ରେସ୍ତୋରାଁରେ ୱେଟର ବଦଳରେ ଯଦି ଖାଦ୍ୟ ପରସିବ ଭୂତ, ଆପଣ ଯିବେ ତ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସାଧାରଣତଃ ବ୍ୟସ୍ତବହୁଳ ଜୀବନରୁ ଫୁରସତ ପାଇଲେ  ଆମେ ବାହାରେ ବୁଲିବା ସହ ରେସ୍ତୋରାଁରେ ଖାଇବାକୁ ପସନ୍ଦ କରିଥାଉ। ସେଠାରେ ୱେଟରମାନେ ଉତ୍ତମ ବ୍ୟବହାର ସହ ଗ୍ରାହକଙ୍କୁ ଅଭ୍ୟର୍ଥନା ଜଣାଇ ମନ ପସନ୍ଦ ଅନୁଯାୟୀ ଖାଦ୍ୟ ପରସିଥାନ୍ତି। ହେଲେ ଯଦି ରେସ୍ତୋରାଁରେ ୱେଟର ବଦଳରେ ଆପଣଙ୍କୁ ଖାଦ୍ୟ ପରସିବ ଭୂତ, ତେବେ ଆପଣ ସେଠାକୁ ଯିବେ ତ। ପାଶ୍ଚାତ ଦେଶରେ ଏପରି ଏକ  ରେସ୍ତୋରାଁ ଅଛି, ଯେଉଁଠି ଭୟାନକ ପରିବେଶରେ ଖାଦ୍ୟ ପରସା ଯାଏ।  […]

bhuta-2..

bhuta-2..

Niharika Rout
  • Published: Tuesday, 23 April 2019
  • Updated: 23 April 2019, 11:34 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସାଧାରଣତଃ ବ୍ୟସ୍ତବହୁଳ ଜୀବନରୁ ଫୁରସତ ପାଇଲେ  ଆମେ ବାହାରେ ବୁଲିବା ସହ ରେସ୍ତୋରାଁରେ ଖାଇବାକୁ ପସନ୍ଦ କରିଥାଉ। ସେଠାରେ ୱେଟରମାନେ ଉତ୍ତମ ବ୍ୟବହାର ସହ ଗ୍ରାହକଙ୍କୁ ଅଭ୍ୟର୍ଥନା ଜଣାଇ ମନ ପସନ୍ଦ ଅନୁଯାୟୀ ଖାଦ୍ୟ ପରସିଥାନ୍ତି। ହେଲେ ଯଦି ରେସ୍ତୋରାଁରେ ୱେଟର ବଦଳରେ ଆପଣଙ୍କୁ ଖାଦ୍ୟ ପରସିବ ଭୂତ, ତେବେ ଆପଣ ସେଠାକୁ ଯିବେ ତ।

ପାଶ୍ଚାତ ଦେଶରେ ଏପରି ଏକ  ରେସ୍ତୋରାଁ ଅଛି, ଯେଉଁଠି ଭୟାନକ ପରିବେଶରେ ଖାଦ୍ୟ ପରସା ଯାଏ।  ୬୦ ସିଟ୍‌ ବିଶିଷ୍ଟ ଏହି ରେସ୍ତୋରାଁ ସବୁବେଳେ ଖୋଲା ରୁହେ ନାହିଁ। ଦିନ ସାରା ନିର୍ଦ୍ଧାରିତ ୩ ଘଣ୍ଟା ଲାଗି ଏହା ଖୋଲା ଥାଏ।  ଏଥିଲାଗି ଆପଣଙ୍କୁ ଅଗ୍ରୀମ ବୁକିଂ କରିବାକୁ ପଡ଼ିଥାଏ।  ପ୍ରକୃତରେ ଏଠାରେ କୌଣସି ଭୂତପ୍ରେତ ନାହାନ୍ତି। ରେସ୍ତୋରାଁର କର୍ମଚାରୀ ହିଁ ଏପରି କରିଥାନ୍ତି। ଗ୍ରାହକ ପହଞ୍ଚିବା ପରେ ରକ୍ତ ଭିଜା ଛୁରି, ଖଣ୍ଡା, ତଲୱାରରେ  ସେମାନଙ୍କ ସ୍ୱାଗତ କରାଯାଇଥାଏ ।

କିଛି ଆଗକୁ ଯିବା ପରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳେ। ଯାହା ନକଲି ହେଲେ ମଧ୍ୟ ଅସଲି ପରି ଦେଖାଯାଏ। ଭୋଜନ ଖାଉଥିବା ଅବସରରେ ଏପରି ଏକ ଶୋ ସଞ୍ଚାଳନ କରାଯାଏ, ଯାହା ଦେଖିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। ଏହି ଶୋରେ ଭୂତପ୍ରେତ ବେଶରେ ଲୋକେ ଭୟାନକ  ଆକ୍ଟିଂ କରୁଥିବା ବେଳେ ଆପଣଙ୍କୁ ଡରାଇବାକୁ ମଧ୍ୟ ଚେଷ୍ଟା କରିବେ।

ଏଠାକୁ ଆସୁଥିବା ଗ୍ରାହକ ଏସବୁ ଦେଖି ମୁକସାକ୍ଷୀ ହୋଇ ବସି ପାରିବେନି। ପରିସ୍ଥିତି ଏପରି ହେବ ଯେ, ସେମାନେ ମଧ୍ୟ ଏହାର ଅଂଶବିଶେଷ ପାଲଟିଯିବେ। ଏଠାରେ ଆପଣ ଯାଦୁଗରର ଯାଦୁ ମଧ୍ୟ ଦେଖିପାରିବେ।

ଏଠାରେ ଲୋକଙ୍କୁ ଡରାଇବାକୁ ଭରପୁର ପ୍ରୟାସ କରାଯାଇଥାଏ। ଏଠାକୁ ଆସ୍ଥମା ଓ ହାର୍ଟ ସମ୍ବନ୍ଧିତ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଆସିବାକୁ ବାରଣ କରାଯାଏ। ଏହାବ୍ୟତୀତ ଗର୍ଭବତୀ ଓ ଭିନ୍ନକ୍ଷମ ଓ ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମଧ୍ୟ ଏଠାରେ ପ୍ରବେଶ ଅନୁମତି ମିଳି ନ ଥାଏ।  ରେସ୍ତୋରାଁର ଚେୟାର, ଟେବୁଲ ଓ ଚତୁଃପାର୍ଶ୍ୱକୁ ଏପରି ସାଜସଜ୍ଜା କରାଯାଏ ଯେପରି ଏହା ଭୂତଙ୍କ ଆଡ୍ଡା ପରି ମନେ ହେବ।

ଏହା ଭିତରକୁ କ୍ୟାମେରା, ମୋବାଇଲ, ଭିଡ଼ିଓ କ୍ୟାମେରା ଆଦି ନେଇ ଯିବା ମନା। କାରଣ ଏହାଦ୍ୱାରା ଶୋ ଉପରେ ପ୍ରଭାବ ପଡ଼ିଥାଏ।  ତେଣୁ ଆପଣଙ୍କ ଭିତରେ ସାହସ ଥିଲେ ଥରେ ଏହି ରେସ୍ତୋରାଁକୁ ଖାଇବାକୁ ଆସିବେ ନିହାତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos