚରମସୀମାରେ ପହଞ୍ଚିଥିଲା। ୧୯୪୬ ମସିହା ଏପ୍ରିଲ୍ ୪ ତାରିଖରେ ସେହି ଜେଲ୍ ହାଜତରେ ହିଁ ତାଙ୍କୁ ଜଳାଇ ହତ୍ୟା କରାଯାଇଥିଲା।
/odisha-reporter/media/post_attachments/wp-content/uploads/2018/11/6-1.jpg)
ଦେଶ ପାଇଁ ଜୀବନ ଦେଇଥିବା ଏହି ଅମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାରତ ସରକାର ୧୯୮୬ ମସିହାରେ ଏକ ଡାକ ଟିକଟ ପ୍ରଚଳନ କରିଥିଲେ। ଇନ୍ଦିରା ଗାନ୍ଧୀ କେନାଲ୍ର ଏକ ଶାଖାକୁ ମଧ୍ୟ ସାଗରମଲ୍ଙ୍କ ନାମରେ ନାମକରଣ କରାଯାଇଛି। କେବଳ ଏତିକି ନୁହେଁ ସ୍ୱାଧୀନତା ସଂଗ୍ରାମ ସମୟରେ ସାଗରମଲ୍ ୩ଟି ବହି ମଧ୍ୟ ଲେଖିଥିଲେ। ସେହି ଦୁଇଟି ହେଉଛି,’ଜୈସଲେମର୍ କା ଗୁଣ୍ଡାରାଜ୍’, ‘ଆଜାଦି କେ ଦିୱାନେ’ ଏବଂ ‘ରଘୁନାଥ ସିଂହ କା ମୁକଦ୍ଦମା’। ଯାହା ଆଜି ବି ସ୍ୱାଧୀନଚେତା ମଣିଷକୁ ରୋମାଞ୍ଚିତ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
