ମୃତ୍ୟୁ ପରେ ଜୀବନ: କାହାଣୀ ନୁହେଁ ସତ

ଜଣେ ୨୨ବର୍ଷ ବୟସର ଯୁବକ ୬ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ। ସଂସାରରୁ ବିଦାୟ ନେବା ପୂର୍ବରୁ ହସଖୁସିର ସଂସାରରେ ବଂଚିବାକୁ ଅନ୍ୟମାନଙ୍କୁ ଦେଇଯାଇଛନ୍ତି ଉପହାର। କାହାକୁ ସେ ନିଜ ହୃଦୟକୁ ଦେଇ ଦେଇଛନ୍ତି, କାହାକୁ କିଡନୀ ପୁଣି କାହାକୁ ଦେଇଛନ୍ତି ଦୁନିଆ ଦେଖିବାର ଶକ୍ତି। କୁହାଯାଏ ମଣିଷର ମୃତ୍ୟୁ ହୁଏ ହେଲେ ଆତ୍ମାର ନୁହେଁ। ଏଠି କିନ୍ତୁ ମୃତ୍ୟୁ ପରେ ବି ସେ ଜୀବନ ପାଇଛନ୍ତି। କାରଣ ତାଙ୍କ ହୃଦୟକୁ ଅନ୍ୟ କେହି ବଂଚିବ ପୁଣି ତାଙ୍କ […]

bb

bb

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 12:35 PM IST

Sports

Latest News

ଜଣେ ୨୨ବର୍ଷ ବୟସର ଯୁବକ ୬ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ। ସଂସାରରୁ ବିଦାୟ ନେବା ପୂର୍ବରୁ ହସଖୁସିର ସଂସାରରେ ବଂଚିବାକୁ ଅନ୍ୟମାନଙ୍କୁ ଦେଇଯାଇଛନ୍ତି ଉପହାର। କାହାକୁ ସେ ନିଜ ହୃଦୟକୁ ଦେଇ ଦେଇଛନ୍ତି, କାହାକୁ କିଡନୀ ପୁଣି କାହାକୁ ଦେଇଛନ୍ତି ଦୁନିଆ ଦେଖିବାର ଶକ୍ତି। କୁହାଯାଏ ମଣିଷର ମୃତ୍ୟୁ ହୁଏ ହେଲେ ଆତ୍ମାର ନୁହେଁ। ଏଠି କିନ୍ତୁ ମୃତ୍ୟୁ ପରେ ବି ସେ ଜୀବନ ପାଇଛନ୍ତି। କାରଣ ତାଙ୍କ ହୃଦୟକୁ ଅନ୍ୟ କେହି ବଂଚିବ ପୁଣି ତାଙ୍କ ଆଖିରେ ଅନ୍ୟ କେହି ଦୁନିଆ ଦେଖିବ।

କାହାଣୀ ଭଳି ଲାଗୁଥିବା ଏ ଘଟଣା କିନ୍ତୁ ତାଜା ସତ। ସୁରତର ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାର ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ସୁଦୂର ୟୁକ୍ରେନ୍ରୁ ଆସି ଭାରତରେ ଜୀବନ ଖୋଜୁଥିବା ଜଣେ ମହିଳା ପାଇଛନ୍ତି ନୂଆ ଜୀବନ। ଏୟାର ଅମ୍ବୁଲାନ୍ସରେ ସୁରତରୁ ମାତ୍ର ୮୭ ମିନିଟ୍ ଭିତରେ ମୁମ୍ୱାଇରେ ପହଂଚିଥିଲା ହାର୍ଟ। ଆଉ ସଙ୍ଗେ ସଙ୍ଗେ ହୋଇଥିଲା ହୃଦୟ ପ୍ରତ୍ୟାରୋପଣ। ସେହିପରି ତାଙ୍କ ଅନ୍ୟ ଅଙ୍ଗ ଗୁଡିକ ଅନ୍ୟ ୫ଜଣଙ୍କୁ ଦିଆଯାଇଛି।

ଯୁବକଙ୍କ ନାଁ ରବି ଦେୱାନୀ। ବୀମା କଂପାନୀରେ କାମ କରୁଥିବା ରବି ଗଲା ୯ତାରିଖ ଦିନ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ହସପିଟାଲରେ ପହଂଚିବା ବେଳକୁ ତାଙ୍କ ବ୍ରେନ୍ ଡେଡ୍ ହୋଇ ସାରିଥିଲା। ତେବେ ପୁଅର ମୃତ୍ୟୁରେ ଭାଙ୍ଗି ନ ପଡି, ବାପାମାଆ ପୁଅର ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ। ଡାକ୍ତରଙ୍କୁ ଜଣାଇବା ପରେ ତୁରନ୍ତ ଆରମ୍ଭ ହୋଇଥିଲା ଅଙ୍ଗଦାନ ପ୍ରକ୍ରିୟା।

ହୁଏତ ମୃତ ରବିଙ୍କ ପରିବାରରେ ଏବେ ଅମାବାସ୍ୟାର ଘନ ଅନ୍ଧାର। ହେଲେ ସେ କିନ୍ତୁ ଛଅ ଛଅଜଣ ଅସହାୟ ମଣିଷଙ୍କ ପାଇଁ ସାଜିଛନ୍ତି ଆଶାର ଆଲୋକ। ଆଉ ବାପାମାଆ ଦେଇଥିବା ନାଁକୁ କରି ପାରିଛନ୍ତି ସାର୍ଥକ। କାରଣ ରବି ବା ସୂର୍ଯ୍ୟ କେବେ ଚାହେଁନି ସେ ଥାଉ ଥାଉ କେହି ବଂଚୁ ଏକ ଅନ୍ଧାରୀ ଜୀବନ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos