ବୌଦ୍ଧ: ସଙ୍କଟରେ ଗୁଡ଼ଭେଲିପଦର ଗାଁର ତମ୍ବା ନାଗମୂର୍ତ୍ତି କାରିଗର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୁଡ଼ଭେଲିପଦର ଗାଁ। ତମ୍ବା ଧାତୁରେ ନାଗମୂର୍ତ୍ତି ନିର୍ମାଣ ପାଇଁ ଏହି ଗାଁ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କାହିଁ କେଉଁ କାଳରୁ ଗ୍ରାମବାସୀ ଏହାକୁ ନିଜର କୌଳିକ ବୃତ୍ତି ଭାବେ କରି ଆସିଛନ୍ତି। ହେଲେ ପ୍ରୋତ୍ସାହନ ଓ ବଜାର ସୁବିଧାର ଅଭାବରୁ ଏବେ ସଙ୍କଟ ମଧ୍ୟରେ ଗତି କରୁଛନ୍ତି ଏହାକୁ ଜୀବନ ଜୀବିକା କରିଥିବା ଗ୍ରାମବାସୀ। ରାଜ୍ୟ ବାହାରୁ ତମ୍ବା ଆଣି ମୂର୍ତ୍ତି ତିଆରି କରିବା ପରେ ବିକ୍ରି ବେଳକୁ […]

boudha2

boudha2

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 10:27 AM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୁଡ଼ଭେଲିପଦର ଗାଁ। ତମ୍ବା ଧାତୁରେ ନାଗମୂର୍ତ୍ତି ନିର୍ମାଣ ପାଇଁ ଏହି ଗାଁ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କାହିଁ କେଉଁ କାଳରୁ ଗ୍ରାମବାସୀ ଏହାକୁ ନିଜର କୌଳିକ ବୃତ୍ତି ଭାବେ କରି ଆସିଛନ୍ତି। ହେଲେ ପ୍ରୋତ୍ସାହନ ଓ ବଜାର ସୁବିଧାର ଅଭାବରୁ ଏବେ ସଙ୍କଟ ମଧ୍ୟରେ ଗତି କରୁଛନ୍ତି ଏହାକୁ ଜୀବନ ଜୀବିକା କରିଥିବା ଗ୍ରାମବାସୀ। ରାଜ୍ୟ ବାହାରୁ ତମ୍ବା ଆଣି ମୂର୍ତ୍ତି ତିଆରି କରିବା ପରେ ବିକ୍ରି ବେଳକୁ ଏମାନଙ୍କୁ ମିଳୁନାହିଁ ଉଚିତ ପ୍ରାପ୍ୟ। ପରିବାରର ଆର୍ଥିକ ସ୍ଥିତିକୁ ଦେଖି ଗ୍ରାମର ବହୁ ଯୁବକ ନିଜକୁ ବାପଅଜା ଅମଳରୁ ଚାଲି ଆସିଥିବା ଏହି କାରୀଗରି କାମଠାରୁ ଦୂରେଇ ରଖୁଛନ୍ତି।boudha2

ରାତି ପାହିଲେ ଗାଁରେ ପ୍ରାୟ ସମସ୍ତଙ୍କ ଘରୁ ଶୁଣିବାକୁ ମିଳିଥାଏ ଠକ୍‌ ଠକ୍‌ ଶବ୍ଦ। ଦୈନନ୍ଦିନ କାମ ସାରି ଗାଁର ପ୍ରାୟ ୬୦ ପରିବାରର ଲୋକେ ଲାଗି ପଡିଥାନ୍ତି ନାଗମୂର୍ତ୍ତି ନିର୍ମାଣରେ। ତମ୍ବା ପାତିଆକୁ ନିଆଁରେ ତରଳାଇ ପ୍ରସ୍ତୁତ କରିଥାନ୍ତି ନାଗମୂର୍ତ୍ତି। ୬ ଇଞ୍ଚଠାରୁ ଆରମ୍ଭ କରି ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚର ନାଗମୂର୍ତ୍ତି ନିର୍ମାଣ କରିଥାନ୍ତି ଏମାନେ। ଏହାସହ ବରାଦିଆ ମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ କାରିଗରମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ।

ନାଗମୂର୍ତ୍ତି କାରିଗର ପ୍ରଫୁଲ୍ଲ ମେହେର କହିଛନ୍ତି, “ପ୍ରାୟ ୨୫ ବର୍ଷ ହେଲା ଏହି କାମ କରି ଆସୁଛି। ପରିବାରର ସବୁ ଲୋକ ମୂର୍ତ୍ତି ନିର୍ମାଣ କରିଥାନ୍ତି। କଲିକତାରୁ ରେଙ୍ଗାଲି ଦେଇ କଞ୍ଚାମାଲ ଆଣିବାକୁ ପଡୁଛି। ବଜାର ସୁବିଧା ନ ଥିବାରୁ ବାହାରେ ବୁଲି ବିକ୍ରି କରିବାକୁ ପଡୁଛି। ଯେତେ ପରିଶ୍ରମ ହେଉଛି, ସେହି ଅନୁସାରେ ପ୍ରାପ୍ୟ ମିଳୁନାହିଁ।”boudha1

ଆବହମାନ କାଳରୁ ହସ୍ତକଳାର ଆଦର ରହିଛି। ଆଧୁନିକ ଯୁଗରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢିଛି। ହେଲେ ଗୁଡ଼ଭେଲିପଦର ପରି ଗାଁରେ ପ୍ରସ୍ତୁତ ସାମଗ୍ରୀର ଚାହିଦା ଆଜି ବି ରହିଛି। କିନ୍ତୁ ପ୍ରଶାସନର ଅବହେଳାରୁ ଏହାର ପ୍ରସାର ପ୍ରଚାର ହୋଇପାରୁନାହିଁ।

ପ୍ରଦୀପ କୁମାର ସାହୁ (କାରିଗର) କହିଛନ୍ତି, “କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ସମ୍ବଲପୁର, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଆମେ ମୂର୍ତ୍ତି ବିକ୍ରି କରୁଛୁ। ହେଲେ ମୂର୍ତ୍ତି ସେଠାକୁ ନେଇ ବେପାରୀମାନଙ୍କୁ ଦେବାକୁ ପଡୁଛି। ବଜାର ସୁବିଧା ନ ଥିବାରୁ ହଇରାଣ ହେଉଛୁ।”boudha

ପ୍ରଶାସନ ପକ୍ଷରୁ ଟେରାକୋଟା ତାଲିମ ଦିଆଯିବା ଭଳି ତମ୍ବା ନାଗମୂର୍ତ୍ତି କାରୀଗରଙ୍କୁ ତାଲିମ ପ୍ରଦାନ କରାଗଲେ ସେମାନେ ଆହୁରି ସୁନ୍ଦର ମୂର୍ତ୍ତି ନିର୍ମାଣ କରି ପାରିବେ ବୋଲି ଗୁଡଭେଲିପଦର ଗ୍ରାମବାସୀ କହିଛନ୍ତି। ହେଲେ ବଜାର ସୁବିଧା ନ ଥିବା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଯୁବ ସମାଜ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ନିଜର କୌଳିକ ବୃତ୍ତି ଛାଡି ବାହାର ରାଜ୍ୟକୁ କାମ କରିବାକୁ ଚାଲିଯିବାକୁ ଉଚିତ ମଣୁଛନ୍ତି।

ଓରାମାସରାମସ କାର୍ଯ୍ୟନିର୍ବାହୀ ଅଧିକାରୀ ବିମଳ ମଲ୍ଲ କହିଛନ୍ତି, “ସେମାନଙ୍କୁ ମାର୍କେଟିଂ ଲାଗି ଆମେ ସହଯୋଗ କରୁଛୁ। ତାଲିମ ପ୍ରଦାନ ନେଇ ଆଗକୁ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ ନେଇ ଏକ ଗ୍ରୁପ୍‌ ଗଠନ କରାଯାଇ, ଉନ୍ନତି ଲାଗି ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story