ବ୍ରହ୍ମପୁର, ବୁର୍ଲା ମେଡିକାଲ୍ ଶିଶୁ ବିଭାଗ ସ୍ଥିତି ଗମ୍ଭୀର

ବ୍ରହ୍ମପୁର/ସମ୍ବଲପୁର: କଟକ ଶିଶୁ ଭବନରେ ଜଣକ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟି ଛାଲିଛି । ୬ଦିନ ମଧ୍ୟରେ ଏଠାରେ ୩୨ଜଣ ଶିଶୁଙ୍କ ଜୀବନ ଗଲାଣି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ରାଜନୀତି ବି ଆରମ୍ଭ ହୋଇଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି […]

barmpur

barmpur

Rakesh Mallick
  • Published: Thursday, 27 August 2015
  • Updated: 29 August 2015, 10:11 AM IST

Sports

Latest News

ବ୍ରହ୍ମପୁର/ସମ୍ବଲପୁର: କଟକ ଶିଶୁ ଭବନରେ ଜଣକ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟି ଛାଲିଛି । ୬ଦିନ ମଧ୍ୟରେ ଏଠାରେ ୩୨ଜଣ ଶିଶୁଙ୍କ ଜୀବନ ଗଲାଣି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ରାଜନୀତି ବି ଆରମ୍ଭ ହୋଇଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହାସତ୍ତ୍ୱେ ରାଜ୍ୟର ଅନ୍ୟ ମେଡିକାଲରେ ଥିବା ଅବ୍ୟବସ୍ଥାରେ କିଛି ସୁଧାର ଆସିବା ପରି ମନେ ହେଉନି । ବିଶେଷ କରି ବ୍ରହ୍ମପୁର ଓ ବୁର୍ଲା ବଡ ମେଡିକାଲରେ ଶିଶୁଙ୍କ ଚିକିତ୍ସାରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଭିତ୍ତିଭୂମି, ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଅଭାବରୁ ଏହି ଦୁଇ ଡାକ୍ତରଖାନାରେ ଠିକରେ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ ହେଉଛି ।

[caption id="attachment_26963" align="aligncenter" width="640"]barmpur ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗରେ ଗୋଟିଏ ବେଡରେ ୩ ନବଜାତ ପିଲାଙ୍କୁ ରଖାଯାଇଛି[/caption]

ବ୍ରହ୍ମପୁର ବଡ ମେଡିକାଲର ସ୍ଥିତି ବହୁତ ଗମ୍ଭୀର ରହିଛି । ଏଠାରେ କାଉଁ ବେଡରେ ୩ ତ ଆଇ କେଉଁ ବେଡରେ ୨ ଶିଶୁଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗର ନବଜାତ ଶିଶୁ କେୟାର ୟୁନିଟ-ଏନବିସିୟୁରେ ଏଭଳି ଚାଲିଛି ନବଜାତ ଶିଶୁଙ୍କ ଚିକିତ୍ସା । ଏନବିସିୟୁର କ୍ଷମତା ୨୪ ଥିବା ବେଳେ ପ୍ରାୟତଃ ଏଠାରେ  ୪୦ରୁ ୫୦ ଜଣ ଶିଶୁଙ୍କ ରଖି ଚିକିତ୍ସା କରାଯାଇଥାଏ । ସେହିଭଳି ଶିଶୁ ବିଭାଗରେ ୧୨୦ଟି ବେଡ୍ ଥିବା ବେଳେ ଏଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସିତ ହୋଇଥାନ୍ତି । ତେବେ ଏଠାରେ ଭେଣ୍ଟିଲିଟର୍ ବ୍ୟବସ୍ଥା ନ ଥିବାବେଳେ ଡାକ୍ତର ଓ ନର୍ସ ପଦବୀ ଖାଲି ରହିଥିବା ଅଭିଯୋଗ ହେଉଛି । ଏ ନେଇ ବ୍ରହ୍ମପର ବଡ ମେଡିକାଲ ଶିଶୁ ବିଭାଗ ମୁଖ୍ୟ ନରେନ୍ଦ୍ର ସୋରେନ କହିଛନ୍ତି, ଏଠାକୁ ଯେତିକି ପିଲା ଆସୁଛନ୍ତି ସେହି ଅନୁସାରେ ଯଥେଷ୍ଟ ସ୍ଥାନ ନାହିଁ । ତେଣୁ ଗୋଟିଏ ଗୋଟିଏ ବେଡରେ ୨ରୁ ୩ ଜଣ ପିଲାଙ୍କୁ ରଖି ଚିକିତ୍ସା କରିବାକୁ ପଡୁଛି । ଏମକେସିଜି ମେଡିକାଲ ପ୍ରିନ୍ସପାଲ ଅରୁଣ ଦଣ୍ଡପାଟଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି । ସରକାର ୬୧ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏଥିରେ ଆଇସିୟୁକୁ ବୃଦ୍ଧି କରାଯିବା ସହ ଭେଣ୍ଟିଲେଟର ଓ ନ୍ୟାନ୍ୟ ସାମଗ୍ରୀ କିଣାଯିବ । ଏଥିପାଇଁ ଶୀଘ୍ର ଟେଣ୍ଡର କରାଯିବ । ଶିଶୁ ବିଭାଗରେ ୪ଟି ଷ୍ଟାଫ ନର୍ସ ପଦବୀ ଖାଲି ପଡିଛି । କାର୍ଯ୍ୟ ସମ୍ପାଦନ ପାଇଁ ପିଏସସିକୁ ଦାୟିତ୍ୱ ଦିଆଯାଇଛି । ଶୀଘ୍ର ଖାଲି ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ସମାନ ଅବସ୍ଥା ବୁର୍ଲା ବଡ ମେଡିକାଲରେ । ଏଠାକାର ଶିଶୁ ବିଭାଗରେ ଆବଶ୍ୟକଠାରୁ ଅଧିକ ପିଲା ଆସୁଥିବାରୁ ଚିକିତ୍ସା ପ୍ରଦାନରେ ସମସ୍ୟା ହେଉଛି । ଏହାସହ ଡାକ୍ତର ଅଭାବ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ସ୍ୱତନ୍ତ୍ର ଶିଶୁ କେୟାର ୟୁନିଟରେ ୨୪ ବେଡ୍ ରହିଛି । ମାତ୍ର ପ୍ରତିଦିନ ୩୮ ଜଣରୁ ଅଧିକ ପିଲାଙ୍କ ଚିକିତ୍ସା କରାଯାଉଛି । ଏସ୍ଏନସିୟୁ ପାଇଁ ୬ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୩ ଜଣ ରହିଛନ୍ତି । ସେହିପରି ୨ ସିନିୟର ରେସିଡେଣ୍ଟ ପଦବୀ ଖାଲି ପଡିଛି। ଏପରି ସ୍ଥିତିରେ ଏଠାରେ ଚାଲିଥିବା ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇ ବୁର୍ଲା ଭିମସାର ଶିଶୁ ବିଭାଗ ମୁଖ୍ୟ ଏସ.କେ. ମୁର୍ମୁଙ୍କୁ ପଚରାଯିବାରେ ସହ କହିଛନ୍ତି ଯେ, ଆବଶ୍ୟକ ଷ୍ଟାଫ ନର୍ସ ଅଛନ୍ତି । ୩ଟି ଡାକ୍ତର ପଦବୀ ଖାଲି ରହିଥିବାରୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ହେଉଛି । ଭିତ୍ତିଭୂମି ବିକାଶ ଲାଗି ସରକାରଙ୍କୁ ୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos