ମଲ୍ଲିକାଶପୁରର ‘ବ୍ରଜ ମୋହନ’ ଏମିତି ହେଲେ ‘ବ୍ୟାସକବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ମଲ୍ଲିକାଶପୁର। ଛୋଟିଆ ଗାଁଟିଏ। ତତ୍କାଳୀନ ଓଡ଼ିଶାର ଏହି ଅଖ୍ୟାତ ପଲ୍ଲୀ ଦିନେ ଓଡ଼ିଆ ସାହିତ୍ୟ ପାଇଁ ଏକ ଆଲୋକ ବର୍ତ୍ତିକା ହେବ, ହୁଏତ ଏ କଥା ସେତେବେଳେ କେହି ଜାଣି ନ ଥିଲେ। ୧୩ ଜାନୁଆରୀ ୧୮୪୩ ମସିହା। ପବିତ୍ର ମକର ସଂକ୍ରାନ୍ତି। ଏହି ପବିତ୍ର ତିଥିରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ କଥା ସାହିତ୍ୟର ସେନାପତି ଫକୀର ମୋହନ। ବ୍ୟାସକବି ଫକୀର ମୋହନ ସେନାପତି। ଆଜି ହେଉଛି ସେହି ମହାନ୍‌ ଯୋଗଜନ୍ମା ଓଡ଼ିଆ […]

fa

fa

Puspanjali Panda
  • Published: Monday, 14 January 2019
  • Updated: 14 January 2019, 01:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ମଲ୍ଲିକାଶପୁର। ଛୋଟିଆ ଗାଁଟିଏ। ତତ୍କାଳୀନ ଓଡ଼ିଶାର ଏହି ଅଖ୍ୟାତ ପଲ୍ଲୀ ଦିନେ ଓଡ଼ିଆ ସାହିତ୍ୟ ପାଇଁ ଏକ ଆଲୋକ ବର୍ତ୍ତିକା ହେବ, ହୁଏତ ଏ କଥା ସେତେବେଳେ କେହି ଜାଣି ନ ଥିଲେ। ୧୩ ଜାନୁଆରୀ ୧୮୪୩ ମସିହା। ପବିତ୍ର ମକର ସଂକ୍ରାନ୍ତି। ଏହି ପବିତ୍ର ତିଥିରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ କଥା ସାହିତ୍ୟର ସେନାପତି ଫକୀର ମୋହନ। ବ୍ୟାସକବି ଫକୀର ମୋହନ ସେନାପତି। ଆଜି ହେଉଛି ସେହି ମହାନ୍‌ ଯୋଗଜନ୍ମା ଓଡ଼ିଆ ପୁଅର ୧୭୬ ତମ ଜନ୍ମବାର୍ଷିକୀ। ଆସନ୍ତୁ ଜାଣିବା ଏହି ମହାନ୍‌ ବ୍ୟକ୍ତିଙ୍କ ସମ୍ପର୍କରେ କିଛି।

ନିଜ ଗାଁରୁ ଆରମ୍ଭ ହୋଇଥିଲା ତାଙ୍କ ଶିକ୍ଷାଗତ ଜୀବନ। ଉଚ୍ଚ ଶିକ୍ଷା ହାସଲ କରିବା ପରେ ସେ ପହଞ୍ଚିଥିଲେ ସଂସ୍କୃତିର ସହର କଟକରେ। ଛୋଟ ବେଳୁ ତାଙ୍କର ଓଡ଼ିଆ ଭାଷା ପ୍ରତି ଥିଲା ଅହେତୁକ ପ୍ରେମ। ଇଂରାଜୀ, ବଙ୍ଗଳା, ସଂସ୍କୃତ ଭାଷା ଶିକ୍ଷା ଲାଭ ପରେ ମଧ୍ୟ ଓଡ଼ିଆ ଭାଷାକୁ ଏକ ନୂଆ ଦିଗ ଦେବା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ।

ନିଜ ଭିତରେ ଥିବା ଓଡ଼ିଆ ଅସ୍ମିତାକୁ ସେ କେବେ ହେଲେ ମରିବାକୁ ଦେଇ ନ ଥିଲେ। ବାଲେଶ୍ୱରରେ ଅତ୍ୟଧିକ ମାତ୍ରାରେ ବଙ୍ଗଳା ଭାଷାର ପ୍ରଭାବ ରହିଥିଲେ ମଧ୍ୟ ସେ କେବେହେଲେ ବଙ୍ଗଳା ଭାଷାର ପ୍ରଭାବରେ ନିଜକୁ ନିଷ୍ପ୍ରଭ ହେବାକୁ ଦେଇ ନ ଥିଲେ। ନିଜକୁ ଜଣେ ଓଡ଼ିଆ ବୋଲି କହି ସବୁବେଳେ ସେ ଗର୍ବ ଅନୁଭବ କରୁଥିଲେ।

କଟକରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତାଙ୍କ ଶିକ୍ଷକତା ଜୀବନ। ଏହି ଅବସରରେ ସେ ଅନେକ ଲୋକଙ୍କ ସହିତ ମିଶିଥିଲେ। କିନ୍ତୁ ଗୋଟିଏ ଜିନିଷ ତାଙ୍କ ମନକୁ କଷ୍ଟ ଦେଇଥିଲା। ସବୁ ସ୍ଥାନରେ ସେ ଓଡ଼ିଆ ଭାଷା ବଦଳରେ ବଙ୍ଗଳା ଭାଷାର ଛାପା ବହି ଦେଖିବାକୁ ପାଇଥିଲେ। ସତେ ଯେମିତି ମୁଣ୍ଡ ନଇଁଗଲା ଭଳି ଲାଗୁଥିଲା ତାଙ୍କୁ। ଓଡ଼ିଶାରେ ରହି ମଧ୍ୟ ଓଡ଼ିଆମାନେ ବଙ୍ଗଳା ଭାଷାରେ ପାଠ ପଢ଼ିବା ତାଙ୍କ ମନକୁ ଗଭୀର ଆଘାତ ଦେଇଥିଲା।

ସେହିଠାରୁ ସେ ନିଷ୍ପତ୍ତି ନେଲେ, ଲୁକ୍କାୟିତ ହୋଇ ରହିଥିବା ଓଡ଼ିଆ ଭାଷାକୁ ଏକ ନୂଆ ଦିଗ ଦେଇ ଏହାକୁ ଉତ୍କଳର ଭାଷା ରୂପେ ପରିଚିତ କରାଇବେ। ନିଜସ୍ୱ ଚେଷ୍ଟାରେ ସେ ଅନେକ ଓଡ଼ିଆ ଭାଷାରେ ପୁସ୍ତକ, ଗଳ୍ପ ଓ କବିତା ରଚନା ଆରମ୍ଭ କରିଥିଲେ। ବଙ୍ଗଳାରେ ଲିଖିତ ପାଠ୍ୟପୁସ୍ତକ ସବୁକୁ ସେ ଓଡ଼ିଆରେ ଅନୁବାଦ କରି ଓଡ଼ିଶା ଏବଂ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରକୁ ବ୍ୟାପକ କରିଥିଲେ।

ବ୍ୟାସକବିଙ୍କ ବାଲ୍ୟଜୀବନ

ଫକୀର ମୋହନଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ହୋଇଥିବା ବେଳେ ବାପା ଲକ୍ଷ୍ମଣ ଚରଣ ସେନାପତିଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ୧୪ ମାସ ପରେ ତାଙ୍କ ମା ତୁଳସୀ ଦେବୀ ସେନାପତି ଈହଧାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ପଡ଼ିଥିଲା ଜେଜେମା’ଙ୍କ କାନ୍ଧରେ।

ଫକୀର ମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜ ମୋହନ ସେନାପତି । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେମା’ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ। ଓଡିଆ ଘରର ପରମ୍ପରା ମୁତାବକ ତାଙ୍କୁ ସେହି ଫକୀରମାନଙ୍କୁ ବିକ୍ରି କରିଦିଆ ଯାଇଥିଲା। ଫଳରେ ପ୍ରକାରାନ୍ତରେ ତାଙ୍କ ନାଁ ହୋଇ ଯାଇଥିଲା ଫକୀର ମୋହନ ।

ବାପା ଓ ମା'ଙ୍କ ମୃତ୍ୟୁ ଯୋଗୁ ଫକୀର ମୋହନଙ୍କୁ ବାଲ୍ୟଜୀବନ ଦୁଃଖକଷ୍ଟ ମଧ୍ୟରେ କଟିଥିଲା। ଏହା ସହ ଅସୁସ୍ଥତା କାରଣରୁ ସେ ବିଳମ୍ବରେ ପାଠ ପଢା ଆରମ୍ଭ କରିଥିଲେ। ୯ବର୍ଷ ବୟସରେ ସେ ଫଳା ଶିଖିବା ଆରମ୍ଭ କରିଥିଲେ । ଆର୍ଥିକ ଅନଟନ ଯୋଗୁ ପାଠ ପଢ଼ିବା ପାଇଁ ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ ।

ତେବେ ପଢ଼ିବାର ଆଗ୍ରହ ଯୋଗୁ ପିଲାଦିନେ ସେ ଶ୍ରମିକ ଭାବେ ବାଲେଶ୍ୱରରେ ଥିବା ବନ୍ଦରରେ କାର୍ଯ୍ୟ କରୁଥିବାବେଳେ ସେଠାରେ ବଙ୍ଗାଳୀ ଓ ସଂସ୍କୃତ ଭାଷା ଶିକ୍ଷା କରିଥିଲେ। ପରେ ପ୍ୟାରିସ୍‌ ଭାଷା ମଧ୍ୟ ଶିଖିଥିଲେ। ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ କିରାଣି ଚାକିରି କରିବା ପରେ ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ମସିହା ଯାଏ ଶିକ୍ଷକତା କଲେ।

୨୩ ବର୍ଷ ବୟସରେ ସେ ଇଂରାଜୀ ଭାଷା ଶିଖି ବ୍ରିଟିଶ୍‌ମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଓଡ଼ିଆ ଭାଷା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଯୋଗୁ ସେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଭବ ସହ  ଅନୁବାଦ ସାହିତ୍ୟ (ସଂସ୍କୃତରୁ)ରେ ବହୁ ସୃଜନାତ୍ମକ କାର୍ଯ୍ୟ କରିଛନ୍ତି।

ଫକୀର ମୋହନଙ୍କୁ ଓଡ଼ିଆ ଗଦ୍ୟ ବା କଥା ସାହିତ୍ୟର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - 'ଛ’ ମାଣ ଆଠ ଗୁଣ୍ଠ’, 'ମାମୁଁ’, 'ପ୍ରାୟଶ୍ଚିତ’ ଓ 'ଲଛମା’ ତତ୍କାଳୀନ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ।

ଫକୀର ମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। କେବଳ ଗଳ୍ପ ଓ ଉପନ୍ୟାସ ନୁହେଁ, ସେ ଅନେକ କବିତା ମଧ୍ୟ ଲେଖିଛନ୍ତି।

ଫକୀର ମୋହନଙ୍କ ପ୍ରଥମ କବିତା ସଙ୍କଳନ 'ଉତ୍କଳ ଭ୍ରମଣ' ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ 'ପୁଷ୍ପମାଳା’, 'ଉପହାର’, 'ପୂଜା ଫୁଲ’, 'ପ୍ରାର୍ଥନା’ ଓ 'ଧୂଳି’ ହେଉଛି ପ୍ରମୁଖ।  ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ। ଏ ଦୁଇଟି ଗ୍ରନ୍ଥକୁ ଆକ୍ଷରିକ ନୁହେଁ ବରଂ ସେ ଭାବାନୁବାଦ କରିଥିଲେ।

ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ଏହି ମହତ୍‌ ପ୍ରଚେଷ୍ଟା ଲାଗି ତାଙ୍କୁ 'ବ୍ୟାସକବି'ର ଆଖ୍ୟା ଦିଆଯାଇଥିଲା। ତତ୍କାଳୀନ ବାମରା ରାଜାଙ୍କଦ୍ୱାରା ସେ "ସରସ୍ୱତୀ" ଉପାଧିରେ ମଧ୍ୟ ଭୂଷିତ ହୋ‍ଇଥିଲେ।

୧୮୬୮ରେ ନିଜସ୍ୱ ପ୍ରଚେଷ୍ଟାରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ୍‌’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା। ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କରୁଥିଲେ। ଏଥିମଧ୍ୟରୁ "ବୋଧଦାୟିନୀ", "ନବସମ୍ବାଦ" ଓ "ସମ୍ବାଦ ବାହିକା" ଆଦି ପ୍ରମୁଖ। ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଏବଂ ମାଲିକ ଥିଲେ। ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ 'ବୋଧଦାୟିନୀ' ପାଇଁ ଗଳ୍ପ ମଧ୍ୟ ଲେଖୁଥିଲେ।

ବିବାହ ଓ ପରିବାର

କୀର ମୋହନ ୧୮୫୬ରେ ବିବାହ କରିଥିଲେ। ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ। ତାଙ୍କର ପ୍ରଥମ ପୁତ୍ର ୧୮୭୭ରେ ମାତ୍ର ୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଏହାପରେ ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା। ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କର ମଧ୍ୟ ୧୮୯୪ରେ ହଇଜାରେ ମୃତ୍ୟୁ ଘଟିଥିଲେ। ଧୀରେ ଧୀରେ ତାଙ୍କ ପାରିବାରିକ ଜୀବନ ସମସ୍ୟାବହୁଳ ହୋଇପଡିଲା। 

୧୮୯୬ରୁ ୧୯୦୫ ଯାଏ ସେ କଟକରେ ରହିଥିଲେ ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ସକ୍ରିୟ ଥିଲେ। ଏହା ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ। ୧୪ ଜୁନ୍, ୧୯୧୮ ମସିହାରେ ୭୫ ବର୍ଷ ବୟସରେ ଫକୀର ମୋହନ ଇହଲୀଳା ସମ୍ୱରଣ କରିଥିଲେ। ଉତ୍କଳର ଏହି ବରପୁତ୍ରଙ୍କୁ ଆଜି ବି ଓଡ଼ିଆ ଜାତି ଓ ଭାଷା ସାହିତ୍ୟ ସଶ୍ରଦ୍ଧ ସ୍ମରଣ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story