ବରାପିଆଜି ବିକୁଛନ୍ତି ସ୍ୱର୍ଣ୍ଣ ବିଜେତା ବଡି ବିଲ୍ଡର ରଶ୍ମୀ

ଭୁବନେଶ୍ୱର: ସଫଳ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଜାତୀୟ ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରଶ୍ମୀ ରଞ୍ଜନ ସାହୁ ରାଜଧାନୀ ରାଜରାସ୍ତା କଡ଼ରେ ଏବେ ବରା ଘୁଘୁନି ବିକୁଥିବା ଦେଖିବାକୁ ମିଳିଛି। ରଶ୍ମୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ସେ ଜଣେ ଅନ୍ତର୍ଜାତୀୟ ସ୍ତରର ବଡି ବିଲ୍ଡର ହୋଇଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଏବେ ରାସ୍ତାକଡରେ ବରା, ପିଆଜି […]

rashmee

rashmee

Rakesh Mallick
  • Published: Monday, 06 June 2016
  • Updated: 17 June 2016, 02:36 PM IST

Sports

Latest News

rashmee1ଭୁବନେଶ୍ୱର: ସଫଳ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଜାତୀୟ ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରଶ୍ମୀ ରଞ୍ଜନ ସାହୁ ରାଜଧାନୀ ରାଜରାସ୍ତା କଡ଼ରେ ଏବେ ବରା ଘୁଘୁନି ବିକୁଥିବା ଦେଖିବାକୁ ମିଳିଛି। ରଶ୍ମୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ସେ ଜଣେ ଅନ୍ତର୍ଜାତୀୟ ସ୍ତରର ବଡି ବିଲ୍ଡର ହୋଇଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଏବେ ରାସ୍ତାକଡରେ ବରା, ପିଆଜି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ରଶ୍ମୀ ନ୍ୟାସ୍‌ନାଲ ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ର ୮୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ପ୍ରତି କ୍ରୀଡ଼ା ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ବିଶ୍ୱବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ ଏବଂ ଏସିଆନ୍‌ ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ ପାଇଁ ରଶ୍ମୀଙ୍କୁ ଭାରତୀୟ କ୍ୟାମ୍ପରୁ ଡାକରା ଆସିଛି। ହେଲେ ଏଥିରେ ଅର୍ଥ ବାଧକ ସାଜିଛି। ରାସ୍ତାକଡ ଠେଲାରେ ବରା ପିଆଜି ବିକି ପେଟ ପୋଷୁଥିବା ରଶ୍ମୀ ଅର୍ଥ ଅଭାବରୁ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଭାଗ ନେବାରଥି ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ସେ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି।

ରଶ୍ମୀ କହିଛନ୍ତି,“ରାସ୍ତାକଡ ଠେଲାରେ ବରା, ପିଆଜି ବିକ୍ରି କରି କ’ଣ ମୁଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିପାରିବି ? ମତେ କିଛି ସ୍ପନ୍‌ସରସିପ୍‌ ମିଳିଲେ ତ ମୁଁ ରାଜ୍ୟର ନାଁ ବିଶ୍ୱରେ ପହଞ୍ଚାଇ ପାରିବି। ମୋ ପାଖରେ ଚାକିରି ନାହିଁ। ପରିବାର ପ୍ରତିପୋଷଣ ପାଇଁ ଠେଲାରେ ବରା ଓ ପିଆଜି ବିକ୍ରି କରିବା ମୋ ପାଇଁ ଏବେ ଏକ ମାତ୍ର ପନ୍ଥା। ସରକାର ମୋ ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି। ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଜିତି ଥିଲେ ମଧ୍ୟ ସରକାର ମୋ ପ୍ରତି ବୈମାତୃକ ଭାବ ଦେଖାଉଛନ୍ତି। ଚାକିରିଟିଏ ପାଇଲେ କି ସରକାର ମୋ ପାଇଁ କିଛି ବ୍ୟବସ୍ଥା କଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ କିଛି କରି ଦେଖାଇ ପାରନ୍ତି।”

ରଶ୍ମୀଙ୍କ କୋଚ୍‌ ଜିତୁ ଜେନା କହିଛନ୍ତି,“ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ପ୍ରତିନିଧିତ୍ୱ କରିବା ପାଇଁ ରଶ୍ମୀ ଅସମର୍ଥ। ମୁଁ ଯଥା ସମ୍ଭବ ତାଙ୍କୁ ସହଯୋଗ କରିଛି। ମୋ ନିକଟରେ ଆଉ ସମ୍ବଳ ନାହିଁ ଯେ ମୁଁ ତାଙ୍କୁ ସାହାଯ୍ୟ କରିପାରିବି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହଯୋଗ ମିଳନ୍ତା ତେବେ ରଶ୍ମୀ ଉପକୃତ ହୁଅନ୍ତେ।”

ରାଜ୍ୟସରକାରଙ୍କ ବିଡି ବିଲ୍ଡିଂ କୋଚ୍‌ ବାବୁଲି ସ୍ୱାଇଁ କହିଛନ୍ତି,“ରଶ୍ମୀ ଜଣେ ସମର୍ପିତ ବଡିବିଲ୍ଡର। ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ। ସେ ଏସିଆନ୍‌ ଓ ବିଶ୍ୱ ଚାମ୍ପିଅନ୍‌ସିପ୍‌ ପାଇଁ ଏବେ ପ୍ରସ୍ତୁତ ଚଳାଇଛି। ମୋର ଆଶା ଅଛି ସେ ଓଡ଼ିଶା ପାଇଁ ଗୌରବ ଆଣିବ।”

ଏନେଇ ଅଲ୍‌ଇଣ୍ଡିଆ ବଡି ବିଲ୍ଡିଂ ଆସୋସିଏସନ୍‌ ସଦସ୍ୟ ସୁମିତ୍ରା ତ୍ରିପାଠୀ କହିଛନ୍ତି,“ରଶ୍ମୀଙ୍କ ପାଇଁ ସହଯୋଗ ଲୋଡା। ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଓ ସହଯୋଗ ମିଳିଲେ ସେ ରାଜ୍ୟ ପାଇଁ ଗୌରବ ଆଣିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story